ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଖରାରୁ ଆସି ତୁରନ୍ତ ଗାଧୋଉଛନ୍ତି କି ? ହୋଇଯାନ୍ତୁ ସାବଧାନ ! ପଡ଼ିପାରେ ମହଙ୍ଗା...

Published By : Prameya | June 10, 2024 3:57 PM

ଭୁବନେଶ୍ୱର, ୧୦।୬: ଭୀଷଣ ଖରାରେ ଝାଳରେ ଓଦା ଜୁଡ଼ୁବୁଡ଼ୁ ହୋଇ ଆସିବା ପରେ ଗାଧୋଇବାକୁ ସମସ୍ତଙ୍କର ଇଚ୍ଛା । ଜୁନ୍ ମାସର ଅସହ୍ୟ ଖରାରେ ଅନେକ ରାଜ୍ୟରେ ତାପମାତ୍ରା ୪୫ଡିଗ୍ରୀ ସେଲସିୟସ୍ ପାର୍ କରିଯାଇଛି । ଏପରି ପରିସ୍ଥତିରେ ଯେଉଁମାନେ ବାହାରେ କାମ କରୁଛନ୍ତି, ଝାଳରେ ଓଦା ହୋଇ ଫେରୁଛନ୍ତି ସିଧା ଯାଇ ଗାଧୋଇ ପଡ଼ିଥାନ୍ତି । ଯାହାଦ୍ଵାରା ତାଙ୍କ ଶରୀରକୁ ଆରାମ ମିଳିଥାଏ ।

ଖରାରୁ ଆସିବା ପରେ ଗାଧୋଇବା ଉଚିତ୍ କି ?

ବିଶେଷକ କହିଛନ୍ତି, ଖରାରୁ ଆସି ତୁରନ୍ତ ଗାଧୋଇବା ଦ୍ୱାରା ଆପଣଙ୍କୁ ଆରାମ ତ ମିଳିବ, କିନ୍ତୁ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । କାରଣ ଯେତେବେଳେ ଆପଣ ବାହାରୁ ଆସିଥାନ୍ତି, ଆପଣଙ୍କ ଶରୀରର ତାପମାତ୍ରା ଅଧିକ ରହିଥାଏ । ଯଦି ଆପଣ ଏହି ସମୟରେ ଗାଧୋଉଛନ୍ତି, ତେବେ ହଠାତ୍ ଆପଣଙ୍କ ଶରୀରର ତାପମାତ୍ରା କମିଯାଇଥାଏ । ଏପରି ହେବା ଦ୍ୱାରା ଜ୍ୱର, ଥଣ୍ଡାକାଶ ଏବଂ ତଣ୍ଟି ଦରଜ ଇତ୍ୟାଦି ସମସ୍ୟା ହୋଇପାରେ ।

ବ୍ରେନ ଫ୍ରିଜ୍ କରିପାରେ :

ବିଶେଷକ ଏହା ମଧ୍ୟ କହିଛନ୍ତି ଯେ, ଅତ୍ୟଧିକ ଖରାରୁ ଆସି ଗାଧୋଇବା ଦ୍ୱାରା ହଠାତ୍ ବ୍ରେନ୍ ଫ୍ରିଜ୍ ହୋଇ ଅଂଶୁଘାତ ମଧ୍ୟ ହୋଇପାରେ । ଶରୀରରେ ଥଣ୍ଡା ଏବଂ ଗରମ ତାପମାତ୍ରା ଏକାସଙ୍ଗେ ପ୍ରବାହିତ ହେବା ଦ୍ୱାରା ମାଂସପେଶୀ ଟାଣି ହୋଇଯାଏ ଏବଂ ଗଣ୍ଠି ଓ ମାଂସେଶୀରେ ଦରଜ ଦେଖାଦେଇପାରେ ।

ଖରାରୁ ଆସିବାର କେତେ ସମୟ ପରେ ଗାଧୋଇବା ଉଚିତ୍ ?

ଯେତେବେଳେ ଆପଣ ଖରାରୁ ଆସୁଛନ୍ତି, ପଙ୍ଖାର ପବନରେ ଶରୀରର ଝାଳକୁ ପ୍ରଥମେ ଶୁଖିବାକୁ ଦିଅନ୍ତୁ । ଏହା ପରେ ୨୦ରୁ ୩୦ ମିନିଟ୍ ବ୍ୟବଧାନରେ ସ୍ନାନ କରନ୍ତୁ । ଗାଧୋଇବା ପାଇଁ ଅଧିକ ଥଣ୍ଡା ପାଣିର ବ୍ୟବହାର କରନ୍ତୁ ନାହିଁ । ଆପଣ ସାଧାରଣ ପାଣିରେ ଗାଧୋଇ ପାରିବେ । ଏହାଦ୍ୱାରା ଶରୀରର ତାପମାତ୍ରା ବଜାୟ ରହେ ଏବଂ ଶରୀରର କୌଣସି କ୍ଷତି ପହଞ୍ଚାଇନଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.