ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଡାକ୍ତରଙ୍କ ହାତଲେଖା ଦେଖି ସମସ୍ତେ ଆଶ୍ଚର୍ଯ୍ୟ , ଉତ୍ତର ପ୍ରଦେଶର ଏହି ହସ୍ପିଟାଲର ପ୍ରେସକ୍ରିପସନ ଭାଇରାଲ

ମଧ୍ୟ ପ୍ରଦେଶ : ପ୍ରେସକ୍ରିପ୍ସନରେ ଲେଖା ହୋଇଥିବା ଡାକ୍ତରଙ୍କ ରାଇଟିଂକୁ ପଢିବା ସମସ୍ତଙ୍କ ପାଇଁ ସହଜ ହୋଇ ନଥାଏ , କିନ୍ତୁ ଏହି ଭାଷାକୁ ମେଡିକାଲ ଷ୍ଟୋର ଲୋକ ଖୁବ୍‌ ଭଲ ଭାବେ ବୁଝି ପାରନ୍ତି। କ୍ଷଣିକରେ ସେମାନେ ଡାକ୍ତର ଲେଖିଥିବା ଔଷଧକୁ ବାହାର କରି ଦେଇ ଦିଅନ୍ତି। ମଧ୍ୟ ପ୍ରଦେଶର ସତନା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମନାକୁ ଆସିଛି। ଏଠାରେ ସରକାରୀ ହସ୍ପିଟାଲର ଡାକ୍ତର ଜଣେ ବ୍ୟକ୍ତିଙ୍କୁ ପ୍ରେସକ୍ରିପସନରେ କିଛି ଔଷଧ ଲେଖି ଦେଇଛନ୍ତି , ଯାହାକୁ ଯିଏ ବି ହେଉ ପଢିବା ମୁସ୍କିଲ ହୋଇ ଯିବ। ପଢିବି ପାରିବ ନାହିଁ। ସେଥିରେ କଣ ଲେଖା ଯାଇଛି , ଏହି କଥାକୁ ମେଡିକାଲ ଷ୍ଟୋରର ଲୋକ ବି ବୁଝି ପାରିଲେ ନାହିଁ , ଏହାପରେ ଡାକ୍ତରଙ୍କ ଦ୍ୱାରା ଲେଖା ଏହି ପ୍ରେସକ୍ରିପସନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। 

ଲାଇଭ ହିନ୍ଦୁସ୍ତାନ ଡଟ କମ୍‌ରେ ପ୍ରକାଶିତ ଖବର ଅନୁସାରେ , ଏହି ମାମଲା ସତନା ଜିଲ୍ଲାର ନାଗୌଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର। ଯେଉଁଠି ବୁଧବାର ରହିକୱାରା ନିବାସୀ ଅରବିନ୍ଦ କୁମାର ସେନ ନାମକ ବ୍ୟକ୍ତି ଡାକ୍ତରଙ୍କୁ ନିଜର ସମସ୍ୟା କହିବାକୁ ଯାଇଥିଲେ। ତାଙ୍କ ଶରୀରରେ ଯନ୍ତ୍ରଣା ଅନୁଭବ ହେଉଥିଲା, ଏହାପରେ ଡାକ୍ତର ତାଙ୍କୁ ପ୍ରେସକ୍ରିପସନରେ ଏମିତି କିଛି ଲେଖି ଦେଇଥିଲେ , ଯାହା କାହାର ବୁଝିବାର ବାହାରେ ଥିଲା। ଏହାପରେ ଏହି ଅଜଗ ରାଇଟିଂ ଯୋଗୁଁ ଡାକ୍ତରଙ୍କ ପ୍ରେସକ୍ରିପସନଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଲୋକେ ଏହି ପ୍ରେସକ୍ରିପସନକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ,ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସତନା କଲେକ୍ଟରଙ୍କୁ ଟ୍ୟାଗ୍‌ କରି ଡାକ୍ତରଙ୍କର ଲେଖାକୁ ନେଇ ପ୍ରଶ୍ନ କରୁଛନ୍ତି। ଏହାସହ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି। ଅନେକ ଲୋକ ଏହି ପ୍ରେସକ୍ରିପସନକୁ ଲେଖିଥିବା ଡାକ୍ତରଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରିଛନ୍ତି।

ଉକ୍ତ ପ୍ରେସକ୍ରିପସନରେ ଡାକ୍ତରଙ୍କର ନାଁ ଲେଖାଯାଇ ନାହିଁ , ଏଥିପାଇଁ ଏହା ସ୍ପଷ୍ଟ ହୋଇ ପାରିନାହିଁ ଯେ, ଏଥିରେ କାହାର ହାତଲେଖା ରହିଛି। ହେଲେ ଜଣେ ସୋସିଆଲ ମିଡ଼ିଆ ୟୁଜର ଏହି ପ୍ରେସକ୍ରିପସନକୁ ଡାକ୍ତର ଅମିତ ସୋନୀଙ୍କର ଦର୍ଶାଇ ଲେଖିଛନ୍ତି, ସତନା ଜିଲ୍ଲାର ଅଜବ ଗଜବ ଡାକ୍ତର। ନାଗୌଦର ଡାକ୍ତର ଅମିତ ସୋନୀଙ୍କର ପ୍ରେସକ୍ରିପସନ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.