ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କର ଆକ୍ସନ ସିନେମା ଯବାନ ୭ ସେପ୍ଟେମ୍ୱରରେ ସାରାଦେଶର ସିନେମା ହଲ୍ରେ ରିଲିଜ ହୋଇଛି। ନିର୍ଦ୍ଦେଶକ ଏଟଲୀଙ୍କର ଏହି ଫିଲ୍ମ ରିଲିଜ ସହ ସାରା ବିଶ୍ୱରେ ଧମାକା ସୃଷ୍ଟି କରିଛି। ଗଦର ପରେ ଏବେ ଚାରିଆଡ଼େ ଶାହରୁଖଙ୍କର ଯବାନର ଚର୍ଚ୍ଚା ହେଉଛି। ତାହା ଅଭିନେତାଙ୍କ ଆକ୍ସନ ଦୃଶ୍ୟ ହେଉ କି ଡାଏଲଗ୍ ହେଉ। ସିନେମାରେ ତାଙ୍କର ବିଭିନ୍ନ ପ୍ରକାରର ସେଡ୍ସ ରହିଛି।
ଫିଲ୍ମ ‘ଯବାନ’କୁ ନେଇ ରାଜାମୌଳୀଙ୍କର ଟ୍ୱିଟ୍ , ଶାହରୁଖ ଖାନ ଦେଲେ ଜବାବ
ଫିଲ୍ମକୁ ପ୍ରଶଂସକଙ୍କ ଠାରୁ ନେଇ ଷ୍ଟାର ଓ କ୍ରିଟିକ୍ସଙ୍କ ଠାରୁ ଜବରଦସ୍ତ ରିଭ୍ୟୁ ମିଳିଛି। ଏସବୁ ଭିତରେ ଦେଶର ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ଶାହରୁଖ ଖାନଙ୍କର ଫିଲ୍ମ ଯବାନର ପ୍ରଶଂସକ ପାଲଟି ଯାଇଛନ୍ତି। ଆନନ୍ଦ ଶାହରୁଖଙ୍କର ପ୍ରଶଂସା କରି ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି।
ଦ ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ , ଆନନ୍ଦ ମହିନ୍ଦ୍ରାଙ୍କ ଉପରେ ମଧ୍ୟ ଶାହରୁଖଙ୍କ ଯବାନର ନିଶା ଚଢ଼ି ଯାଇଛି। ଆନନ୍ଦ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଯବାନରେ ଥିବା ଶାହରୁଖଙ୍କ ଆକ୍ଟିଂକୁ ଖୁବ୍ ପ୍ରଶଂସା କରିଛନ୍ତି।All countries guard their natural mineral resources and mine them and usually export them to earn forex. Maybe it’s time to declare @iamsrk a Natural Resource… 🤔 😊 pic.twitter.com/RvXnegLga0
— anand mahindra (@anandmahindra) September 8, 2023
All countries guard their natural mineral resources and mine them and usually export them to earn forex. Maybe it’s time to declare @iamsrk a Natural Resource… 🤔 😊 pic.twitter.com/RvXnegLga0
— anand mahindra (@anandmahindra) September 8, 2023