ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଓ୍ବାଗନର ଗ୍ରୁପ୍‌କୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବ ବ୍ରିଟେନ, ‘ଦୁନିଆ ପାଇଁ ବିପଦ ପ୍ରିଗୋଝିନଙ୍କ ପ୍ରାଇଭେଟ୍‌ ଆର୍ମି’

Image Courtesy: themoscowtimes

କିଭ୍‌, ୦୬/୦୯: ଓ୍ବାଗନର ମୁଖ୍ୟ ପ୍ରିଗୋଝିନଙ୍କ ମୃତ୍ୟୁ ପରେ ଏବେ ତାଙ୍କର ଆର୍ମିକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ଯାଉଛି ବ୍ରିଟେନ୍‌ । ଓ୍ବାଗନର ଆର୍ମିକୁ ବ୍ରିଟେନ୍‌ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିବା ପରେ ଏହା ସମ୍ବନ୍ଧିତ କୌଣସି କାର୍ଯ୍ୟାକଳାପ କରିବା ଆଇନ ବିରୋଧୀ ହେବ । ଏଥିପାଇଁ ସଂସଦରେ ପ୍ରସ୍ତାବ ଆଗତ ହେବ । ଏହା ପରେ ଓ୍ବାଗନର ସଂପତ୍ତିକୁ ଆତଙ୍କବାଦୀଙ୍କ ସଂପତ୍ତି ଭାବେ ଜବତ କରିବେ ବ୍ରିଟେନ ସରକାର। 

ମନ୍ତ୍ରୀମାନଙ୍କୁ ପିଏମ ମୋଦୀଙ୍କ ପରାମର୍ଶ: ‘ସନାତନ ବିରୋଧୀ ମନ୍ତବ୍ୟର କଡ଼ା ଜବାବ ଦିଅ, ଇଣ୍ଡିଆ ବନାମ ଭାରତ ପ୍ରସଙ୍ଗରୁ ଦୂରେଇ ରୁହ’

ଓ୍ବାଗନର ଗ୍ରୁପ୍‌ ରୁଷ ରାଷ୍ଟ୍ରପତିଙ୍କ ପାଇଁ କେବଳ ଏକ ମିଲିଟାରି ଟୁଲ୍‌ ଥିଲା ବୋଲି କହିଛନ୍ତି ବ୍ରିଟେନର ଗୃହ ସଚିବ ସୁଏଲା ବ୍ରେଭରମ୍ୟାନ୍‌ । ଏହା ସହ ଏହି ଗ୍ରୁପ ହିଂସ୍ରକ ଏବଂ ବିନାଶକାରୀ । ୟୁକ୍ରେନ୍‌ ଏବଂ ଆଫ୍ରିକାରେ ଓ୍ବାଗନର ଗ୍ରୁପ୍‌ ଯାହା କରିଛି ତାହା ସବୁ ଦେଖିଛନ୍ତି । ଓ୍ବାଗନରର ଗତିବିଧି କେବଳ ଅସ୍ଥିରତା ସୃଷ୍ଟି କରିବା ଲାଗି ବୋଲି ସେ ଅଭିଯୋଗ କରିଛନ୍ତି । ଏହା ସହ ସୁଏଲା ଆହୁରି କହିଛନ୍ତି ଯେ, ଓ୍ବାଗନର ଏକ ଆତଙ୍କବାଦୀ ସଂଗଠନ । ଏହାକୁ କେବଳ ବ୍ରିଟେନ୍‌ର ନିୟମ ଅନୁସାରେ ମାନିବାକୁ ବାକି ରହିଲା ।  ନିୟମ ବିରୋଧରେ ଯିଏ ଏହି ଗ୍ରୁପ ସହ ସଂପର୍କରେ ରହିବ ତାକୁ ୧୪ ବର୍ଷ ଜେଲ ଏବଂ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ ବୋଲି ସୁଏଲା ସ୍ପଷ୍ଟ କରିଛନ୍ତି । 

ତେବେ ୟୁକ୍ରେନ୍‌ ଯୁଦ୍ଧରେ ରୁଷ ପକ୍ଷରୁ ଓ୍ବାଗନର ମୁଖ୍ୟ ଭୂମିକା ନେଇଥିଲା । ଏହା ବ୍ୟତୀତ ସିରିଆ, ମାଲି ଏବଂ ଲିବିୟା ଭଳି ଆଫ୍ରିକୀୟ ଦେଶରେ ରୁଷର ଅପରେସନରେ ଅଂଶଗ୍ରହଣ କରିଥିଲା ଓ୍ବାଗନର ଗ୍ରୁପ୍‌ । ସୂଚନାଯୋଗ୍ୟ, ୨୦୨୩ ଜୁନ୍‌ ୨୩ରେ ରୁଷ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲା ଓ୍ବାଗନର ଗ୍ରୁପ୍‌ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ଓ୍ବାଗନର ମୁଖ୍ୟ ପ୍ରିଗୋଝିନ ହଠାତ ବିଦ୍ରୋହ କରିବା ଆରମ୍ଭ କରିଥିଲେ।  ଏହା ପରେ ମାମଲା ଯଦିଓ ଥଣ୍ଡା ପଡ଼ିଥିଲା । ହେଲେ ବିମାନ ଦୁର୍ଘଟଣାରେ ପ୍ରିଗୋଝିନଙ୍କ ମୃତ୍ୟୁ ପରେ ଓ୍ବାଗନର ଗ୍ରୁପ୍‌ ଆହୁରି ପ୍ରତିକ୍ରିୟଶୀଳ ହୋଇଉଠିଛି । 

You can also read: ଜଳବାୟୁ ପରିବର୍ତ୍ତନର ଭୟାବହତା, ଧ୍ୱଂସ ପାଇଥିଲେ ୯୯% ପୂର୍ବଜ

Copyright © 2022 - Summa Real Media Private Limited. All Rights Reserved.