ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

'ୱାର ୨'ରେ କିଆରାଙ୍କ ଏଣ୍ଟ୍ରି, ପ୍ରଥମ ଥର ପାଇଁ ହ୍ରିତିକଙ୍କ ସହ କରିବେ ସ୍କ୍ରିନ ସେୟାର

ମୁମ୍ବାଇ,୧୦/୦୯:ଫିଲ୍ମ 'ୱାର ୨'ସହ ପରଦାକୁ ଫେରୁଛନ୍ତି  ହ୍ରିତିକ ରୋଶନ ।  ଫିଲ୍ମର ସୁଟିଂ ଅକ୍ଟୋବର ୨୦୨୩ରୁ ଆରମ୍ଭ ହୋଇଥିବା ବେଳେ ୨୦୨୪ ମାର୍ଚ୍ଚ ରେ ହ୍ରିତିକ୍ ଏବଂ ଏପ୍ରିଲ ରେଜୁନିଅର ଏନଟିଆର ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିଥିଲେ । ଏପରି ସମୟରେ ଫିଲ୍ମକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଅପଡେଟ୍ । ଫିଲ୍ମରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି ହୋଇଥିବା ଜଣାପଡିଛି । ସେ ଫିଲ୍ମରେ ହ୍ରିତିକ ରୋଶନଙ୍କ ସହ ନଜର ଆସିବାକୁ ଥିବାବେଳେ  ଉଭୟ ଖୁବଶୀଘ୍ର ରୋମାଣ୍ଟିକ ଗୀତ ସୁଟ କରିବେ ବୋଲି ଜଣାପଡିଛି ।

ତେବେ ରିପୋର୍ଟ ଅନୁଯାୟୀ, ହ୍ରିତିକ ଏବଂ କିଆରା ଓ୍ବାର୨ ର ରୋମାଣ୍ଟିକ ଗୀତ  ଇଟାଲୀରେ ସୁଟିଂ ହେବ । ଏଥିପାଇଁ ଏହି ଦୁଇ ତାରକା ସେପ୍ଟେମ୍ବର ୧୮ ରେ ସେଠାକୁ ଯାଇ ଗୀତ ସୁଟ କରିବେ ବୋଲି ଜଣାପଡିଛି । ସେହିପରି ଏହାପୂର୍ବରୁ, ଇଟାଲୀର ଅମାଲଫି କୋଷ୍ଟର ପୋଷ୍ଟିନୋ ବିଚରେ ଚଳଚ୍ଚିତ୍ର 'ୱାର'ର 'ଘୁଙ୍ଗରୁ' ଗୀତ ସୁଟିଂ କରାଯାଇଥିଲା । ଏଥର ଫିଲ୍ମର ନିର୍ମାତା ଆଦିତ୍ୟ ଚୋପ୍ରା ଏବଂ ଆୟାନ ମୁଖାର୍ଜୀ ଭେନିସ ଏବଂ ହ୍ରଦ କୋମୋ ନିକଟରେ ଏହି ଗୀତର ସୁଟିଂ କରିବାକୁ ଯାଉଥିବା କୁହାଯାଉଛି । ସୂଚନା ଥାଉ କି, ହ୍ରିତିକ ରୋଶନ ଏବଂ କିଆରା ଆଡଭାନୀ ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି । ତେବେ ଫିଲ୍ମରେ ତାଙ୍କ ଏଣ୍ଟ୍ରିକୁ ନେଇ ନିର୍ମାତାଙ୍କ ଅଫିସିଆଲ ଘୋଷଣାକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.