ପ୍ରମୂଖ ଖବର
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଅଧିକ ଦିନ ଫ୍ରିଜରେ ରଖୁଛନ୍ତି କି ଏହି ଖାଦ୍ୟ? ହୋଇଯାଆନ୍ତୁ ସାବଧାନ

ସାଧାରଣତଃ ଆମେ ବଳକା ଖାଦ୍ୟକୁ ଫ୍ରିଜରେ ରଖିଥାଉ। ପନିପରିବା ଓ ଫଳମୂଳ ଦୀର୍ଘ ଦିନ ପର୍ଯ୍ୟନ୍ତ ସତେଜ ରହିବା ଓ ନଷ୍ଟ ନ ହେବା ପାଇଁ ଫ୍ରିଜରେ ରଖୁ । କିନ୍ତୁ ଏପରି କିଛି ଖାଦ୍ୟ ଅଛି, ଯାହାକୁ ଆଦୌ ଫ୍ରିଜରେ ରଖିବା ଠିକ୍ ନୁହେଁ । କାରଣ ଏହି ସବୁ ଖାଦ୍ୟକୁ ଫ୍ରିଜରେ ରଖି ଖାଇଲେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହେବା ସହ ସ୍ବାଦ ମଧ୍ୟ ବଦଳିଯାଏ ।ତେବେ ଆସନ୍ତୁ ଜାଣିବା କେଉଁସବୁ ଖାଦ୍ୟକୁ ଫ୍ରିଜରେ ରଖି ଖାଇବା ଉଚିତ ନୁହେଁ। 

ଟମାଟୋ: ଥଣ୍ଡା ତାପମାତ୍ରା ଟମାଟୋ ସ୍ବାଦ ଖରାପ କରିପାରେ । ତେଣୁ ଏହାକୁ ସବୁବେଳେ ରୁମ୍ ତାପମାତ୍ରାରେ ରଖିବା ଓ ବଜାରରୁ ଆଣିବାର କିଛି ଦିନ ମଧ୍ୟରେ ବ୍ୟବହାର କରିବା ଉଚିତ୍ । 

ପିଆଜ: ଫ୍ରିଜରେ ପିଆଜ ମଧ୍ୟ ରଖିବା ଅନୁଚିତ୍ । ଏହାକୁ ସବୁବେଳେ କମ୍ ଥଣ୍ଡା ଓ ଶୁଖିଲା ଜାଗାରେ ରଖିବା ଆବଶ୍ୟକ, ଯେଉଁଠି ଠିକ୍ ଭାବେ ବାୟୁ ଚଳାଚଳ ହେଉଥିବ । 

ଆଳୁ: ଏହାକୁ ଫ୍ରିଜରେ ରଖିବା ଦ୍ବାରା ଆଳୁରେ ଥିବା ଷ୍ଟାର୍ଚ ସୁଗାରରେ ପରିଣତ ହୋଇଯାଏ । ଆଉ ସୁଗାର ଆମ ସ୍ବାସ୍ଥ୍ୟ ପାଇଁ ଖରାପ ।ତେଣୁ ଆଳୁକୁ ଫ୍ରିଜରେ ରଖିବା ବଦଳରେ ଏକ ଥଣ୍ଡା ଓ ଅନ୍ଧାରିଆ ସ୍ଥାନରେ ରଖନ୍ତୁ । 

କଦଳୀ: ଫ୍ରିଜରେ କଦଳୀ ରଖିଲେ ଏହାର ଚୋପା ବ୍ରାଉନ ହୋଇଯାଇପାରେ । ଯଦିଓ ଏହାର ଭିତର ଅଂଶ ଖାଇବା ଯୋଗ୍ୟ ରହିଥାଏ, କିନ୍ତୁ ସତେଜତା ଓ ସ୍ବାଦ କମିଯାଏ । ତେଣୁ ସବୁବେଳେ କଦଳୀକୁ ରୁମ୍ ତାପମାତ୍ରାରେ ରଖିବା ଉଚିତ୍ ।

ରସୁଣ: ପିଆଜ ଭଳି ରସୁଣ ମଧ୍ୟ ଫ୍ରିଜରେ ରଖନ୍ତୁ ନାହିଁ । ହେଲେ ଅନେକ ଲୋକ ଚୋପା ଛଡାଇ ରସୁଣ ଫ୍ରିଜରେ ରଖିଦିଅନ୍ତି । ଏମିତି କଲେ ଏହା ନରମ ହୋଇ ଅଙ୍କୁରିତ ହେବାରେ ଲାଗେ । 

ବ୍ରେଡ: ଫ୍ରିଜରେ ବ୍ରେଡ ରଖିଲେ ଏହା ଶୀଘ୍ର ଶୁଖିଯାଏ ଓ ବାସି ହେବା ସହ ଏଥିରେ ଫଙ୍ଗସ୍ ହୋଇଯାଏ । ସାମାନ୍ୟ ତାପମାତ୍ରାରେ ରହିଲେ ବ୍ରେଡ ଅଧିକ ଦିନ ଯାଏଁ ଭଲ ରହେ । ତେଣୁ ବ୍ରେଡକୁ ଫ୍ରିଜରେ ରଖନ୍ତୁ ନାହିଁ। 

ମହୁ: ତେଲ ପରି ମହୁ ଅନେକ ଦିନ ଯାଏଁ ନଷ୍ଟ ହୁଏ ନାହିଁ ଓ କୋଠରୀର ତାପମାତ୍ରାରେ ଖରାପ ହୁଏନି । ହେଲେ ମହୁ ଫ୍ରିଜରେ ରଖିଲେ ଏହା କ୍ରିଷ୍ଟାଲାଇଜ ହୋଇ କଠିନ ହୋଇଯାଇପାରେ । ଏହାର ନ୍ୟାଚୁରାଲ ଗୁଣ ମଧ୍ୟ ନଷ୍ଟ ହେବାରେ ଲାଗେ । ତେଣୁ ସବୁବେଳେ ମହୁ ରୁମ୍‌ ତାପମାତ୍ରାରେ ଶୁଖିଲା ଜାଗାରେ ରଖିବା ଭଲ । 

ଆଭୋକାଡୋ: ରେଫ୍ରିଜରେସନ ଦ୍ବାରା ଆଭୋକାଡୋ ପାଚିବା ପ୍ରକ୍ରିୟା ଧୀମା ହୋଇଯାଏ । ଯଦି ଏହା କଞ୍ଚା ଥାଏ, ତାହେଲେ ନରମ ହେବା ଯାଏଁ ଏହାକୁ ରୁମ୍ ତାପମାତ୍ରାରେ ରଖନ୍ତୁ । ଏହା ପାଚିଯିବା ପରେ କିଛି ଦିନ ଯାଏଁ ଫ୍ରିଜରେ ରଖିପାରିବେ ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.