ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

LACରେ ମୋଦି ସରକାରଙ୍କ ବଡ଼ ପଦକ୍ଷେପ, ଥୋଇଜ ଏୟାରବେସ୍‌ରେ ତିଆରି ଚାଲିଛି ଟର୍ମିନାଲ ଭବନ

Published By : Prameya | February 10, 2024 5:48 PM

ନୂଆଦିଲ୍ଲୀ,୧୦।୨: ଭାରତ ଓ ଚୀନ୍ ଭିତରେ ବିବାଦୀୟ ସମ୍ପର୍କ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର ଲଦାଖରେ ଚୀନ୍‌କୁ ଲାଗିଥିବା ଏଲଏସିର ପ୍ରାୟ ନୁବ୍ରା ଅଞ୍ଚଳରେ ଥୋଇସ୍ ଏୟାରବେସରେ ଏକ ନୂଆ ବେସାରିକ ଟର୍ମିନାଲ ଭବନ ତିଆରି ଉପରେ କାମ ଆରମ୍ଭ କରିଛନ୍ତି। କୁହାଯାଉଛି ଯେ, ଭାରତ ଏହି କାର୍ଯ୍ୟାନୁଷ୍ଠାନ ଚୀନ୍ ଆଖିରେ ଆଖି ମିଶାଇ ନିଜର ଭୌଗଳିକ ଅଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ବଢାଇବା ଓ ତାକୁ ଜବାବ ଦେବାକୁ କରିଛି।

ଗତ ୩ ବର୍ଷରୁ ଅଧିକ ସମୟ ଧରି ଏହି କ୍ଷେତ୍ରରେ ଭାରତ ଓ ଚୀନ୍ ସୈନିକ ମୁହାଁମୁହିଁ ସ୍ଥିତିରେ ଅଛନ୍ତି ଓ ପରସ୍ପର ବିରୋଧରେ ସୀମା ଅଧିଗ୍ରହଣ ଅଭିଯୋଗ ଲଗାଉଛନ୍ତି। ଥୋଇଜ ଏକ ସାମରିକ ଏୟାରବେସ୍‌, ଯାହାର ରନଓ୍ବେ ବିଶେଷ ଭାବରେ ସଶସ୍ତ୍ର ବାହିନୀ ଦ୍ବାରା ଉପଯୋଗ କରାଯାଇଥାଏ, କିନ୍ତୁ ଉଡାଣ ଯୋଜନା ଅନୁସାରେ, ସରକାର ଏଠାରେ ଅଧିକରୁ ଅଧିକ ଯାତ୍ରୀ ଉଡାଣ ପରିଚାଳନା କରିବାର ଯୋଜନା କରୁଛନ୍ତି। ନିକଟରେ ଲେହର କିଛି ନାଗରିକଙ୍କ ଉଡାଣ ଦେଖିବାକୁ ମିଳିଛି।  

ଥୋଇଜ ଏୟାରବେସ୍‌ରେ ଟର୍ମିନାଲ ଭବନ ହେବା ଫଳରେ ଏହା ଲଦାଖରେ ଦ୍ବିତୀୟ ବେସାମରିକ ବିମାନ ବନ୍ଦର ହେବ। ଏହାଦ୍ବାରା ଏଲଏସି ପାଖରେ ସୁଦୁର ଉତ୍ତର ପର୍ଯ୍ୟନ୍ତ ମଧ୍ୟ ନାଗରିକଙ୍କ ବିମାନ ଉଡାଣ କନେକ୍ଟିଭିଟି ବଢିଯିବ। ଏହି ପୁରା ପ୍ରୋଜେକ୍ଟରେ ୧୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଥୋଇଜୁରେ ୫,୩୦୦ ବର୍ଗ ମିଟର ଅଞ୍ଚଳରେ ଏକାଠି କେନ୍ଦ୍ରୀୟ ବାତ୍ତାନୁକୁଳିତ ଘରୋଇ ଯାତ୍ରୀ ଟର୍ମିନାଲ ଭବନ ତିଆରି କରିବାର ଆଶା କରାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.