ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାଇକେଲରେ ଗାଁ ଗାଁ ବୁଲୁଛନ୍ତି ସିଦ୍ଧାର୍ଥ, ଲୋକଙ୍କ ସମସ୍ୟା ଶୁଣି ଏହାର ଭିଡିଓ କରୁଛନ୍ତି

ପୁରୀ/ଗୋପ, ୨୯।୧୧: ଆମ ହାତରେ ମେସିନ୍‌ ଗନ୍‌ ରହିଛି । ଖାଲି ଚଳାଇବା କଥା । ଲୋକେ ନିଜର ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇ ଏହାର ସମାଧାନ କରିବା ଲାଗି ଏହି ମେସିନ୍‌ ଗନ୍‌ ବ୍ୟବହାର କରନ୍ତୁ । ଏହି ମେସିନ୍‌ ଗନ୍‌ ହେଉଛି ମୋବାଇଲ । ଡିଜିଟାଲ ଦୁନିଆରେ ଆପଣଙ୍କ ସମସ୍ୟାକୁ ଭିଡିଓ କରି ସରକାରଙ୍କ ନିକଟକୁ ପଠାନ୍ତୁ ଓ ସମସ୍ୟାର ସମାଧାନ କରିବାକୁ ଦାବି କରନ୍ତୁ । କେଉଁ କାମ ସମୟରେ ସରୁନି ଓ ଲାଞ୍ଚ କାରବାର ହେଉଛି ତାହାର ଭିଡିଓ କରି ପୋଷ୍ଟ କରନ୍ତୁ । ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଏଭଳି ବକ୍ତବ୍ୟ ରଖି ଚର୍ଚ୍ଚାକୁ ଆସିଛନ୍ତି ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହୋଇ ଉଠିଥିବା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ । 

କଥା ଖାଲି ଏତିକିରେ ଅଟକିନି, ନିମାପଡ଼ାର ନିପଟ ମଫସଲ ଅଞ୍ଚଳରେ ସେ ସାଇକେଲରେ ବୁଲୁଛନ୍ତି ଓ ଅବ୍ୟବସ୍ଥା ନେଇ ପ୍ରଶାସନକୁ ଘନଘନ କାଉଣ୍ଟର କରୁଛନ୍ତି । ସେ ଆସନ୍ତା ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଭାବେ ଏଠାରୁ ଲଢ଼ିବେ ବୋଲି ଘୋଷଣା କରୁଛନ୍ତି । ବିଶାଳ ନିର୍ବାଚନ ସଭା, ସମିତି, ଶୋଭାଯାତ୍ରାରେ ଟଙ୍କା ଖର୍ଚ୍ଚ ନକରି ତାଙ୍କ ସହ ପ୍ରତି ଗାଁ ବୁଲି ଲୋକଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ । ଲୋକେ ଯାହାକୁ ପସନ୍ଦ କରିବେ ଭୋଟ ଦେଇ ଜିତାଇବେ ବୋଲି ସେ ମତ ବ୍ୟକ୍ତ କରୁଛନ୍ତି । ସିଦ୍ଧାର୍ଥ ଏବେ ନିମାପଡ଼ା ଅଞ୍ଚଳରେ ଗାଁଠାରୁ ଆରମ୍ଭ କରି ପୁରୀ ସହର ପର୍ଯ୍ୟନ୍ତ ବୁଲିବା ବେଳେ ଲୋକଙ୍କ ସମସ୍ୟା ସମ୍ପର୍କରେ ଭିଡିଓ କରୁଛନ୍ତି ଓ ଏହାର ସମାଧାନ କରିବାରେ ସରକାର କାହିଁକି ଫେଲ ଓ କିପରି ପାସ୍‌ ହେବେ ତାହାର ସୂତ୍ର ମଧ୍ୟ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ରଖୁଛନ୍ତି । ଆମ ସଂସ୍କୃତି ଜଗନ୍ନାଥ, ଆମ ପରମ୍ପରା ଜଗନ୍ନାଥ, ସନ୍‌ ଅଫ୍‌ କଳିଙ୍ଗ ଲେଖା ଥିବା ଟି’ ସାଟ୍‌ ପିନ୍ଧି ଓ ସାଇକେଲ ଚଢ଼ି ସେ ଏକା ଏକା ବୁଲୁଛନ୍ତି । ଯାହା ନିମାପଡ଼ା ଗୋପ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପାଇଁ ସଞ୍ଜିବନୀ ସାଜିବ ବୋଲି ଆଶା କରାଯାଉଛି । 

ଆମେରିକାରୁ ଫେରିଥିବା ସିଦ୍ଧାର୍ଥଙ୍କ ଏହି ପ୍ରଚାର ତରିକା ଏବେ ସବୁଠି ଆଲୋଚନାର ବିଷୟ ହୋଇଛି । ସୂଚନା ଥାଉକି, ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ କଂଗ୍ରେସରୁ ଏଠାରେ ରବୀନ୍ଦ୍ର ସେଠୀ ବିଜୟୀ ହୋଇ ସମବାୟ ମନ୍ତ୍ରୀ ହୋଇଥିଲେ । ତାହା ପରଠାରୁ କଂଗ୍ରେସ ଏହି ଆସନରେ ଆଉ ଜିତି ପାରିନାହିଁ । ୨୦୦୯ରେ ସତ୍ୟବ୍ରତ ପାତ୍ର, ୨୦୧୪ ମସିହାରେ ବିଶ୍ୱ ମହାନ୍ତି, ୨୦୧୯ରେ ଦିଲ୍ଲୀପ ନାୟକ କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି । ପରାଜିତ ପରେ ଦିଲ୍ଲୀପ କଂଗ୍ରେସ ଛାଡି ବିଜେପିରେ ମିଶିଯାଇଥିଲେ । ଦଳ ଏଠାରେ ନେତା ଲୋଡ଼ୁଥିବା ବେଳେ ସିଦ୍ଧାର୍ଥ ଆବିର୍ଭାବ ହୋଇଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.