ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଇଂଲଣ୍ଡକୁ ଭାରତ ଦେଲା ୬୦୮ ରନର ଟାର୍ଗେଟ; ପ୍ୟାଭିଲିୟନ ଫେରିଲେଣି ୩ ଇଂଲିସ ବ୍ୟାଟସମ୍ୟାନ

Published By : Bijay Swain | July 5, 2025 11:57 PM

ବର୍ମିଂହାମ: ବର୍ମିଂହାମ ଟେଷ୍ଟରେ ଭାରତ ଏକ ଦୃଢ଼ ସ୍ଥିତିରେ ଅଛି। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା, ଭାରତୀୟ ଦଳ ୬୦୮ ରନର ଲକ୍ଷ୍ୟ ପିଛା କରୁଥିବା ଇଂଲଣ୍ଡ ଦଳର ୩ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଦେଇଛି।

ଶନିବାର ଖେଳ ଶେଷ ହେବା ପର୍ଯ୍ୟନ୍ତ ଇଂଲଣ୍ଡର ସ୍କୋର ୭୨/୩ ଥିଲା। ଓଲି ପୋପ୍ ୨୪ ରନ ଏବଂ ହ୍ୟାରି ବ୍ରୁକ୍ ୧୫ ରନ କରି ଅପରାଜିତ ରହିଛନ୍ତି। ଆକାଶ ଦୀପ, ଜୋ ରୁଟ୍ (୬ ରନ) ଏବଂ ବେନ୍ ଡକେଟ (୨୫ ରନ)ଙ୍କୁ ବୋଲ୍ଡ କରିଥିଲେ। ଅନ୍ୟପଟେ ମହମ୍ମଦ ସିରାଜ ଜ୍ୟାକ୍ କ୍ରାଉଲି (ଶୂନ୍ୟ)ଙ୍କ ୱିକେଟ ନେଇଛନ୍ତି।

ଟିମ୍ ଇଣ୍ଡିଆ ୪୨୭ ରନରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ରବିନ୍ଦ୍ର ଜାଡେଜା ୬୯ ରନ କରି ଅପରାଜିତ ରହିଥିଲେ। ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ୧୬୧ ରନ କରିଥିଲେ। ସେ ମ୍ୟାଚ୍ ରେ ୪୦୦ ରନ କରିଥିବା ପ୍ରଥମ ଭାରତୀୟ କ୍ରିକେଟର ଭାବେ ଗୌରବ ଅର୍ଜନ କରିଛି। ସେ ପ୍ରଥମ ଇନିଂସରେ ୨୬୯ ରନ ସଂଗ୍ରହ କରିଥିଲେ। ପ୍ରଥମ ଇନିଂସରେ ଭାରତ ୫୮୭ ରନରେ ଏବଂ ଇଂଲଣ୍ଡ ୪୦୭ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପ୍ରଥମ ଇନିଂସରେ ୧୮୦ ରନର ଲିଡ୍ ପାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.