ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଲଗାତାର ୧୦୪ ଦିନ ପର୍ଯ୍ୟନ୍ତ ଛୁଟି ନନେଇ କାମ କରୁଥିଲେ କର୍ମଚାରୀ, ଏକାଧିକ ଅଙ୍ଗ ବିଫଳତାରେ ଚାଲିଗଲା ଜୀବନ

ବେଜିଂ,୭।୯: ଲଗାତର ୧୦୪ ଦିନ ପର୍ଯ୍ୟନ୍ତ କମ୍ପାନୀରେ କାମ କରି ଚାଲିଗଲା କର୍ମଚାରୀଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଚୀନରେ ଦେଖିବାକୁ ମିଳିଛି। ୩୦ ବର୍ଷୀୟ ଜଣେ କର୍ମଚାରୀଙ୍କ ଅର୍ଗାନ ଫେଲଓ୍ବର ଯୋଗୁଁ ହୋଇଛି ମୃତ୍ୟୁ। ସେ ୧୦୪ ଦିନ ଭିତରେ ମାତ୍ର ଗୋଟିଏ ଦିନ ନେଇଥିଲେ ଛୁଟି। ଏହି ଘଟଣା ପରେ ସ୍ଥାନୀୟ  କୋର୍ଟ ଉକ୍ତ କମ୍ପାନୀକୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି। ଏହା ସହ କମର୍ଚାରୀଙ୍କ ମୃତ୍ୟୁ ପାଇଁ କମ୍ପାନୀ ୨୦% ଦାୟୀ ବୋଲି କୋର୍ଟ କହିଛନ୍ତି।

ଗୁଆଙ୍ଗଝୁ ଡେଲିର ରିପୋର୍ଟ ଅନୁସାରେ, ମୃତ କର୍ମଚାରୀ ଜଣକ ହେଲେ ଆ’ବାଓ।  ତାଙ୍କର ମଲ୍ଟିପଲ୍ ଅର୍ଗାନ ଫେଲଓ୍ବର ବା  ଏକାଧିକ ଅଙ୍ଗ ବିଫଳତା କାରଣରୁ ମୃତ୍ୟୁ ହୋଇଛି। କମ୍ପାନୀର କହିବା ଅନୁସାରେ, ତାଙ୍କର ପୂର୍ବରୁ ସ୍ବାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସମସ୍ୟା ଥିଲା। ସେ ଠିକ୍ ସମୟରେ ତାଙ୍କର ଚିକିତ୍ସା ନକରିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି।, ଆ’ବାଓ

ଉଲ୍ଲେଖନୀୟ ଯେ, ଆ’ବାଓ ଏହି କମ୍ପାନୀରେ ଗତ ବର୍ଷ ଫେବୃଆରୀରୁ ପେଣ୍ଟର ଭାବରେ କାମ କରୁଥିଲେ। ଚଳିତ ବର୍ଷ ଜାନୁଆରୀରେ ତାଙ୍କର କନଟ୍ରାକ୍ଟ ସରୁଥିଲା। କିନ୍ତୁ ସେ ଝେଜିଆଙ୍ଗର ଆଉ ଏକ ପ୍ରୋଜେକ୍ଟରେ କାମ କରିବା ଆରମ୍ଭ କରିଥିଲେ। ସେ ଲଗାତାର ୧୦୪ ଦିନ ପର୍ଯ୍ୟନ୍ତ କାମ କରିଥିଲେ। ଫେବୃଆରୀରୁ ମେ’ ପର୍ଯ୍ୟନ୍ତ କେବଳ ଗୋଟିଏ ଦିନ ସେ ଅପ୍ରେଲ ୬ରେ ଛୁଟି ନେଇଥିଲେ। ମେ’ ୨୫ରେ ତାଙ୍କ ଦେହ ଖରାପ ହୋଇଯାଇଥିଲା। ତିନି ଦିନ ପରେ ଆ’ବାଓଙ୍କ ଦେହ ଖୁବ୍ ଅସୁସ୍ଥ ହୋଇ ପଡିଥିଲା। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ବିଭିନ୍ନ ପ୍ରକାର ପରୀକ୍ଷା ପରେ ଜଣାପଡିଥିଲା ତାଙ୍କ ଫୁସଫୁସ୍‌ରେ ସଂକ୍ରମଣ ଅଛି ଏବଂ ଶ୍ୱାସକ୍ରିୟାରେ ବିଫଳତା ରହିଛି। ସେ ଆଉ ସୁସ୍ଥ ହୋଇନଥିଲେ। ଜୁନ୍‌ ୧ରେ ତାଙ୍କର ମୃତ୍ୟୁ ହୋଇଥିଲା। 

ଲଗାତାର କାମ ପାଇଁ ସେ ଅସୁସ୍ଥ ହୋଇ ପଡିଥିଲେ ବୋଲି କମ୍ପାନୀକୁ କ୍ଷତିପୂରଣ ଦାବି କରିଥିଲେ  ଆ’ବାଓଙ୍କ ପରିବାର ଲୋକେ। କମ୍ପାନୀ ପକ୍ଷରୁ କୁହାଯାଇଥିଲା, ଆ’ବାଓଙ୍କଙ୍କ ଓ୍ବାର୍କଲୋଡ୍‌ ବିଶେଷ ଅଧିକ ନଥିଲା। ସେ ସ୍ବେଚ୍ଛାକୃତ ଭାବରେ  ଓଭର ଟାଇମ୍ କରୁଥିଲେ। ଅନ୍ୟପକ୍ଷେ କୋର୍ଟ କହିଥିଲେ, ଲଗାତାର ୧୦୪ ଦିନ କାମ କରିବା ଚାଇନା ଶ୍ରମ ଆଇନ ନିୟମର ଉଲଂଘନ। ନିୟମ ଅନୁସାରେ, କୌଣସି କର୍ମଚାରୀ ଦିନକୁ ୮ ଘଣ୍ଟା କିମ୍ବା ସପ୍ତାହରେ ୪୪ ଘଣ୍ଟାରୁ ଅଧିକ କାମ କରିପାରିବେନି।ଏହା ଲେବର ରେଗୁଲେସନ୍‌ ଆଇନର ଉଲଂଘନ। ଏଥିପାଇଁ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥିଲା ଏବଂ ଏପରିକି ତାଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। କୋର୍ଟଙ୍କ ନିର୍ଦେଶ ପରେ କମ୍ପାନୀ ପକ୍ଷରୁ ତାଙ୍କ ପରିବାକୁ ୪୦୦,୦୦୦ ୟୁଆନ୍‌ ବା ଭାରତୀୟ ଟଙ୍କା ଅନୁସାରେ ୪୭୪୬୦୩୨ ଟଙ୍କା ଦିଆଯାଇଥିଲା। ଭାବନାତ୍ମକ ଭାବରେ ଭାଙ୍ଗି ପଡିଥିବା ତାଙ୍କ ପରିବାରକୁ ଅଲଗା ଭାବରେ ୧୦,୦୦୦ ୟୁଆନ୍ ବା ୧୧୮୬୫୦ ଟଙ୍କା ମଧ୍ୟ ଦିଆଯାଇଥିଲା। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.