ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଏହି ସବୁ ସ୍ଥାନକୁ ଯାତ୍ରା କଲେ ଖର୍ଚ୍ଚ କରିବାକୁ ପଡ଼ିବନି ଟଙ୍କାଟିଏ, ଜାଣନ୍ତୁ ଏହି ବିଷୟରେ

ନୂଆଦିଲ୍ଲୀ : ଏମିତି ଅନେକ ଲୋକ ଅଛନ୍ତି , ଯେଉଁମାନେ ସୀମିତ ବଜେଟ୍‌ରେ ବୁଲିବାକୁ ପସନ୍ଦ କରିଥାନ୍ତି, କିନ୍ତୁ ଅନେକ ଥର ପିକ୍‌ ସିଜନରେ ହୋଟେଲ ଆଦିର ଦର ଏତେ ଅଧିକ ବଢିଯାଏ ଯେ , ବ୍ୟକ୍ତି ଚାହିଲେ ବି ସୀମିତ ବଜେଟରେ ଟ୍ରାଭେଲିଂ କରି ପାରନ୍ତି ନାହିଁ ଏବଂ ଖୁବ୍‌ ଅଧିକ ଟଙ୍କା ଖର୍ଚ୍ଚ ହୋଇ ଯାଏ। ଅନେକ ଥର ଏହିସବୁ ଜିନିଷ ଯୋଗୁଁ ଲୋକେ ବୁଲିବାର ପ୍ଲାନ ହିଁ କ୍ୟାନସେଲ କରି ଦିଅନ୍ତି। ରହିବା ଓ ଖାଇବା କୌଣସି ବି ଟ୍ରିପ୍‌ର ସବୁଠୁ ଜରୁରୀ ପାର୍ଟ ହୋଇଥାଏ। ଏଥିରେ ବ୍ୟକ୍ତି ସବୁଠୁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି। ଯଦି ଆପଣଙ୍କ ସହ ମଧ୍ୟ ଏମିତି ସବୁ ହୋଇଥାଏ ତ ଏବେ ଆପଣଙ୍କୁ ଆଉ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ। 

ଆପଣଙ୍କୁ ଏମିତି ସ୍ଥାନ ବିଷୟରେ କହିବାକୁ ଯାଉଛୁ , ଯେଉଁଠି ଆପଣ ମାଗଣାରେ ରହି ପାରିବେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭାରତରେ ଏମିତି ବହୁତ ସ୍ଥାନ ଅଛି, ଯେଉଁଠି ଆପଣ ମାଗଣାରେ ରହି ପାରିବେ। 

ମଣିକରଣ ସାହିବ ଗୁରୁଦ୍ୱାରା ( ହିମାଚଳ ପ୍ରଦେଶ) – ଦିଲ୍ଲୀ ବା ଏହାର ଆଖପାଖର ସହରରେ ରହୁଥିବା ଅଧିକାଂଶ ଲୋକ ହିମାଚଳ ବୁଲିବାକୁ ଯାଆନ୍ତି। ହିମାଚଳ ପ୍ରଦେଶର କସୋଲ ସ୍ଥିତ ମଣିକରଣ ସାହିବ ଗୁରୁଦ୍ୱାରାରେ ମାଗଣାରେ ରହି ପାରିବେ। ଏଠାରେ ମାଗଣାରେ ରହିବା ସହ ଆପଣଙ୍କୁ ମାଗଣାରେ ପାର୍କିଂ ଓ ମାଗଣା ଖାଇବା ( ଲଙ୍ଗର)ର ସୁବିଧା ମଧ୍ୟ ମିଳିଥାଏ। 

ଆନନ୍ଦାଶ୍ରମ ( କେରଳ) – ଆପଣ ଏହି ଆଶ୍ରମରେ ଭଲିଣ୍ଟିୟର ହୋଇ ମାଗଣାରେ ରହି ପାରିବେ। ଆଶ୍ରମରେ ଆପଣଙ୍କୁ ମାଗଣାରେ ରହିବା ସହ ଭୋଜନ ମଧ୍ୟ ମାଗଣାରେ ମିଳିଥାଏ। ଆଶ୍ରମରେ ଆପଣଙ୍କୁ ଦିନର ତିନି ସମୟର ଖାଦ୍ୟ ମଧ୍ୟ ଦିଆଯାଇ ଥାଏ , ଯାହାକୁ ଖୁବ୍‌ କମ୍‌ ମସଲା ଯୁକ୍ତ ପ୍ରସ୍ତୁତ କରାଯାଏ । 

ଗୀତା ଭବନ ( ଋଷିକେଶ) – ଋଷିକେଶ, ଦିଲ୍ଲୀ ଓ ଏହାର ଆଖପାଖର ସହରରେ ରହୁଥିବା ଲୋକଙ୍କ ପ୍ରଥମ ପସନ୍ଦ। ଏଠାରେ ଗୀତା ଭବନ ଆଶ୍ରମରେ ଆପଣ ମାଗଣାରେ ରହି ପାରିବେ। ମାଗାଣରେ ରହିବା ସହ ଏଠାରେ ଆପଣଙ୍କୁ ଭୋଜନ ମଧ୍ୟ ମାଗଣାରେ ମିଳିଥାଏ । ଆଶ୍ରମରେ ପାଖାପାଖି ୧୦୦୦ ରୁମ୍‌ ରହିଛି , ଯେଉଁଠାକୁ ସାରା ବିଶ୍ୱର ଲୋକ ଆସି ରୁହନ୍ତି। ଆଶ୍ରମ ପକ୍ଷରୁ ସତସଙ୍ଗ ଓ ଯୋଗର ପର୍ଯ୍ୟାୟ ମଧ୍ୟ ଦିଆଯାଏ। 

ଇଶା ଫାଉଣ୍ଡେସନ – ଇଶା ଫାଉଣ୍ଡେସନ କୋଏମ୍ୱାଟୁରରୁ ପାଖାପାଖି ୪୦ କିଲୋମିଟର ଦୂର। ଏଠାରେ ସେଣ୍ଟର ଯୋଗ , ପରିବେଶ ଓ ସାମାଜିକ କାର୍ଯ୍ୟକ୍ଷେତ୍ରରେ କାମ କରିଥାଏ। ଯଦି ଆପଣ ଚାହାନ୍ତି ତ ଏଠାରେ ଆପଣ ସହଯୋଗ ଦେଇ ପାରିବେ ଏବଂ ମାଗଣାରେ ରହିପାରିବେ।  

ଗୋବିନ୍ଦ ଘାଟ ଗୁରୁଦ୍ୱାରା ( ଚମୋଲି , ଉତ୍ତରାଖଣ୍ଡ) – ଏଠାରେ ଗୁରୁଦ୍ୱାରା ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଅଲକାନନ୍ଦା ନଦୀ ନିକଟରେ ରହିଛି। ଏଠାକୁ ଆସୁଥିବା ଟୁରିଷ୍ଟ , ଟ୍ରାକର୍ସ, ଓ ଶ୍ରଦ୍ଧାଳୁ ଏଠାରେ ମାଗଣାରେ ରହି ପାରିବେ। ଗୁରୁଦ୍ୱାରାରୁ ଆପଣ ପାହାଡ଼ ଗୁଡ଼ିକର ଆକର୍ଷଣୀୟ ଦୃଶ୍ୟକୁ ଦେଖି ପାରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.