ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଲଣ୍ଡନ ଯିବେ କି ଶେଖ ହସିନା ? ବ୍ରିଟେନର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଏସ. ଜୟଶଙ୍କର

Image Courtesy: abplive

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବ୍ରିଟେନ ପ୍ରତିପକ୍ଷ ଡେଭିଡ ଲାମିଙ୍କ ସହ ଆଲୋଚନା କରିଛନ୍ତି । ବାଂଲାଦେଶର ବର୍ତ୍ତମାନ ସ୍ଥିତି ଏବଂ ଶେଖ ହସିନା ଭାରତ ଚାଲିଆସିବା ପରେ ଜୟଶଙ୍କର ବ୍ରିଟେନ୍‌ର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଥିବା ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ‘କିଛି ଘଣ୍ଟା ପୂର୍ବରୁ ବୈଦେଶିକ ମନ୍ତ୍ରୀ ବ୍ରିଟେନର ଡେଭିଡ ଲାମିଙ୍କ ସହ ଆଲୋଚନା କରିଛନ୍ତି । ଦୁଇ ନେତା ବାଂଲାଦେଶ ଏବଂ ପଶ୍ଚିମ ଏସିଆରେ ଜାରି ରହିଥିବା ଘଟଣାକ୍ରମ ଉପରେ କଥା ହୋଇଛନ୍ତି ।’ ସେପଟେ ବିଶେଷ ବ୍ୟକ୍ତିଙ୍କୁ ରାଜନୈତିକ ଶରଣ ଦେବାକୁ ଦେଶ ଅନୁମତି ଦିଏ ନାହିଁ ବୋଲି ବ୍ରିଟେନର ବୈଦେଶିକ ମନ୍ତ୍ରାଳୟ ସୂତ୍ରରୁ ସୂଚନା ମିଳିଛି ।   

ଅନ୍ୟପଟେ ବାଂଲାଦେଶରେ ସଂଖାଲଘୁଙ୍କ ସୁରକ୍ଷା ସଂପର୍କରେ ସମୀକ୍ଷା ହୋଇଛି । ଏହା ସହ ଭାରତୀୟ ସୁରକ୍ଷା ପାଇଁ ବାଂଲାଦେଶର ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଉଛି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରଣଧୀର ଜୟସ୍ବାଲ କହିଛନ୍ତି, ବାଂଲାଦେଶର ଲୋକମାନଙ୍କ ଆମେ ନିକଟତମ ବନ୍ଧୁ ହୋଇଥିବାରୁ, ଆମର ଆଶା ଯେ ଖୁବଶୀଘ୍ର ଦେଶରେ ଶାନ୍ତି ପ୍ରତିଷ୍ଠା ହେଉ । ବଂଲାଦେଶରେ ୯୦୦୦ ଛାତ୍ରଛାତ୍ରୀଙ୍କ ସମେତ ୧୯ ହଜାର ଭାରତୀୟ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଭାରତ ଫେରିଆସିଛନ୍ତି ।

 ଯେଉଁମାନେ ଭାରତ ଆସିବାକୁ ଚାହୁଁଛନ୍ତି ଆମର ଦୂତାବାସ ସେମାନଙ୍କୁ ସହାୟତା କରୁଛି । ଏୟାର ଲାଇନ୍ସ ପରିଚାଳନା ହେଉଛି । ଦୂତାବାସର ଅଣ ଜରୁରି କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭାରତ ନେଇଆସିଛୁ । ଆଶା ଅଛି ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ରଣଧୀର ଜୟସ୍ବାଲ କରିଛନ୍ତି । 

 

  • Britain
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.