ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ବିସିସିଆଇ ଦେଇଥିଲା ୫କୋଟି ବୋନସ୍, ଅଧା ନେଇ ବାକି ସର୍ପୋଟ ଷ୍ଟାଫ୍‌ଙ୍କ ପାଇଁ ଫେରାଇ ଦେଲେ ରାହୁଲ ଦ୍ରାଭିଡ୍

ନୂଆଦିଲ୍ଲୀ,୧୦।୭: ଟି-୨୦ ବିଶ୍ବକପ୍ ଭାରତୀୟ ଦଳ ଜିତିବା ପରେ ସାରା   ଦେଶରେ ଖେଳିଯାଇଛି ଖୁସିର ଲହରୀ। ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଓ ହେଡ୍ କୋଚ୍ ରାହୁଲ ଦ୍ରାଭିଡ୍‌ ଦେଶବାସୀଙ୍କ ହୃଦୟ ଜିଣିପାରିଛନ୍ତି। ହେଲେ ପୁଣି ଥରେ ହୃଦୟ ଜିଣିଲେ ଦ୍ରାଭିଡ୍। ଐତିହାସିକ ବିଜୟ ପରେ ବିସିସିଆଇ ଦ୍ରାଭିଡଙ୍କୁ ବୋନସ୍‌ ଭାବରେ ୫ କୋଟି ଦେବାର ଘୋଷଣା କରିଥିଲା।ଏତିକି ଟଙ୍କା ମଧ୍ୟ ଓ୍ବାର୍ଲ୍ଡକପ୍‌ ଚମ୍ପିଆନ୍‌ ଅନ୍ୟ ଭାରତୀୟ ପ୍ଲେୟାର୍ସଙ୍କୁ ଦିଆଯାଇଛି। ହେଲେ ଦ୍ରାବିଡ୍ ତାଙ୍କ ମହାନତା ଦେଖାଇ ତାଙ୍କଠାରୁ କେବଳ ୨.୫ କୋଟି ଟଙ୍କା ନେଇଥିଲେ ଓ ବାକି ଟଙ୍କା ନେବାକୁ ମନା କରିଦେଇଥିଲେ।

ଉଲ୍ଲେଖନୀୟ ଯେ, ବାକି କୋଚିଂ ଷ୍ଟାଫ୍‌ଙ୍କୁ ୨.୫-୨.୫ କୋଟି ଟଙ୍କା ଦିଆଯାଇଥିଲା। ଏଭଳି ସ୍ଥିତିରେ ୫୧ ବର୍ଷର ଦ୍ରାଭିଡଙ୍କ କହିବା ଅନୁସାରେ, ସମସ୍ତଙ୍କୁ ସମାନ ଅର୍ଥ ଦିଆଯାଉ। ନଚେତ ତାଙ୍କୁ ମଧ୍ୟ ସେତିକି ଟଙ୍କା ଦରକାର, ଯେତିକି ଅନ୍ୟମାନଙ୍କୁ ମିଳିଛି। ସୁତ୍ରରୁ ମିଳିଥିବା ସୂଚନା ଅନସାରେ, ପୂର୍ବତନ ଭାରତୀୟ କୋଚ୍ ରାହୁଲ ଦ୍ରାଭିଡ୍‌ଙ୍କୁ ମଧ୍ୟ ବାକି ସର୍ପୋଟ ଷ୍ଟାପ୍‌ଙ୍କ ଭଳି ସମାନ ବୋନସ୍ ଚାହିଥିଲେ। ବାକି ଷ୍ଟାଫ୍‌ଙ୍କ ମଧ୍ୟରେ ବୋଲିଂ କୋଚ୍ ପାରସ୍ ମାମ୍ବେ୍ର, ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପ ଓ ବ୍ୟାଟିଂ କୋଚ୍ ବିକ୍ରମ୍‌ ରାଠୋରଙ୍କ ନାଁ ରହିଛି।

ଉଲ୍ଲେଖନୀୟ ଯେ, ଟି -୨୦ ବିଶ୍ବକପ୍ ୨୦୨୪ର ଫାଇନାଲ ମୁକାବିଲ ୨୯ ଜୁନ୍‌ରେ ବାରବାଡୋସ୍‌ରେ ଖେଳା ଯାଇଥିଲା। ଏହି ଟାଇଟଲ ମୁକାବିଲାରେ ରୋହିତ ଶର୍ମାଙ୍କ ନେତୃତ୍ବଧାନୀ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ହରାଇଥିଲା। ଏହି ବିଜୟ ସହ ବିସିସିଆଇ ପୁରସ୍କାର ରାଶିରେ ୧୨୫ କୋଟି ଟଙ୍କା ଘୋଷଣା କରିଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.