ପ୍ରମୂଖ ଖବର
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଦିଲ୍ଲୀ ଗଲେ ଶିବରାଜ ଚୌହାନ, ବାପାଙ୍କ ଗଡ଼ ସମ୍ଭାଳିବେ ଜୁନିୟର ଚୌହାନ !

ଭୋପାଳ:  ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବେ ଜାତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ପ୍ରସ୍ତୁତ । ସେ ଏବେ ଦେଶର କୃଷି ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର ସେ ସଦସ୍ୟ।  ଶିବରାଜ ଚୌହାନ କେନ୍ଦ୍ରୀୟ ରାଜନୀତିରେ ପ୍ରବେଶ କରିଥିବାରୁ ଏବେ ସମସ୍ତଙ୍କ ନଜର ତାଙ୍କ ପୁଅ କାର୍ତ୍ତିକେୟ ସିଂହ ଚୌହାନଙ୍କ ଉପରେ ରହିଛି । ବାପାଙ୍କ ପରେ ଏବେ ମଧ୍ୟପ୍ରଦେଶରେ ଶିବରାଜଙ୍କ ଗଡ଼ ତାଙ୍କ ପୁଅ କାର୍ତ୍ତିକେୟ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି । ଏପରିକି ସେ ବୁଧନି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି । 

ବୁଧନି ଆସନରୁ ଶିବରାଜ ସିଂହ ଚୌହାନ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଥିଲେ । ଏବେ ସେ ବିଦିଶାରୁ ଲୋକସଭା ନିର୍ବାଚନ ଲଢ଼ି ସଂସଦକୁ ଯାଇଛନ୍ତି । ତେଣୁ ବୁଧନିରେ ଉପନିର୍ବାଚନ ହେବ । ବିଜେପି ଶିବରାଜଙ୍କ ସ୍ଥାନରେ ତାଙ୍କ ପୁଅ କାର୍ତ୍ତିକେୟଙ୍କୁ ଟିକେଟ ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଗତ ରବିବାର ଶିବରାଜ ଭୋପାଳରେ ବିଶାଳ ରୋଡ ଶୋ’ କରିଥିଲେ । ସେହିପରି ଶୁକ୍ରବାର ବିଜେପି କର୍ମୀଙ୍କ ପକ୍ଷରୁ ଶିବରାଜଙ୍କ ପାଇଁ ଭେରୁଣ୍ଡା, ସେହୋରେରେ ଗୋଟିଏ କୃତଜ୍ଞତା କନଫରେନ୍ସ ବି ହୋଇଥିଲା । ଏଥିରେ ଶିବରାଜଙ୍କ ସହ ତାଙ୍କ ପୁଅ କାର୍ତ୍ତିକେୟ ରହିଥିଲେ ।

 ଭୋପାଳରେ ହୋଇଥିବା ରୋଡ ଶୋ’ରେ ବିପୁଳ ଜନସମାଗମ ହୋଇଥିଲା। ସମର୍ଥକମାନେ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇ ଶିବରାଜଙ୍କୁ ସ୍ୱାଗତ କରିଥିଲେ। ଭେରୁଣ୍ଡା, ସେହୋରେରେ ଆୟୋଜିତ କନଫରେନ୍ସରେ କାର୍ତ୍ତିକେୟ ଓ ତାଙ୍କ ମା’ ସାଧନା ସାମିଲ ହୋଇ ଲୋକ ଏବଂ ବିଜେପି କର୍ମୀଙ୍କୁ ଶିବରାଜଙ୍କୁ ସମର୍ଥନ କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ଶିବରାଜ ଭିଡିଓ କନଫରେନ୍ସିଂ ଜରିଆରେ କର୍ମୀମାନଙ୍କୁ ସମ୍ବୋଧନ କରିଥିଲେ । ଏଠାରେ କର୍ମୀମାନଙ୍କୁ ସମ୍ବୋଧନ କରି କାର୍ତ୍ତିକେୟ ମଧ୍ୟ ବୁଧନିରେ ଲୋକଙ୍କ ସମର୍ଥନ କେମିତି ରହିଛି, ସେକଥା ସମସ୍ତଙ୍କୁ ଜଣାଇଥିଲେ । 

 କାର୍ତ୍ତିକେୟ କହିଥିଲେ ଯେ, ‘ବୁଧନିର ଲୋକମାନେ ଲଗାତାର ଆମର ନେତାଙ୍କୁ ଆଶୀର୍ବାଦ ଦେଇଛନ୍ତି। ଶିବରାଜଜୀଙ୍କୁ ଏଠାରୁ ଷଷ୍ଠ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି । ଏଥିପାଇଁ ଆପଣମାନଙ୍କୁ ଭୂମିଷ୍ଠ ପ୍ରଣାମ କରୁଛି।’ ଏହି କାର୍ଯ୍ୟକ୍ରମରେ ବିଜେପିର ଅନେକ ପଦାଧିକାରୀ ଯୋଗ ଦେଇଥିଲେ । କାର୍ତ୍ତିକେୟ ଏହି ସମୟରେ ଦଳୀୟ କର୍ମୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ ।  ସେ ଆହୁରି କହିଥିଲେ ଯେ, ଆପଣ, ମୁଁ ଓ ଶିବାରାଜ ଜୀଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖିପାରୁନି। ଆମମାନଙ୍କର ଶରୀର ଭିନ୍ନ ହୋଇପାରେ କିନ୍ତୁ ଆତ୍ମା ଗୋଟିଏ । ତାଙ୍କର ଏହି ଭାଷଣ ପରେ କାର୍ତ୍ତିକେୟ ବୁଧନି ଆସନରୁ ଉପନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । 

  • Madhya pradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.