ପ୍ରମୁଖ ଖବର
  • ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଇରଙ୍ଗପୁର ଏବଂ ବାରିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର
  • ||
  • ନିର୍ବାଚନ ପାଇଁ ଦୁଇ ଦିନ ମଦ ଦୋକାନ ଏବଂ ବାର୍‌ ବନ୍ଦ, ଭୋଟ୍‌ ଗଣତି ଦିନ ରାଜ୍ୟସାରା ମଦ ଦୋକାନ ବନ୍ଦ
  • ||
  • ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ: ୬ ଲୋକସଭା, ୪୨ ବିଧାନସଭା ସିଟ୍‌ରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ରଥଖଳା ହାଲ୍‌ଚାଲ୍‌...ସିଙ୍ଗଡ଼ା ବାଡ଼ିଆ, ପହି ବିନ୍ଧ ଅନୁକୂଳ...
  • ||
  • IPL 2024: ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରୟାଲ୍ସ- ସନରାଇଜର୍ସ, ଟ୍ରାଭିସେକ ଯୋଡ଼ିଙ୍କୁ ଅଟକାଇବେ ସ୍ପିନ୍‌ ଟାଇଟନ
  • ||
  • ଦାନା ବାନ୍ଧୁଛି ବାତ୍ୟା ‘ରେମାଲ୍‌’: ୨୫ରେ ବାତ୍ୟା ରୂପ ନେବ, ୨୬ରେ ଭୀଷଣ ବାତ୍ୟାରେ ହେବ ପରିଣତ
  • ||

ଧନଞ୍ଜୟ ସିଂହଙ୍କ ଘୋଷଣା ପରେ ସ୍ତ୍ରୀ ଶ୍ରୀକଳା ନେଲେ ବଡ଼ ନିଷ୍ପତ୍ତି, ପୋଷ୍ଟ କଲେ ଏହି ଫଟୋ

ନୂଆଦିଲ୍ଲୀ, ୧୫/୫ :  ଲୋକସଭା ନିର୍ବାଚନ ମଧ୍ୟରେ ଜୋନପୁରର ପୂର୍ବତନ ସାଂସଦ ଧନଞ୍ଜୟ ସିଂହ ବିଜେପିକୁ ସମର୍ଥନ ଦେବାକୁ ଘୋଷଣା କରିଥିଲେ । ସେହିଭଳି ଏବେ ତାଙ୍କ ସ୍ତ୍ରୀ ଶ୍ରୀକଳା ରେଡ୍ଡୀ ଗୃହ ମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହଙ୍କୁ ଭେଟିଛନ୍ତି । ଶ୍ରୀକଳା ଅମିତ ଶାହଙ୍କୁ ଭେଟିବାର ଫଟୋକୁ ସୋସିଆଲ ମିଡ଼ିଆରେ ବି ସେୟାର କରିଛନ୍ତି । ଶ୍ରୀକଳା ରେଡ୍ଡୀ ଅମିତ ଶାହଙ୍କ ସହ ହୋଇଥିବା ଏହି ଭେଟକୁ ସୌଜନ୍ୟମୂଳକ ଭେଟ ବୋଲି କହିଛନ୍ତି ।

ଶ୍ରୀକଳା ରେଡ୍ଡୀଙ୍କ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟଘାଟ ପରେ ପୂର୍ବାଞ୍ଚଳର ରାଜନୈତିକ ଉସ୍ମତା ଏବେ ବଢିଯାଇଛି । ବସପା(ବହୁଜନ ସମାଜ ପାର୍ଟି) ଜୋନପୁର ସିଟରୁ ଶ୍ରୀକଳା ରେଡ୍ଡୀଙ୍କୁ ଟିକଟ ଦିଆଯାଇଥିଲା । ମାତ୍ର ପରେ ବସପା ତାଙ୍କ ଟିକଟ କାଟି ଦେଇଥିଲା । ସେହିପରି ଏହି ସିଟରେ ବସପାର ବର୍ତ୍ତମାନ ଥିବା ସାଂସଦ ଶ୍ୟାମ ସିଂହ ଯାଦବଙ୍କୁ ନିର୍ବାଚନ ମୈଦାନରେ ଓହ୍ଲାଇଛି । ସେହିପରି ଜୋନପୁର ସିଟରୁ ବସପା ଦ୍ବାରା ଟିକେଟ କଟିବା ପରେ ଶ୍ରୀକଳା ସୋସିଆଲ ମିଡ଼ିଆରେ ଏକ ଲମ୍ବା ପୋଷ୍ଟ ସେୟାର କରିଥିଲେ । ସେ ଲେଖିଥିଲେ କି , ମୋ ଜୋନପୁର ପରିବାରକୁ ସାଦର ପ୍ରଣାମ ! ଆପଣଙ୍କ ସାଥ୍ ଏବଂ ବିଶ୍ବାସ ଆମର ଶକ୍ତି ଅଟେ । ଆପଣ ରହିଲେ ଦୁନିଆର କୌଣସି ବ୍ୟକ୍ତି ମୋର ଆତ୍ମବଳକୁ ଭାଙ୍ଗି ପାରିବ ନାହିଁ । ଆପଣଙ୍କ ଆଶୀର୍ବାଦ ଫଳରେ ମୁଁ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଅଟେ । ଯାହାର କାର୍ଯ୍ୟ ବଡ଼ ନିଷ୍ଠା ଏବଂ ସଚୋଟତା ସହ କରୁଛି, ଏବଂ କରିବି ମଧ୍ୟ। ଶେଷ ନିଶ୍ବାସ ପର୍ଯ୍ୟନ୍ତ ଆପଣଙ୍କ ଅଧିକାର ଏବଂ ନ୍ୟାୟର ଲଢେଇ ଲଢିବା ଆମର ଧର୍ମ ଅଟେ । ଆପଣଙ୍କ ଆଦେଶ ହିଁ ଆମ ଲାଗି ସବୁ କିଛି ଅଟେ । ସତ୍ତା, ସରକାର ଏବଂ ପାର୍ଟି ଆମଦ୍ବାରା ଅଟନ୍ତି, ଆମେ ତାଙ୍କ ଦ୍ବାରା ନୁହେଁ । ଧୁମ୍ ଦ୍ବିପ୍ରହର ହେଉ କିମ୍ବା ଅଧା ରାତି, ନିର୍ବାଚନ ପରାଜୟ- ବିଜୟ, ଲଢିବା – ନ ଲଢିବା ଏବଂ ବହୁ ଭଲ – ଖରାପ ପ୍ରସଙ୍ଗରେ ମୁଁ ସବୁବେଳେ ଆପଣଙ୍କ ସହ ଛିଡ଼ା ହୋଇଥିବି ’।

ସେହିପରି ସ୍ତ୍ରୀ ଶ୍ରୀକଳା ରେଡ୍ଡୀଙ୍କ ସ୍ବାମୀ ପୂର୍ବତନ ସାଂସଦ ଧନଞ୍ଜୟ ସିଂହ ଏହି ମାମଲାରେ କହିଥିଲେ କି ଭୁଲ ହେଲା । ଆହତ ଅଛନ୍ତି ମୋ ସ୍ତ୍ରୀ, ଏହା ମୋ ଲାଗି କୌଣସି ଆଶ୍ଚର୍ଯ୍ୟଜନକ ନୁହେଁ କିନ୍ତୁ ମୋ ସ୍ତ୍ରୀଙ୍କ ଲାଗି ଆହତ କରିବା ଭଳି କଥା ଅଟେ । ପ୍ରକାଶ ଯେ, ଜୋନପୁର ଲୋକସଭା ସିଟରେ ଷଷ୍ଠ ଚରଣରେ ୨୫ମଇରେ ମତଦାନ ଅଟେ ଏବଂ ଏହି ସିଟରେ ବିଜେପି କୃପାଶଙ୍କର ଏବଂ ସପା ବାବୁ ସିଂହ କୁଶଓ୍ବାହାଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.