ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-କାନାଡ଼ା ମଧ୍ୟରେ ଟକ୍କର, ବର୍ଷା ସାଜିପାରେ ବାଧକ

ଫ୍ଲୋରିଡ଼ା,୧୫/୦୬: ଆଜି ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତ ପ୍ରାଥମିକ ଗ୍ରୁପ୍‌ ଲିଗ୍‌ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ରେ କାନାଡ଼ାକୁ ଭେଟିବାକୁ ଯାଉଛି । ଲାଉଡରହିଲ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ମାତ୍ର ଫ୍ଲୋରିଡ଼ା ସହରରେ ଲାଗି ରହିଥିବା ବର୍ଷା ମ୍ୟାଚ୍‌ରେ ବାଧକ ସାଜିବାର ଆଶଙ୍କା ଉପୁଜିଛି । ଉଭୟ ଦଳ ଅଭ୍ୟାସ କରିପାରି ନାହାନ୍ତି । ଅବଶ୍ୟ ଗ୍ରୁପ୍‌-ଏ’ରୁ ଭାରତ ସୁପର-୮ ରାଉଣ୍ଡରେ ପ୍ରବେଶ କରିସାରିଛି । କାନାଡ଼ା ୩ଟି ମ୍ୟାଚ୍‌ରୁ ଗୋଟିଏ  ବିଜୟ ସହ ୨ ପଏଣ୍ଟ ହାସଲ କରିସାରିଛି । ଶନିବାର ମ୍ୟାଚ୍‌ରେ ଭାରତକୁ ହରାଇ କାନାଡ଼ା ପଏଣ୍ଟ ସଂଖ୍ୟା ୪କୁ ବୃଦ୍ଧି କରିବାକୁ ଆଶା ବାନ୍ଧିଛି ।  

ଭାରତୀୟ ଦଳ ପ୍ରଥମ ୩ଟି ମ୍ୟାଚ୍‌ରେ ଯଥାକ୍ରମେ ଆୟର୍ଲାଣ୍ଡ, ପାକିସ୍ତାନ ଓ ୟୁଏସଏକୁ ହରାଇଥିଲା । ନାସାଉ କାଉଣ୍ଟି ଅନ୍ତର୍ଜାତୀୟ ଷ୍ଟାଡ଼ିୟମ୍‌ର ପିଚ୍‌ରେ ରନ୍‌ ସଂଗ୍ରହ କରିବା କଷ୍ଟକର ହୋଇଯାଇଥିଲା । ମାତ୍ର ଲାଉଡରହିଲ ଗ୍ରାଉଣ୍ଡ୍‌ରେ ଭାରତୀୟ ଦଳ ବିଶାଳ ସ୍କୋର ସଂଗ୍ରହ କରବାକୁ ପ୍ରୟାସ କରିବ । ଏହି ମ୍ୟାଚ୍‌ ପୂର୍ବରୁ ଷ୍ଟାର ବ୍ୟାଟର ବିରାଟ  କୋହଲିଙ୍କ ଫର୍ମ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ସାଜିଥିଲେହେଁ ଭାରତୀୟ  ଦଳ ଏଥିପ୍ରତି ଧ୍ୟାନ ଦେଉ ନାର୍ହି । କୋହଲିଙ୍କ ଉପରେ ଦଳର ଯଥେଷ୍ଟ  ଭରସା ରହିଛି । କୋହଲି ପ୍ରଥମ କରି ଓପନର ଭାବେ ଖେଳୁଥିବାରୁ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ଯଥେଷ୍ଟ ସମୟ ଦେବାକୁ ନିଷ୍ପତ୍ତି ନେଇଛି ।  

ଭାରତ ତୁଳନାରେ କାନାଡ଼ା ଅପେକ୍ଷାକୃତ ଦୁର୍ବଳ ମନେ ହେଉଥିଲେ ହେଁ କିଛି ଖେଳାଳିଙ୍କ ପ୍ରଦର୍ଶନ ବଳରେ ବିପର୍ଯ୍ୟୟ ପାଇଁ ପ୍ରୟାସ କରିବ। ଓପନର ଆରୋନ ଜନସନ, ନିକୋଲାସ  କିର୍ଟନ, ଶ୍ରେୟାସ ମୋଭାଙ୍କ ଭଳି ଦକ୍ଷ ବ୍ୟାଟର ଦଳରେ ରହିଛନ୍ତି । ସେହିପରି ଡିଲନ ହେଲିଗର, ଜେରେମି ଗର୍ଡନ ଓ  କଲିମ ସାନାଙ୍କ ଉପରେ ଦଳର ବୋଲିଂ ବିଭାଗ ନିର୍ଭର କରିବ । 

ଭାରତ ଏକାଦଶରେ ପରିବର୍ତ୍ତନ କରିପାରେ । ଓପନର  ଯଶସ୍ୱୀ ଜୈସ୍ୱାଲ ଏକାଦଶକୁ ଫେରିବା ଅଶା କରାଯାଉଛି । ଫଳରେ କୋହଲି ତାଙ୍କ ପୂର୍ବ ୩ନଂ ସ୍ଥାନକୁ ଫେରିବେ । ସେହିପରି ମଧ୍ୟ ଭାଗରେ ରିଷଭ  ପନ୍ତଙ୍କୁ ବିଶ୍ରାମ ଦେଇ ସଞ୍ଜୁ ସାମସନଙ୍କୁ ଖେଳାଇବା ସମ୍ଭାବନା ରହିଛି ।  ସୁପର-୮ ରାଉଣ୍ଡ ପୂର୍ବରୁ ପେସ ବୋଲର ଯଶପ୍ରୀତ ବୁମରାଙ୍କୁ ମଧ୍ୟ ବିଶ୍ରାମ ମିଳିପାରେ । ତାଙ୍କ ସ୍ଥାନରେ ବାମ ହାତି ସ୍ପିନର କୁଲଦୀପ ଯାଦବ ଖେଳିବେ।

ସମ୍ଭାବ୍ୟ ଏକାଦଶ

ଭାରତ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ,  ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ,  ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ  ଯାଦବ, ଶିବମ ଦୁବେ/ମହମ୍ମଦ ସିରାଜ, ଅର୍ଶଦୀପ ସିଂହ । 

କାନାଡ଼ା: ଆରନ ଜନସନ, ନବନୀତ ଧଲିୱାଲ, ପରଗତ  ସିଂହ, ନିକୋଲାସ କିର୍ଟନ, ଶ୍ରେୟାସ ମୋଭା, ରବିନ୍ଦର ପାଲ  ସିଂହ, ସାଦ ବିନ ଜାଫର(ଅଧିନାୟକ), କଲିମ ସାନା,  ଡିଲନ ହେଲିଗର, ଜୁନୈଦ ସିଦ୍ଦିକି, ଜେରେମି ଗର୍ଡନ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.