ପ୍ରମୂଖ ଖବର
  • କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ, ନିକଟରେ ଯୋଗ ଦେଇଛନ୍ତି କଂଗ୍ରେସ ଦଳରେ…
  • ||
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ପ୍ୟାରିସ୍‌ ଅଲିମ୍ପିକ୍ସ : ସେମିଫାଇନାଲରେ ଜାପାନୀ କୁସ୍ତିଯୋଦ୍ଧାଙ୍କ ଠାରୁ ହାରିଲେ ଅମନ ସେହରାୱତ

ନୂଆଦିଲ୍ଲୀ : ପ୍ୟାରିସ୍‌ ଅଲିମ୍ପିକ୍ସ। ହାରିଗଲେ କୁସ୍ତିଯୋଦ୍ଧା (ରେସଲର) ଅମନ ସେହରାୱତ। ସେ ମେନ୍ସ ୫୭ କି.ଗ୍ରା ସେମିଫାଇନାଲରେ ଜାପାନର ରେଇ ହିଗୁଚିଙ୍କ ଠାରୁ ୦-୧୦ରେ ହାରି ଯାଇଛନ୍ତି। ଜାପାନର ନଂ ୱାନ୍‌ କୁସ୍ତିଯୋଦ୍ଧା ରେଇ ହିଗୁଚି ଅମନଙ୍କୁ ହରାଇ ଫାଇନାଲରେ ସ୍ଥାନ ପାଇଛନ୍ତି।  

ଅମନ ଏହି ମ୍ୟାଚରେ ଜାପାନୀ ରେସଲରଙ୍କ ବିରୋଧରେ ବିଶେଷ କିଛି କରି ପାରି ନାହାନ୍ତି ଏବଂ ଏହି ମୁକାବିଲା ୩ ମିନିଟ୍‌ ବି ଚାଲିଲା ନାହିଁ । ରେଇ ହିଗୁଚି ଟେକ୍ନିକାଲ ସୁପିରିୟଟି ଆଧାରରେ ଜିତି ଯାଇଛନ୍ତି। ଏବେ ଅମନ ବ୍ରୋଞ୍ଜ ମେଡାଲ ପାଇଁ ଖେଳିବେ। ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ ୯ ଅଗଷ୍ଟରେ ଖେଳା ଯିବ। ହିଗୁଚି ରିୟୋ ଅଲିମ୍ପିକ (୨୦୧୬)ରେ ସିଲଭର ମେଡାଲ ଜିତି ସାରିଛନ୍ତି। ଏବେ ତାଙ୍କ ପାଖରେ ଗୋଲ୍‌ଡ ଜିତିବାର ସୁଯୋଗ ରହିଛି। 

ପ୍ୟାରିସ୍‌ ଅଲିମ୍ପିକରେ ଭାରତ ଏବେସୁଦ୍ଧା ୪ଟି ମେଡାଲ ଜିତି ସାରିଛି। ଆଜି ଜାଭଲିନ୍‌ ଥ୍ରୋରେ ନୀରଜ ଚୋପ୍ରା ଗୋଲ୍ଡ ମେଡାଲ ପାଇଁ ଓହ୍ଲାଇବେ। ସେପଟେ ହକିରେ ଭାରତକୁ ବୋଞ୍ଜ ମେଡାଲ ମିଳିଛି। ୧୩ ତମ ଦିନ ଅର୍ଥାତ୍‌ ଆଜି ଆଥଲେଟିକ୍ସ , ଗଲ୍ଫ , କୁସ୍ତି ହେବ।

 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.