ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଆଗାମୀ ଆଇପିଏଲ୍‌ ସିଜନ ପାଇଁ ରାଜସ୍ଥାନ ରୟାଲ୍ସର ନୂଆ ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡ଼ ନିଯୁକ୍ତ

ନୂଆଦିଲ୍ଲୀ,୦୭/୦୯: ରାଜସ୍ଥାନ ରୟାଲ୍ସ ଆଗାମୀ ଆଇପିଏଲ୍‌ ସିଜନ ପାଇଁ ପ୍ରସିଦ୍ଧ ବ୍ୟାଟର ରାହୁଲ ଦ୍ରାବିଡ଼ଙ୍କୁ ନୂଆ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି । ସେ ଦୀର୍ଘ ୮  ବର୍ଷ ପରେ ରୟାଲ୍ସ ପରିବାରକୁ ଫେରିଛନ୍ତି । ପୂର୍ବରୁ ଦ୍ରାବିଡ଼  ୨୦୧୨ ଓ ୨୦୧୩ରେ ରୟାଲ୍ସ ଦଳ ଅଧିନାୟକ ଥିଲେ ।  ଏହାପରେ ସେ ୨୦୧୪ ଓ ୨୦୧୫ ଦୁଇ ବର୍ଷ ଧରି ଟିମ୍‌  ମେଣ୍ଟର ଭାବେ କାର୍ଯ୍ୟ କରିଥିଲେ । ସେ ଖୁବଶୀଘ୍ର ରୟାଲ୍ସ  ଦଳର କ୍ରିକେଟ୍‌ ନିର୍ଦ୍ଦେଶକ କୁମାର ସାଙ୍ଗାକାରାଙ୍କ ସହ  ଯୋଗଦେଇ ଆଗାମୀ ସିଜନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ରୟାଲ୍ସ ପରିବାରକୁ ଫେରିବା ନେଇ ଦ୍ରାବିଡ଼ ବେଶ ଖୁସି  ଥିବା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି, ରୟାଲ୍ସକୁ ମୋ ଘର  ଭଳି ଦେଖିଆସିଛି । ପୂର୍ବରୁ ଦଳ ସହ କାମ କରିଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ମୁଁ ନୂଆ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ  ଚାହୁଁଥିଲି । ଆଜି ରୟାଲ୍ସର ମୁଖ୍ୟ କୋଚ୍‌ ଦାୟିତ୍ୱ ଗ୍ରହଣ  କରିଛି । ପୂର୍ବରୁ ଦଳ ସପୋର୍ଟ ଷ୍ଟାଫ୍‌ମାନେ ବହୁତ ଭଲ କାର୍ଯ୍ୟ  କରିଛନ୍ତି । ଆଗାମୀ ସଂସ୍କରଣରେ ଦଳକୁ ସଫଳ କରାଇବାକୁ  ଚେଷ୍ଟା କରିବି ।’ ଚଳିତ ବର୍ଷ ଦ୍ରାବିଡ଼ଙ୍କ ଅଧିନରେ ଭାରତ  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଚାମ୍ପିଅନ ହୋଇଥିଲା । ବିଶ୍ୱକପ୍‌ ଶେଷ  ହେବା ପରେ ମୁଖ୍ୟ କୋଚ୍‌ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ  ହୋଇଥିଲା । ସେ ଆଉ ଚୁକ୍ତି ବଢ଼ାଇବାକୁ ମନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.