ନୂଆଦିଲ୍ଲୀ ୨୧/୧୧: ଚଳିତ ବର୍ଷ ଦେଶର ସବୁଠୁ ଧନୀ କଳାକାର ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ବଲିଉଡ୍ର ବାଦ୍ଶାହ ଶାହରୁଖ୍ ଖାନ । ତାଙ୍କ ସମ୍ପତ୍ତିର ମୂଲ୍ୟ ୬ ହଜାର କୋଟି । ସିଆସାଟ୍ ଡଟ୍ କମ୍ ୱେବ୍ସାଇଟ୍ ପକ୍ଷରୁ ଚଳିତ ବର୍ଷର ଦେଶର ସବୁଠୁ ଧନୀ କଳାକାରଙ୍କ ତାଲିକା ଜାରି କରାଯାଇଛି । ୪୧୦ ନିୟୁତ ଡଲାର ସମ୍ପତ୍ତି ସହିତ ତାଲିକାର ୨ୟ ସ୍ଥାନରେ ଅଛନ୍ତି ହ୍ରିତିକ୍ ରୋଶନ । ୩ୟ, ୪ର୍ଥ ଓ ୫ମ ସ୍ଥାନ ପାଇଛନ୍ତି ଅମିତାଭ ବଚ୍ଚନ(୩୭୫ ନିୟୁତ ଡଲାର), ସଲମାନ ଖାନ୍ (୩୫୫ ନିୟୁତ ଡଲାର) ଓ ଅକ୍ଷୟ କୁମାର (୩୨୫ ନିୟୁତ ଡଲାର) । ୨୩୫ ନିୟୁତ ଡଲାର ସମ୍ପତ୍ତି ସହିତ ୬ଷ୍ଠ ସ୍ଥାନ ହାସଲ କରିଛନ୍ତି ଅମିର ଖାନ । ସାଉଥ୍ ଷ୍ଟାର ଚିରଞ୍ଜୀବି ୭ମ (୨୦୦ ନିୟୁତ ଡଲାର) , ରାମ ଚରଣ ୮ମ (୧୭୫ ନିୟୁତ ଡଲାର) ସ୍ଥାନ ପାଇଛନ୍ତି ।
Richest* Actors in India 🇮🇳 2023:
— Indian Stats & Index (@statsfeed_india) November 6, 2023
🎞️ Shah Rukh Khan ➡️ $735 Millions
🎞️ Hrithik Roshan ➡️ $410 M
🎞️ Amitabh Bachchan ➡️ $375 M
🎞️ Salman Khan ➡️ $355 M
🎞️ Akshay Kumar ➡️ $325 M
🎞️ Amir Khan ➡️ $235 M
🎞️ Chiranjeevi ➡️ $200 M
🎞️ Ram Charan ➡️ $175 M
🎞️ Saif Ali Khan ➡️ $150 M…
୨୦୧୪ ମସିହାରେ ଶାହରୁଖ ବିଶ୍ୱର ୨ୟ ସବୁଠୁ ଧନୀ କଳାକାର ଥିଲେ । ଗତ କିଛି ବର୍ଷ ହେଲା ତାଙ୍କ ଫିଲ୍ମ ବକ୍ସ-ଅଫିସ୍ରେ ଖାସ୍ ବ୍ୟବସାୟ କରିନଥିଲା । ତେବେ ଫିଲ୍ମ ‘ପଠାନ୍’ ଓ ‘ଯୱାନ’ ଜରିଆରେ ସେ ପୁଣି ବକ୍ସ- ଅଫିସ୍ରେ ରାଜ୍ କରିବାର ସୁଯୋଗ ପାଇଛନ୍ତି । ଦୁଇଟିଯାକ ଫିଲ୍ମ ଭାରତରେ ୧୦୦୦ କୋଟିରୁ ଅଧିକ ବ୍ୟବସାୟ କରିଛି, ଯାହା ଜଣେ କଳାକାରଙ୍କ ପାଇଁ ବିରଳ ଉପଲବ୍ଧି । ଏହି ସଫଳତା ଯୋଗୁ ଶାହରୁଖ ଚଳିତ ବର୍ଷ ଦେଶର ସବୁଠୁ ଧନୀ କଳାକାର ହୋଇଛନ୍ତି ।