ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ବିଏସ୍‌କେୱାଇ, ଆୟୁଷ୍ମାନକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ: ଆସିପାରେ ବଡ଼ ଯୋଜନା, ନାଁ ବି ପରିବର୍ତ୍ତନ ହୋଇପାରେ

ଭୁବନେଶ୍ୱର,୧୭/୦୬: ବିଜେଡି ସରକାରଙ୍କ ବିଏସ୍‌କେୱାଇ ଏବଂ ବିଜେପି ସରକାରଙ୍କ ଆୟୁଷ୍ମାନ  ଭାରତ ଯୋଜନା ନେଇ ଦ୍ୱନ୍ଦ୍ୱ ବଢ଼ୁଛି । ଉଭୟ  ସରକାରଙ୍କ ବହୁ ପ୍ରତିକ୍ଷିତ ଦୁଇ ଯୋଜନାକୁ ନେଇ  ଲୋକଙ୍କ ଭିତରେ ଆଲୋଚନା ଜୋର ଧରିଛି ।  ଦୁଇଟି ଯାକ ଯୋଜନା କାର୍ଯ୍ୟକାରୀ ହେବ ନା କେବଳ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ନୂଆ କରି ଲାଗୁ  କରାଯିବ, ତାକୁ ଦ୍ୱନ୍ଦ୍ୱ ଦେଖାଦେଇଛି । ଏପଟେ  ନୂତନ ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ଦାୟିତ୍ୱ ନେଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦୁଇ  ଯୋଜନାକୁ ତର୍ଜମା କରି ପଦକ୍ଷେପ ନିଆଯିବ ବୋଲି  ସୂଚନା ଦେଇଛନ୍ତି । ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ  ଦେବା ସରକାରଙ୍କ ପ୍ରାଥମିକତା । ଆୟୁଷ୍ମାନ ଯୋଜନା  କେନ୍ଦ୍ର ସରକାରଙ୍କ ଏକ ଫ୍ଲାଗସିପ୍‌ କାର୍ଯ୍ୟକ୍ରମ । ତେଣୁ  ଉଭୟ ଯୋଜନା ନେଇ ବିଚାର ବିମର୍ଷ ଚାଲିଛି । 

ଦୁଇଟି ଯୋଜନାକୁ ତୁଳନା କଲେ ଜଣାପଡ଼ିଛି  ଯେ ରାଜ୍ୟରେ ବିଏସ୍‌କେୱାଇରେ ୧ କୋଟି ୩ ଲକ୍ଷ  ପରିବାର ଚିକିତ୍ସା ସୁବିଧା ପାଉଛନ୍ତି । ଆଉ ରାଜ୍ୟରେ  ଯଦି ଆୟୁଷ୍ମାନ ଭାରତ ଲାଗୁ ହେବ, ତାହାଲେ ଏହାର  ମାପଦଣ୍ଡ ଅନୁସାରେ ୬୩ ଲକ୍ଷ ପରିବାର ସୁବିଧା  ପାଇବେ । କିନ୍ତୁ ବିଏସ୍‌କେୱାଇରେ ବାର୍ଷିକ ପରିବାର  ପିଛା ୫ ଲକ୍ଷ ଟଙ୍କା ମିଳୁଥିବା ବେଳେ ମହିଳାଙ୍କ  ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିପାରୁଛି । 

ସ୍ୱାସ୍ଥ୍ୟ ବିଭାଗ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,  ବର୍ତ୍ତମାନ ବିଏସ୍‌କେୱାଇ ଚାଲୁ ରହିଛି । କିନ୍ତୁ ବାସ୍ତବରେ  ଦୁଇ ଯୋଜନାକୁ ନେଇ କ’ଣ ପଦକ୍ଷେପ ନେବେ  ସରକାର ତାହାର ପ୍ରକୃତ ଚିତ୍ର ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ  ହୋଇନି । ହେଲେ ଦୁଇ ଯୋଜନା ମାପଦଣ୍ଡ ଅଲଗା  ଅଲଗା ରହିଛି । ହୁଏତ ସରକାର ଦୁଇ ଯୋଜନାକୁ  ମିଶାଇ ଗୋଟିଏ ବଡ଼ ଯୋଜନା କରିପାରନ୍ତି ଏବଂ  ଯୋଜନା ନାମ ପରିବର୍ତ୍ତନ କରିପାରନ୍ତି । ଏହାବ୍ୟତୀତ  ସମସ୍ତ ରୋଗୀଙ୍କ ଉପକୃତ ହେଲା ଭଳି ଗୋଟିଏ ପ୍ରକାର  ଚିକିତ୍ସା ସୁବିଧା ଯୋଗାଇଲା ଭଳି ବଡ଼ ଯୋଜନାରେ  ରଖିପାରନ୍ତି। ଖୁବଶୀଘ୍ର ଏନେଇ ପ୍ରକ୍ରିୟା ଆରମ୍ଭ ହେବ  ବୋଲି କୁହାଯାଉଛି । ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ  ବିଚାର ବିମର୍ଷ ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହେବ ।  ଅନ୍ୟପଟରେ ରାଜସ୍ଥାନରେ ବିଜେପି ସରକାର ଆସିବା  ପରେ ଦୁଇ ଯୋଜନାକୁ ମିଶାଇବା ନେଇ ନଜିର ରହିଛି । ଓଡ଼ିଶାରେ ମଧ୍ୟ ସମାନ ପନ୍ଥା ଆପଣାଇପାରେ ବିଜେପି  ସରକାର । ନୂଆ ଯୋଜନା ଆସିବା ଯାଏ ବିଏସ୍‌କେୱାଇ  ବଳବତ୍ତର ରହିବ ବୋଲି ପୂର୍ବରୁ ମୁଖ୍ୟ ଶାସନ ସଚିବ  ଓ ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.