ପ୍ରମୂଖ ଖବର
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଆତଙ୍କୀ ନିଜ୍ଜର ମୃତ୍ୟୁ ପାଇଁ ଭାବ ଦେଖାଉଛି କାନାଡା; ସଂସଦରେ ଦେଲା ଶ୍ରଦ୍ଧାଞ୍ଜଳି

Image source: TV9

ନୂଆଦିଲ୍ଲୀ,୧୯/୦୬: ଆତଙ୍କବାଦୀଙ୍କ ପ୍ରତି କାନାଡାର ସହୃଦୟ ଚେହେରା ପୁଣି ଥରେ ସାମ୍ନାକୁ ଆସିଛି। ଦୁଇ ମିନିଟର ନିରବ ପ୍ରାର୍ଥନା କରି ଅଲଗା ରାଷ୍ଟ୍ର ଦାବି କରିଆସୁଥିବା ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରକୁ କାନାଡ଼ା ସଂସଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଗତ ବର୍ଷ କାନାଡାରେ ତାକୁ ହତ୍ୟା କରାଯାଇଥିଲା। ଏହାପୂର୍ବରୁ କାନାଡା ଜଣେ ନାଜି ନେତାଙ୍କୁ ମଧ୍ୟ ସମ୍ମାନିତ କରିଥିଲା। ତାଙ୍କର ପ୍ରଥମ ମୃତ୍ୟୁ ବାର୍ଷିକୀରେ ନୀରବତା ପାଳନ କରି ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରକୁ କାନାଡା ସଂସଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। କହିରଖୁଛୁ ଯେ, ଜୁନ୍ ୨୩ ରେ କନିଷ୍କା ବିମାନ ଦୁର୍ଘଟଣାର ୩୯ ବର୍ଷ ପୂରଣ ହେବାକୁ ଥିବାବେଳେ କାନାଡା ସଂସଦ ଏହି ଲଜ୍ଜାଜନକ କାର୍ଯ୍ୟ କରିଛି। ଭାରତ ହରଦୀପ ସିଂ ନିଜ୍ଜରକୁ ଆତଙ୍କବାଦୀ ଘୋଷଣା କରିଥିଲା।

ଗତ ବର୍ଷ ହୋଇଥିଲା ହତ୍ୟା: 

ଗତ ବର୍ଷ ଜୁନ୍ ୧୮ ରେ ଏକ ଗୁରୁଦ୍ୱାରର ପାର୍କିଂ ସ୍ଥାନରେ ଆକ୍ରମଣକାରୀଙ୍କ ଦ୍ୱାରା ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରକୁ ହତ୍ୟା କରାଯାଇଥିଲା। ହରଦୀପ ସିଂ କାନାଡାର ଭାନକୋଭର ସହରରେ ଥିବା ଗୁରୁ ନାନକ ଶିଖ ଗୁରୁଦ୍ୱାରର ଅଧ୍ୟକ୍ଷ ଥିଲା। ଖାଲିସ୍ତାନ ଆନ୍ଦୋଳନ ସହିତ ଜଡିତ ଭାରତୀୟ ବଂଶୋଦ୍ଭବ ଜଣେ କାନାଡ଼ୀୟ ଶିଖ ବିଚ୍ଛିନ୍ନତାବାଦୀ ନେତା ଥିଲା ହରଦୀପ ସିଂ ନିଜ୍ଜର। ତାଙ୍କୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଥିଲେ। ସେ ଆତଙ୍କବାଦୀ ସଂଗଠନ ଖାଲିସ୍ତାନ ଟାଇଗର ଫୋର୍ସ ସହିତ ଜଡ଼ିତ ଥିଲା।

ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜର ପଞ୍ଜାବର ଜଳନ୍ଧରର ଭର ସିଂ ପୁର ଗାଁର ବାସିନ୍ଦା ଥିଲା। ୧୯୯୦ ଦଶକ ମଧ୍ୟଭାଗରେ, ନିଜ୍ଜର କାନାଡା ଯାଇ ସେଠାରୁ ଭାରତ ବିରୋଧୀ ଅଭିଯାନ ଜାରି ରଖିଥିଲା। ନିଜ୍ଜର ଖଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ଥିଲା ଏବଂ ଫୋର୍ସର ସଦସ୍ୟମାନଙ୍କୁ ଅପରେସନ୍, ନେଟୱାର୍କିଂ, ଟ୍ରେନିଂ ଏବଂ ଆର୍ଥିକ ସହାୟତା ଯୋଗାଉଥିଲା। ଏହି ସଂଗଠନ ଅଲଗା ଖାଲିସ୍ତାନୀ ରାଷ୍ଟ୍ର ଦାବି କରିଆସୁଛି। ଏକ ପୃଥକ ଖାଲିସ୍ତାନ ରାଷ୍ଟ୍ର ପାଇଁ “ଶିଖ୍ ରେଫରେଣ୍ଡମ୍ ୨୦୨୦” ଭାବରେ ଏକ ଅନଲାଇନ୍ ଅଭିଯାନ ଆରମ୍ଭ କରିଥିଲା ଏବଂ ଏହି କାରଣରୁ ତାର ସମ୍ପତ୍ତିକୁ ୨୦୨୦ ମସିହାରେ ପଞ୍ଜାବରେ ଏକ ମାମଲାରେ ବାଜାପ୍ତୀ କରାଯାଇଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.