ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ବିମାନ କମ୍ପାନି ନିରାପତ୍ତା ନିୟମ ଉଲ୍ଲଘଂନ ଅଭିଯୋଗ, ବୋଇଂ ଉପରେ ୪ ହଜାର କୋଟିର ଜରିମାନା

ନୂଆଦିଲ୍ଲୀ,୦୯/୦୭: ଆମେରିକା ଭିତ୍ତିକ ବିମାନ କମ୍ପାନି ବୋଇଂ  ଉପରେ ୪ ହଜାର କୋଟିର ଜରିମାନା ଲଗାଇଛନ୍ତି ଆମେରିକା ନିୟାମକ । ଏହି ବିମାନ କମ୍ପାନି ନିରାପତ୍ତା ନିୟମ ଉଲ୍ଲଘଂନ କରିଥିବାର ଅଭିଯାଗ  ଆସିଥିଲା । 

ବ୍ଲୁମବର୍ଗରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ୨୦୧୮- ୧୯ରେ ହୋଇଥିବା ୨ ବଡ ଧରଣର ବିମାନ ଦୁର୍ଘଟଣାରେ ପରେ କମ୍ପାନି  ତ୍ରୁଟିକୁ ସୁଧାରିବା ପରିବର୍ତ୍ତେ ବିଭିନ୍ନ ନିୟମ ଉଲ୍ଲଘଂନ କରିଥିଲା । ଏହାକୁ  ନେଇ କମ୍ପାନି ୨୪୩.୬ ନିୟୁତ ଡଲାର ବା ୪ ହଜାର କୋଟି ଟଙ୍କାର  ଜରିମାନା ଭରିବା ନେଇ ସହମତି ପ୍ରକାଶ କରିଛି । ସେହିଭଳି ଆଗାମୀ  ୪ ବର୍ଷରେ ବିମାନ ନିରାପତ୍ତା କ୍ଷେତ୍ରରେ କମ୍ପାନି ୪ ହଜାର କୋଟି  ଟଙ୍କା ଖର୍ଚ୍ଚ ମଧ୍ୟ କରିବ । ଉଲ୍ଲେଖଯୋଗ୍ୟ, ୨୦୧୮ ଏବଂ ୨୦୧୯ରେ ୫  ମାସରେ ଇଣ୍ଡିନେସିଆ ଏବଂ ଇଥିଓପିଆରେ କମ୍ପାନିର ୩୩୭ ମ୍ୟାକ୍ସ  ବିମାନ ଦୁର୍ଘଟଣା ଗସ୍ତ ହୋଇ ୩୪୬ ଲାକଙ୍କ ଜୀବନ ଚାଲି ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.