ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ରାସ୍ତାରୁ ଯୁବକଙ୍କୁ ଉଠାଇ ନେଉଥିଲେ ଦୁର୍ବୃତ୍ତ, ଚଳନ୍ତା ବାଇକ୍‌ରୁ ଡେଇଁ ଥାନା ଭିତରକୁ ପଶିଗଲେ...

ବ୍ରହ୍ମପୁର,୧୬/୦୬: ବନ୍ଧୁଘରୁ ଫେରୁଥିଲେ । ବାଟରେ ଦୋକାନରୁ ପାଣି ବୋତଲ କିଣୁଥିଲେ । ହଠାତ୍‌ ୧୦ ଜଣ ଯୁବକ ବାଇକ୍‌ରେ ଆସି ଜୋର୍‌ ଜବରଦସ୍ତ ତାଙ୍କୁ ଉଠାଇ ନେଉଥିଲେ । ବାଟରେ ଥାନା ଆସିବା ମାତ୍ରେ ଜୀବନ ବିକଳରେ ବାଇକ୍‌ରୁ ଡେଇଁ ପଡ଼ି ଥାନା ଭିତରେ ପଶିଗଲେ ଯୁବକ । ଅପହର୍ତ୍ତାମାନେ ନିରାଶରେ ଫେରିଯିବାକୁ ବାଧ୍ୟ  ହେଲେ । ବଡ଼ବଜାର ଥାନା ଅଞ୍ଚଳରେ  ଏଭଳି  ନାଟକୀୟ ଅଘଟଣ ଦେଖିବାକୁ ମିଳିଛି ।   

ଅପହରଣର ଶିକାର ହେବାକୁ ଯାଉଥିବା ଯୁବକ  ଜଣଙ୍କ ସୁନୀଲ୍‌ ମହାନ୍ତି(୧୯) । ଘର ଦିଗପହଣ୍ଡିରେ ।  ତାଙ୍କୁ ଅପହରଣ କରି ନେଇ ଯାଉଥିଲେ ବୋଲି ସେ  ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଏହାର  ତଦନ୍ତ କରାଯାଉଛି ବୋଲି କହିଛନ୍ତି ଆଇଆଇସି  ପ୍ରଶାନ୍ତ କୁମାର ମଲ୍ଲିକ । ସେପଟେ ସହର ଭିତରେ  ଦିନ ଦ୍ୱିପହରରେ ଜଣେ ଯୁବକଙ୍କ ଅପହରଣ ଭଳି  ଘଟଣା ଆଇନଶୃଙ୍ଖଳା ପରିସ୍ଥିତିକୁ ସ୍ପଷ୍ଟ କରୁଛି ବୋଲି  ସାଧାରଣରେ ଚର୍ଚ୍ଚା ହୋଇଛି । 

ସୁନୀଲଙ୍କ ଅଭିଯୋଗ କରିଛନ୍ତି ଯେ, ସେ ଗତକାଲି ବ୍ରହ୍ମପୁର ଜଣେ ବନ୍ଧୁଙ୍କ  ଘରକୁ ଆସିଥିଲେ । ଶନିବାର ଅପରାହ୍ନ ୩ଟାରେ ସେ ବାଇକ୍‌ରେ ଦିଗପହଣ୍ଡି ଫେରୁଥିଲେ । ହରିଡ଼ାଖଣ୍ଡି ଛକ  ପାଖରେ ସେ ଏକ ପାନ ଦୋକାନକୁ ପାଣି ବୋତଲ  କିଣିବାକୁ ଯାଉଥିଲେ । ସେହି ସମୟରେ ୧୦ରୁ ଅଧିକ  ଯୁବକ ବାଇକ୍‌ରେ ଆସି ତାଙ୍କୁ ଘେରି ଯାଇଥିଲେ । ସେମାନଙ୍କ ଭିତରୁ ଜଣକ ବାଇକ୍‌ରେ ବସିବାକୁ  କହିଥିଲେ । ସୁନୀଲ ମନା କରିବାରୁ ତାଙ୍କୁ ଛୁରି  ଦେଖାଇ ଭୟଭୀତ କରିବା ସହ ଜବରଦସ୍ତ ଆଉ ଜଣକ ଗାଡ଼ିରେ ବସାଇଥିଲେ । ସେଠାରୁ ତାଙ୍କୁ ଅନ୍ୟ ଏକ ଜାଗାକୁ ବାଇକ୍‌ରେ ନେଇଯାଉଥିଲେ । ବଡ଼ବଜାର ଥାନା  ଆଗରେ ସୁନୀଲ କୌଶଳ କ୍ରମେ ଚଳନ୍ତା ବାଇକ୍‌ରୁ  ଡେଇଁ ପଡ଼ିଥିଲେ । ଏହାପରେ ଜୀବନ ବିକଳରେ  ଦୌଡ଼ି ଥାନା ଭିତରକୁ ପଳାଇଥିଲେ । ଅପହର୍ତ୍ତାମାନେ  ତାଙ୍କ ବାଇକ୍‌ ନେଇ ଫେରାର୍‌ ହୋଇଯାଇଥିବା ସେ ବଡ଼ବଜାର ଥାନାରେ ଏତଲା ଦେଇଛନ୍ତି । ଦିନ  ଦ୍ୱିପହରରେ ସହର ଭିତରେ ଅପରାଧୀଙ୍କ ଏଭଳି  ଆତଙ୍କରାଜ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.