ପ୍ରମୂଖ ଖବର
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଧମାକାରେ ଥରିଲା ଜୟପୁର , ୬ଟି ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ

ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁର ଧମାକାରେ ଥରି ଉଠିଛି। ଜୟପୁରର ବିଦ୍ୟାଧର ନଗର ମନ୍ଦିର ସର୍କିଲରେ ଏହି ବିସ୍ଫୋରଣ ହୋଇଛି। କୁହାଯାଉଛି କି, ଏଠାରେ ୬ଟି ଗ୍ୟାସ୍‌ ସିଲିଣ୍ଡରର ଧମାକା ହୋଇଛି। ଉକ୍ତ ଧମାକା କାରଣରୁ ସଂପୃକ୍ତ ଅଞ୍ଚଳରେ ନିଆଁ ଲାଗି ଯାଇଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି। କୁହାଯାଉଛି କି ଦମକଳ ବିଭାଗର ଗାଡ଼ି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାରେ ଚେଷ୍ଟା ଜାରି ରଖିଛି।

ଏହି ଭିତରେ ଉକ୍ତ ଅଗ୍ନିକାଣ୍ଡର ଏକ ଭିଡ଼ିଓ ମଧ୍ୟ ସାମନାକୁ ଆସିଛି। ଭିଡ଼ିଓରେ ନଜର ଆସୁଛି କି ଏଠାରେ ଭୀଷଣ ଭାବେ ନିଆଁ ଲାଗି ଯାଇଛି ଏବଂ ଦମକଳ ବିଭାଗର ଗାଡ଼ି ନିଆଁକୁ କାବୁ କରିବାରେ ଲାଗି ପଡ଼ିଛନ୍ତି। ଦମକଳ ବିଭାଗର କର୍ମୀଙ୍କୁ ସେଠାରେ ପାଣି ଢାଳିବାରେ ଦେଖିବାକୁ ମିଳୁଛି। ଗ୍ୟାସ୍‌ ସିଲିଣ୍ଡରରେ ବ୍ଲାଷ୍ଟ କେମିତି ହେଲା , ଏହା ବିଷୟରେ ଏପର୍ଯ୍ୟନ୍ତ କୌଣସି ଖବର ଆସି ନାହିଁ। କୁହାଯାଉଛି ଗ୍ୟାସ ସିଲିଣ୍ଡରରେ ଧମାକା ପରେ ଏଠାରେ ଆତଙ୍କିତ ସ୍ଥିତି ଉପୁଜିଛି।

ଉଲ୍ଲେଖନୀୟ ଯେ, ନିକଟରେ ରାଜସ୍ଥାନର ଚୁରୁରେ ୧୧ ଟି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହି ଧମାକାରେ ପୂରା ଅଞ୍ଚଳ ଗୁଞ୍ଜରୀ ଉଠିଥିଲା। ଯେଉଁ ଅଞ୍ଚଳରେ ଏହି ଧମାକା ହୋଇଥିଲା ସେଠାରେ ଏକ ବିବାହ ହେଉଥିଲା । ଯେଉଁଥି ପାଇଁ ଘରେ ନିଆଁ ଲାଗି ଯାଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.