ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ପାଗଳ କରିବ କି କେଶ ପ୍ରତିରୋପଣ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ...

ଆଜିକାଲି କେଶ ଝଡିବା ଅତ୍ୟନ୍ତ ସାମାନ୍ୟ ହୋଇଯାଇଛି । ଖରାପ ଜୀବନଶୈଳୀ, ପ୍ରଦୂଷଣ ଏବଂ ବିଭିନ୍ନ ରୋଗ କାରଣରୁ ଲୋକଙ୍କର କେଶ ଝଡୁଛି । ଏପରି ସ୍ଥିତିରେ ଅନେକ ଲୋକ ଚନ୍ଦାପଣରୁ ମୁକ୍ତି ପାଇବା ପାଇଁ କେଶ ପ୍ରତିରୋପଣର ଧାରା ଆପଣାଉଛନ୍ତି । ଲୋକମାନେ ୧-୨ ଲକ୍ଷ ଟଙ୍କା ଖର୍ଚ୍ଚ କରି କେଶ ଲଗାଉଛନ୍ତି । ପୂର୍ବରୁ କେବଳ ସେଲିବ୍ରିଟିମାନେ କେଶ ପ୍ରତିରୋପଣ କରୁଥିଲେ କିନ୍ତୁ ବର୍ତ୍ତମାନ ସାଧାରଣ ଲୋକ ମଧ୍ୟ ଏହାର ସାହାଯ୍ୟ ନେଉଛନ୍ତି । କେଶ ପ୍ରତିରୋପଣର ଉଭୟ ଲାଭ ଏବଂ କ୍ଷତି ରହିଛି । ଏହି ବିଷୟରେ ଲୋକଙ୍କ ମନରେ କିଛି ପୁରୁଣା ଚିନ୍ତାଧାରା ରହିଛି । ସେଥିମଧ୍ୟରୁ ଗୋଟିଏ ହେଉଛି କେଶ ପ୍ରତିରୋପଣ କରିବା ଦ୍ୱାରା ଜଣେ ବ୍ୟକ୍ତି ପାଗଳ ହୋଇପାରେ । 

କେଶ ପ୍ରତିରୋପଣ ହେତୁ ଜଣେ ବ୍ୟକ୍ତି ପାଗଳ ହୋଇପାରେ କି?

କିଛି ଲୋକ ବିଶ୍ୱାସ କରନ୍ତି ଯେ କେଶ ପ୍ରତିରୋପଣ ଅସ୍ତ୍ରୋପଚାର ମସ୍ତିଷ୍କକୁ କ୍ଷତି ପହଞ୍ଚାଇପାରେ ଏବଂ ଜଣେ ବ୍ୟକ୍ତିଙ୍କୁ ପାଗଳ କରିପାରେ । ତେବେ ଏହା ଠିକ ନୁହେଁ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । କେଶ ପ୍ରତିରୋପଣ ମସ୍ତିଷ୍କ ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ । ଏହି ପ୍ରକ୍ରିୟାରେ ଖପୁରୀର ଉପର ଭାଗରେ କାମ କରାଯାଏ । ଯେଉଁଥିରେ ଏହାର ତଳେ ଥିବା ଅଂଶ ପ୍ରଭାବିତ ହୁଏ ନାହିଁ । କସମେଟିକ୍ ସର୍ଜନମାନେ କୁହନ୍ତି ଯେ ତ୍ୱଚା ଏବଂ ମସ୍ତିଷ୍କ ଉପରେ ଥିବା ମାଂସପେଶୀରେ କେଶ ପ୍ରତିରୋପଣ ହେତୁ ଏହାର ପ୍ରଭାବ ମସ୍ତିଷ୍କରେ ପଡିନଥାଏ । ଯେଉଁ କାରଣରୁ ଏହା ପ୍ରଭାବିତ ହୁଏ ନାହିଁ । ଅର୍ଥାତ କେଶ ପ୍ରତିରୋପଣ ଜଣେ ବ୍ୟକ୍ତିଙ୍କୁ ପାଗଳ କରେ ନାହିଁ ।

କେଶ ପ୍ରତିରୋପଣର ବିପଦ କ’ଣ?

୧. ବିଶେଷଜ୍ଞମାନେ କହିଛନ୍ତି ଯେ କେଶ ପ୍ରତିରୋପଣ ପରେ କେଶ ଅତି ଶୀଘ୍ର ଖସିଯିବା ଆରମ୍ଭ କରେ । ତଥାପି, ଏଥିରେ କୌଣସି ଭୟ କରିବା ଅନୁଚିତ । ଏହି ଚିକିତ୍ସା କିଛି ଲୋକଙ୍କ ପାଇଁ ଉପଯୁକ୍ତ ହେବା ସହ ଅନ୍ୟ ମାନଙ୍କ କ୍ଷେତ୍ରତେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇପାରେ।

୨. ହେୟାର ଟ୍ରାନ୍ସପ୍ଲାଣ୍ଟ ଦ୍ୱାରା ହାକୁଡି ସମସ୍ୟା ସୃଷ୍ଟି ହୋଇପାରେ।

୩.  ବେଳେବେଳେ ଚର୍ମର କ୍ଷତି ହେତୁ ପ୍ରତିରୋପଣ ସଠିକ୍ ଭାବରେ ହୁଏ ନାହିଁ । କେଶ ଲଗାଇବା ପରେ ମୁଣ୍ଡ ଫୁଲିପାରେ, ଯାହାର ପ୍ରଭାବ ମୁଣ୍ଡ ଏବଂ ଆଖିରେ ପଡିପାରେ ।

୪. କେଶ ପ୍ରତିରୋପଣରେ ମୁଣ୍ଡ କୁଣ୍ଡାଇ ହେବା ଭଳି ସମସ୍ୟା ସୃଷ୍ଟି ହୋଇପାରେ । ଏହି କାରଣରୁ କେଶର ମୂଳରେ ପରିବର୍ତ୍ତନ ହୋଇପାରେ।

୫.  କେଶ ପ୍ରତିରୋପଣ ସଂକ୍ରମଣର କାରଣ ହୋଇପାରେ ।

୬.  କେଶ ପ୍ରତିରୋପଣ ହେତୁ କେଶ ମୂଳ ନଷ୍ଟ ହୋଇପାରେ । ଏହା ଅଲସର ହେବାର ଆଶଙ୍କା ସୃଷ୍ଟି କରିପାରେ ।

୭.  କେଶ ପ୍ରତିରୋପଣ ପାଇଁ ଯେଉଁଠାରୁ କେଶ ନିଆଯାଏ ଏବଂ ମୁଣ୍ଡରେ ଲଗାଯାଇଥାଏ, ସେହି ଅଙ୍ଗ ପ୍ରଭାବିତ ହୋଇପାରେ । 

୮.  କେଶ ପ୍ରତିରୋପଣ ଦ୍ୱାରା ମୁଣ୍ଡରୁ ରକ୍ତସ୍ରାବ ହୋଇପାରେ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.