ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୋୟଙ୍କା-ରାହୁଲଙ୍କ ଫଟୋ ଭାଇରାଲ, ଡିନରର ନିମନ୍ତ୍ରଣ ନା ଭୁଲ୍

ନୂଆଦିଲ୍ଲୀ, ୧୪/୫ : ଲକ୍ଷ୍ନୌ ସପୁର ଜାୟଣ୍ଟ୍ସର ମାଲିକ ସଞ୍ଜିବ ଗୋୟଙ୍କା ଗତ ୬ଦିନରୁ ଲଗାତର ଚର୍ଚ୍ଚାରେ ଅଛନ୍ତି । ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଲକ୍ଷ୍ନୌର ପରାଜୟ ପରେ ଗୋୟଙ୍କା କେଏଲ ରାହୁଲଙ୍କ ଉପରେ ଅନ୍ କ୍ୟାମେରା ନାରାଜ ଥିବା ଦେଖାଯାଇଥିଲା । ଏହି କାର୍ଯ୍ୟକଳାପ ଲାଗି ତାଙ୍କୁ ସୋସିଆଲ ମିଡ଼ିଆରେ ଫ୍ୟାନ୍ସଙ୍କଠାରୁ କେବଳ ନୁହେଁ ବରଂ ନାମୀ ଖେଳାଳୀଙ୍କୁଠାରୁ ବି ବହୁ କଥା ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ ଏହି କଣ୍ଟେ୍ରାଭର୍ସି ଉପରେ ରୋକ ଲାଗିପାରେ କାରଣ ସୂଚନା ଅଛି କି ସଞ୍ଜିବ ଗୋୟଙ୍କା ନିଜର ଉକ୍ତ ବାର୍ତ୍ତାଳାପ ଲାଗି ରାହୁଲଙ୍କୁ ଭୁଲ୍ ମାଗି ସାରିଛନ୍ତି ।

ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥୀରେ ସଞ୍ଜିବ ଗୋୟଙ୍କା ଏବଂ କେଏଲ ରାହୁଲ କାନ୍ଧ ମିଳାଇଥିବା ଦେଖାଯାଉଛନ୍ତି । ଏହି ଫଟୋ ସହ ମିଡ଼ିଆ ରିପୋର୍ଟ୍ସରେ ଏହା ବି କୁହାଯାଇଛି କି ସଞ୍ଜୀବ ଗୋୟଙ୍କା କେଏଲ ରାହୁଲଙ୍କୁ ନିଜ ଘରେ ଡିନରର ନିମନ୍ତ୍ରଣ ଦେଇଛନ୍ତି । ମାତ୍ର ଏହାପୂର୍ବରୁ କେତେକ ରିପୋର୍ଟ୍ସ ସାମ୍ନାକୁ ଆସିଛି । କେଉଁଥିରେ ରାହୁଲଙ୍କୁ ଅଧିନାୟକ ପଦ ଛାଡ଼ିବାର ଖବର ଆସୁଛି ତ ଆଉ କେଉଁଥିରେ ଆଗାମୀ ସିଜନରେ ଲକ୍ଷ୍ନୌର ଭାଗିଦାରୀ ହେବେ ନାହିଁ । 

ଏହା ସନ୍ଦେହ ନୁହେଁ କି ସଞ୍ଜିବ ଗୋୟଙ୍କାଙ୍କୁ ନିଜର ଏକ କଥାବାର୍ତ୍ତାକୁ ନେଇ ବହୁ ଫ୍ୟାନ୍ସଙ୍କଠାରୁ ବହୁ ଆଲୋଚନାର ଶିକାର ହେବାକୁ ପଡ଼ିଛି ।  କିଛି ମିଡ଼ିଆ ରିପୋର୍ଟ୍ସରେ କୁହାଯାଇଛି କି ସଞ୍ଜୀବ ଗୋୟଙ୍କା ଆଲୋଚନା ପର୍ଯ୍ୟାଲୋଚନା ଭିତରେ ଭୁଲ ମାଗି ନେଇଛନ୍ତି । ଏଲଏସଜିର ନିକଟ ସୂତ୍ରରୁ କୁହାଯାଇଛି କି, ଉଭୟଙ୍କ ଭିତରେ ସବୁ କିଛି ଠିକ୍ ଅଛି । ଏହି ସବୁ ଉଡ଼ା ଖବର ଅଟେ ରାହୁଲଙ୍କୁ ଅଧିନାୟକରୁ ହଟାଇ ଦିଆଯିବ ଏବଂ ନିଲାମୀରେ ଚୟନ କରାଯିବ ନାହିଁ । ଗତ ମ୍ୟାଚ ଆମ ଅନୂକୁଳରେ ନ ଥିଲା, କିନ୍ତୁ ଏବେ ଟିମ୍ ଏବଂ ମାଲିକଙ୍କ ମଧ୍ୟରେ ସବୁ କିଛି ଠିକ୍ ଅଛି । ରାହୁଲ ଭଲ ସ୍ଥିତିରେ ଅଛନ୍ତି ଏବଂ ଡିସି ବିପକ୍ଷ ମ୍ୟାଚ୍ ପୂର୍ବରୁ ବିଶ୍ରାମ ନେଉଛନ୍ତି। 

୮ମଇରେ ସଞ୍ଜିବ ଗୋୟଙ୍କାଙ୍କ ବ୍ୟବହାର ପରେ କେଏଲ ରାହୁଲଙ୍କ ପ୍ରଥମ ଭିଡ଼ିଓ ବି ସାମ୍ନାକୁ ଆସିଛି । ଯେଉଁଥିରେ ସେ କହିଛନ୍ତି କି ନୂଆ ଫ୍ରାଞ୍ଚାଇଜ ଭାବେ ଆମର ପୂର୍ବ ଦୁଇ ବର୍ଷ ଭଲ ରହିଛି । ଆମ ପାଖରେ କୋଚ୍ ଜଷ୍ଟିନ ଲ୍ୟାଙ୍ଗର ଅଛନ୍ତି । ଏହାସହ ଟିମ୍‌ର ମାଲିକ ସଞ୍ଜିବ ଗୋୟଙ୍କା ଅଛନ୍ତି । ତାଙ୍କ ଦ୍ବାରା ବହୁ ଶାନଦାର ପ୍ରାଞ୍ଚାଇଜ ନିର୍ମାଣ କରାଯାଇଛି । ଟିମର ବାଲାନ୍ସ ବହୁତ ଭଲ ଅଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.