ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅସହ୍ୟ କରିବ ତାତି, କଲବଲ କରିବ ଗୁଳୁଗୁଳି... ଏପ୍ରିଲରେ ଗ୍ରୀଷ୍ମ ଦାଉ

ଭୁବନେଶ୍ଵର, ୧୩/୦୨ : ଚଳିତ ବର୍ଷ ଅସହ୍ୟ କରିବ ତାତି। କଲବଲ କରିବ ଗୁଳୁଗୁଳି। ଏଥର ଏପ୍ରିଲ ମାସରେ ଗ୍ରୀଷ୍ମ ଦାଉ ବ୍ୟଥିତ କରିପାରେ। ଏନେଇ ସତର୍କ କଲେ ପାଣିପାଗ ବିଶେଷଜ୍ଞ।

ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ୨୦୧୫ରେ ଷ୍ଟ୍ରଙ୍ଗ ଏଲନିନୋ ପ୍ରଭାବ ଥିଲା। ୨୦୧୬ରେ ମେ ମାସ ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିଥିଲା । ଫଳରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା । ସେହିପରି ୨୦୨୩-୨୪ରେ ମଧ୍ୟ ସେହି ପ୍ରକାର ସ୍ଥିତି ଦେଖାଯାଉଛି। ତେଣୁ ଅଧିକ ଗରମ ଗୁଳୁଗୁଳିର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି। ସେପଟେ ଓଡ଼ିଶା ଉତ୍ତର ଆନ୍ଧ୍ରପ୍ରଦେଶରେ ଏକ ଗୁରୁଚାପ ବଳୟ ରହିଛି। ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେଉଛି । ସେହିପରି ୧୮ ରୁ ତାପମାତ୍ରା ବଢ଼ିବ । ଦକ୍ଷିଣ ଓଡ଼ିଶାରେ ୩୩ ଡିଗ୍ରୀ ଉପରେ ରହିବାର ସମ୍ଭାବନା ମଧ୍ୟ ରହୁଛି। ଭୁବନେଶ୍ଵରରେ ମଧ୍ୟ ୩୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ। ଏଭଳି ସ୍ଥିତି ୨୨ ତାରିଖ ପର୍ଯ୍ୟନ୍ତ ଦେଖା ଦେଇପାରେ। ବାୟୁମଣ୍ଡଳର ଉପରି ଭାଗରେ ଏକ ଟ୍ରାପ୍ ଲାଇନ୍ ଆସୁଛି। ଏହାର ପ୍ରଭାବରେ ୧୬-୧୮ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହୁଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.