ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସେଲିବ୍ରିଟିଙ୍କ ଟିକସ ବର୍ଷା: ୯୨ କୋଟିର ଟ୍ୟାକ୍ସ ଦେଇ ଶୀର୍ଷରେ କିଙ୍ଗ୍‌ ଖାନ, କୋହଲି ସର୍ବାଧିକ ଟିକସ ପ୍ରଦାନକାରୀ କ୍ରୀଡାବିତ

ନୂଆଦିଲ୍ଲୀ,୦୫/୦୯: ଦେଶର ଟିକସ ପୁଲ୍‌ରେ ବଡ଼ ଯୋଗଦାନ ଦେଉଛନ୍ତି ସେଲିବ୍ରିଟି ।  କିଙ୍ଗ୍‌ ଖାନ୍‌ ହୁଅନ୍ତୁ ଅବା ଷ୍ଟାର କ୍ରିକେଟର ବିରାଟ କୋହଲି ନିଜ ଆୟରୁ କୋଟି କୋଟି ଟଙ୍କା  ରାଜକୋଷକୁ ପ୍ରଦାନ କରୁଛନ୍ତି ଏମାନେ । ୨୦୨୪  ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଆର୍ଥିକବର୍ଷରେ  ୯୨ କୋଟିର ଟିକସ ଦେଇଛନ୍ତି କିଙ୍ଗ୍‌ ଖାନ  ଶାହରୁଖ । ପେସାଗତ ଆୟ ସହିତ ବିଜ୍ଞାପନରୁ  କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଏହି  ସେଲିବ୍ରିଟି । 

ଆଲୋଚ୍ୟ ଆର୍ଥିକବର୍ଷରେ ତାମିଲ ଫିଲ୍ମ  ଦୁନିଆର ଆଗଧାଡ଼ି ଅଭିନେତା ଥଲାପତି ବିଜୟ  ଟିକସ ଆକାରରେ ଦେଇଛନ୍ତି ୮୦ କୋଟି ଟଙ୍କା। ସଲ୍‌ମାନ ଖାନ୍‌ ଏବଂ ଅମିତାଭ ବଚ୍ଚନ ଯଥାକ୍ରମେ  ୭୫ କୋଟି ଏବଂ ୭୧ କୋଟି ଟଙ୍କା ପ୍ରଦାନ  କରିଥିବା ଫର୍ଚ୍ୟୁନ୍‌ ଇଣ୍ଡିଆ ତାଲିକାରୁ ଜଣାପଡ଼ିଛି ।  

ଏହା ପଛକୁ ପଞ୍ଚମ ସ୍ଥାନରେ ଅଛନ୍ତି  ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ।  ସେ ଭାରତର ସର୍ବାଧିକ ଟିକସ ପ୍ରଦାନକାରୀ  କ୍ରୀଡାବିତ ପାଲଟିଛନ୍ତି । ଆଲୋଚ୍ୟ ଆର୍ଥିକବର୍ଷରେ  ୩୫ ବର୍ଷୀୟ ଏହି ଷ୍ଟାର୍‌ ବ୍ୟାଟ୍‌ସମ୍ୟାନ୍‌ ୬୬  କୋଟି ଟଙ୍କା ଟିକସ ପ୍ରଦାନ କରିଥିବା ଜଣାପଡ଼ିଛି । 

ସର୍ବାଧିକ ଟିକସ ପ୍ରଦାନ କରିଥିବା ସେଲିବ୍ରିଟି  କରଦାତାଙ୍କ ତାଲିକାରେ ଥିବା ଅନ୍ୟ କ୍ରୀଡାବିତ  ହେଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ  କ୍ୟାପ୍‌ଟେନ ମହେନ୍ଦ୍ର ସିଂହ ଧୋନି, ମାଷ୍ଟର ବ୍ଲାଷ୍ଟର  ସଚିନ ତେନ୍ଦୁଲକର, ଅଲ୍‌-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା  ଏବଂ ୱିକେଟ୍‌ କିପର ରିଶଭ ପନ୍ଥ ପ୍ରମୁଖ । ଏମାନେ  ଯଥାକ୍ରମେ ୩୮ କୋଟି, ୨୮ କୋଟି, ୧୩ କୋଟି  ଏବଂ ୧୦ କୋଟି ଟଙ୍କାର ଟିକସ ପ୍ରଦାନ କରିଛନ୍ତି ।  

ସେହିଭଳି ସୌରଭ ଗାଙ୍ଗୁଲି ପୂର୍ବ  ଆର୍ଥିକବର୍ଷରେ ୨୩ କୋଟି ଟଙ୍କାର ଟିକସ ପ୍ରଦାନ  କରିଥିବା ଫର୍ଚ୍ୟୁନ୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶ । ୨୦୨୨- ୨୩ରେ ଶାହରୁଖ ନେଟ୍‌ୱର୍ଥ ୧୩ଶହ କୋଟି  ବଢ଼ିଛି । ମହିଳା ସେଲିବ୍ରିଟିଙ୍କ କ୍ଷେତ୍ରରେ କରୀନା  କପୁର ସର୍ବାଧିକ ଟିକସ ପ୍ରଦାନ କରିଛନ୍ତି । ଗତ  ବର୍ଷ ଅକ୍ଷୟ କୁମାର ୨୫ କୋଟି ଟିକସ ପ୍ରଦାନ  କରିଥିବାବେଳେ ଏବର୍ଷ ଶ୍ରେଷ୍ଠ ୨୦ରେ ବି ନାହାନ୍ତି ।

ଶାହରୁଖ ଖାନ- ୯୨ କୋଟି

ଥଲାପତି ବିଜୟ- ୮୦ କୋଟି

ସଲମାନ ଖାନ -୭୫ କୋଟି

ଅମିତାଭ ବଚ୍ଚନ - ୭୧ କୋଟି

ବିରାଟ କୋହଲି - ୬୬ କୋଟି

ଅଜୟ ଦେବଗନ- ୪୨ କୋଟି

ଏମ୍‌ ଏସ୍‌ ଧୋନି-  ୩୮ କୋଟି

ରଣବୀର କପୁର - ୩୬ କୋଟି

ସଚିନ ତେନ୍ଦୁଲକର-  ୨୮ କୋଟି

ହ୍ରିତିକ ରୋଶନ- ୨୮ କୋଟି

କପିଲ ଶର୍ମା - ୨୬ କୋଟି

ସୌରଭ ଗାଙ୍ଗୁଲି - ୨୩ କୋଟି

କରୀନା କପୁର-  ୨୦ କୋଟି

ଶାହିଦ କପୁର-  ୧୪ କୋଟି

ମୋହନଲାଲ - ୧୪ କୋଟି

ଅଲୁ ଅର୍ଜୁନ-  ୧୪ କୋଟି

ହାର୍ଦ୍ଦିକ ପାଣ୍ଡ୍ୟା - ୧୩ କୋଟି

କିଆରା ଆଡଭାନି-  ୧୨କୋଟି

କ୍ୟାଟ୍‌ରିନା କୈଫ-  ୧୧ କୋଟି

ପଙ୍କଜ ତ୍ରିପାଠୀ - ୧୧ କୋଟି

ଅମିର ଖାନ - ୧୦ କୋଟି

ରିଶଭ ପନ୍ଥ -୧୦ କୋଟି



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.