ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

୫୦ ଦିନ ପରେ ବି ଘୋଷଣା ହୋଇପାରୁନି ପିସିସି: ଖାଁ ଖାଁ କଂଗ୍ରେସ ଭବନ, ଦିଗହରା ନେତା

ଭୁବନେଶ୍ୱର,୧୦/୦୯: ରାଜ୍ୟ କଂଗ୍ରେସ କମିଟି ଭାଙ୍ଗିବାର ୫୦ ଦିନ  ବିତିଲାଣି । ଏତେ ଦିନ ପରେ ବି  ଗଢ଼ା ହୋଇପାରୁନି ପ୍ରଦେଶ କଂଗ୍ରେସ  କମିଟି(ପିସିସି) । ଦଳର ମୁଖିଆ ନ ଥିବାରୁ ରାଜ୍ୟ କଂଗ୍ରେସ ଦିଗହରା ହୋଇପଡ଼ିଛି । ନେତାମାନେ ଯିଏ ଯାହା  ଇଚ୍ଛା କରୁଛି କହୁଛି, ରୋକିବାକୁ କେହି  ନାହାନ୍ତି । ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା  ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ଖାଁ ଖାଁ ଲାଗୁଛି । ପୂର୍ବରୁ ଦଳର ଏମିତି ଅବସ୍ଥା କେବେ  ଦେଖିବାକୁ ମିଳିନଥିଲା । ରାଜ୍ୟରେ ଦଳ କ୍ଷମତାରେ ନଥିଲେ ବି କଂଗ୍ରେସ ଭବନରେ  ଗହଳି ଲାଗି ରହୁଥିଲା । ମାତ୍ର ଏବେ ଦଳର ସ୍ଥିତି ବିଗିଡିବାରେ ଲାଗିଛି ।  

ଏଆଇସିସିର ୨ ପର୍ଯ୍ୟବେକ୍ଷକଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଥିଲେ ବି ସେମାନେ  ଆସିବାର ନାଁ ନେଉନାହାନ୍ତି । ସେଥି ମଧ୍ୟରୁ ଅଜୟ ମାକେନ ପୂର୍ବରୁ ଓଡ଼ିଶା କଂଗ୍ରେସର  ପ୍ରଭାରୀ ଥିଲେ । ପୂର୍ବତନ ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଭାପତି ତାରିକ୍‌ ଅନୱାରଙ୍କୁ  ମଧ୍ୟ ଓଡ଼ିଶା କଂଗ୍ରେସର ପର୍ଯ୍ୟବେକ୍ଷକର ଗୁରୁଦାୟିତ୍ୱ ଦିଆଯାଇଛି । ସେମାନେ ଆସି  ନେତାଙ୍କୁ ଜଣ ଜଣ କରି ଭେଟିବେ ବୋଲି ଓଡ଼ିଶା ନେତା କହୁଥିଲେ ମଧ୍ୟ କେବେ  ଆସିବେ ତାହା ଠିକ୍‌ ହୋଇପାରୁନି । ତେବେ ପର୍ଯ୍ୟବେକ୍ଷକ ଆସିଲେ କାହାକୁ ପିସିସି  ସଭାପତି କଲେ ଗ୍ରହଣୀୟ ହୋଇପାରିବ ବୋଲି ପଚାରି ବୁଝିବେ । ପରେ ଚୂଡାନ୍ତ  ରିପୋର୍ଟ ପ୍ରସ୍ତୁତ କରି ଏଆଇସିସିକୁ ରିପୋର୍ଟ ପ୍ରଦାନ କରିବେ । ସେମାନଙ୍କ ରିପୋର୍ଟ ଓ  ପୂର୍ବରୁ ବିଧାୟକମାନଙ୍କ ନିକଟରୁ ନିଆଯାଇଥିବା ମତାମତକୁ ତର୍ଜମା କରି ଏଆଇସିସି  ନିଷ୍ପତ୍ତି ନେବ ବୋଲି କଂଗ୍ରେସ ନେତା ସୂଚନା ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.