ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିବାହ ଖର୍ଚ୍ଚ ଉଠାଇବାରେ ପୁରୁଷଙ୍କୁ ପଛରେ ପକାଇଲେ ମହିଳା, ନିଜେ କରିବାକୁ ଚାହାନ୍ତି ୬୦% ଫଣ୍ଡିଂ

ନୂଆଦିଲ୍ଳୀ,୧।୧୨: ଏବେ ଚାଲିଛି ବିବାହ ଋତୁ । ଏହା ଭିତରେ ବିବାହ କରୁଥିବା  ଯୁବପୀଢିଙ୍କୁ ନେଇ ଏକ ମଜାଦାର ସର୍ଭେ ସାମନାକୁ ଆସିଛି। ପିତାମାତା କିମ୍ବା ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କର ବିବାହ ଏବଂ ଏଥିରେ ଥିବା ଖର୍ଚ୍ଚ ବିଷୟରେ ବହୁତ ଚିନ୍ତାରେ ଥାଆନ୍ତି। ସେମାନେ ନିଜ ପିଲାମାନଙ୍କର ବିବାହ ପାଇଁ ଆରମ୍ଭରୁ ସଞ୍ଚୟ କରିବା ଆରମ୍ଭ କରନ୍ତି,  କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଜିର ଯୁବକ କିମ୍ବା ଯୁବତୀମାନେ ସେମାନଙ୍କ ବିବାହ ଖର୍ଚ୍ଚ ପାଇଁ ସେମାନଙ୍କ ପିତାମାତାଙ୍କ ଉପରେ ନିର୍ଭର କରିବାକୁ ଚାହାଁନ୍ତି ନାହିଁ। ଏକ ସର୍ଭେ ଅନୁଯାୟୀ, ୪୨ ପ୍ରତିଶତ ଯୁବକ ନିଜ ବିବାହ ଖର୍ଚ୍ଚ ନିଜେ ଦେବାକୁ ଚାହୁଁଛନ୍ତି।

‘ଇଣ୍ଡିଆ ଲେଣ୍ଡସ୍’ ୱେଡିଂ ସ୍ପେଣ୍ଡସ୍ ରିପୋର୍ଟ ୨.୦  ନାମରେ ଏକ ରିପୋର୍ଟ ଜାରି କରାଯାଇଛି। ‘ଇଣ୍ଡିଆ ଲେଣ୍ଡସ୍’ ଏହାର ଅଧ୍ୟୟନରେ ଜାଣିବାକୁ ପାଇଛି ଯେ, ଆଜିର ଯୁବକମାନେ ନିଜ ବିବାହର ଅର୍ଥ ନିଜେ ବହନ କରିବାକୁ ଚାହୁଁଛନ୍ତି ଏବଂ ବିବାହ ଖର୍ଚ୍ଚରେ ପିତାମାତାଙ୍କୁ ଭାର ଦେବାକୁ ଚାହୁଁ ନାହାଁନ୍ତି। ସର୍ଭେ କରାଯାଇଥିବା ଯୁବକମାନଙ୍କ ମଧ୍ୟରେ ୪୨ ପ୍ରତିଶତ ନିଜ ବିବାହର ଖର୍ଚ୍ଚ ଦେବାକୁ ଚାହୁଁଛନ୍ତି।

ବାପା-ମା ସବୁବେଳେ ନିଜ ଝିଅର ବିବାହ ଖର୍ଚ୍ଚ ବିଷୟରେ ଅଧିକ ଚିନ୍ତିତ, କିନ୍ତୁ ସର୍ଭେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସର୍ବେକ୍ଷଣ ଅନୁଯାୟୀ, ୬୦ ପ୍ରତିଶତ ମହିଳା ନିଜ ବିବାହ ଖର୍ଚ୍ଚ ନିଜେ ବହନ କରିବାକୁ ଚାହାନ୍ତି, କିନ୍ତୁ ପୁରୁଷଙ୍କ ସଂଖ୍ୟା ମାତ୍ର ୫୨ପ୍ରତିଶତ। ସର୍ଭେ କରାଯାଇଥିବା ଯୁବପୀଢିଙ୍କ ମଧ୍ୟରେ ୫୮.୮  ପ୍ରତିଶତ ଲୋକ ଅତ୍ୟନ୍ତ ପାରମ୍ପାରିକ ତଥା ସରଳ ବିବାହକୁ  ପସନ୍ଦ କରୁଛନ୍ତି। ସେଭଳି ୩୫.୩ ପ୍ରତିଶତ ଯୁବପୀଢି ଖୁବ୍ ବିଳାସମୟ ଢଙ୍ଗରେ ବିବାହ କରିବାକୁ ଚାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.