ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିନିକିଆ ବିଶ୍ୱକପ୍‌ରୁ ବିଦା ପରେ ପାକ୍ ଟିମ୍‌କୁ ଝଟକା, ବୋଲିଂ କୋଚ୍‌ ପଦରୁ ଇସ୍ତଫା ଦେଲେ ମର୍ଣ୍ଣ ମୋର୍କେଲ

ନୂଆଦିଲ୍ଲୀ,୧୪/୧୧: ଦିନିକିଆ ବିଶ୍ୱକପ୍‌ରେ ପାକିସ୍ତାନ ଦଳର ଅଭିଯାନ ଶେଷ ହେବାର ୨ଦିନ  ପରେ ମର୍ଣ୍ଣ ମୋର୍କେଲ ବୋଲିଂ କୋଚ୍‌ ପଦରୁ ଇସ୍ତଫା  ଦେଇଛନ୍ତି । ପାକିସ୍ତାନ କ୍ରିକେଟ୍‌ ବୋର୍ଡ଼ (ପିସିବି) ଗତ  ଜୁନ୍‌ରେ ତାଙ୍କୁ ୬ ମାସ ପାଇଁ ବୋଲିଂ କୋଚ୍‌ ନିଯୁକ୍ତ  କରିଥିଲା । ବିଶ୍ୱକପ୍‌ରେ ପାକିସ୍ତାନର ନୈରାଶ୍ୟଜନକ  ପ୍ରଦର୍ଶନ ପାଇଁ ମୋର୍କେଲ କୋଚ୍‌ ପଦ ଛାଡ଼ିଥିବା  ଜଣାପଡ଼ିଛି । ଲିଗ୍‌ ପର୍ଯ୍ୟାୟରେ ଦଳ ୯ଟି ମ୍ୟାଚ୍‌ରୁ ୪  ବିଜୟ ସହ ମୋଟ ୮ପଏଣ୍ଟ ପାଇ ସେମି ଦୌଡ଼ରୁ ବାଦ୍‌  ପଡ଼ିଥିଲା । 

ପିସିବି ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନ  ଦଳ ଆଗାମୀ ଡିସେମ୍ବରରେ ଘରୋଇ ଅଷ୍ଟ୍ରେଲିଆ  ବିପକ୍ଷ ୩ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ।  ଏହି ସିରିଜ ପୂର୍ବରୁ ନୂଆ ବୋଲିଂ କୋଚ୍‌ ନିଯୁକ୍ତ  କରାଯିବ ।’ ବିଶ୍ୱକପ୍‌ରେ ବାବର ବାହିନୀଙ୍କ ଖରାପ  ପ୍ରଦର୍ଶନକୁ ନେଇ ପାକିସ୍ତାନରେ କଡ଼ା ସମାଲୋଚନା  କରାଯାଇଥିଲା । ଅନେକ ପୂର୍ବତନ କ୍ରିକେଟର ଚୟନ  କମିଟି ସମେତ ବାବରଙ୍କୁ ଅଧିନାୟକ ପଦରୁ ବିତାଡ଼ିତ  କରିବା ପାଇଁ ପରାମର୍ଶ ଦେଇଥିଲେ । 

ସୂଚନାଯୋଗ୍ୟ,  ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସ୍‌ ବୋଲର ମୋର୍କେଲ  ଗତ ଆଇପିଏଲ୍‌ରେ ଲକ୍ଷେ୍ନø ସୁପର ଜାଏଣ୍ଟ୍‌ସ ଦଳର  ବୋଲିଂ କୋଚ୍‌ ଦାୟିତ୍ୱ ତୁଲାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.