ପ୍ରମୂଖ ଖବର
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ବିଜେପିରେ ମିଶିବେ ପ୍ରେମାନନ୍ଦ, ରାଜୁ ଓ ନରେନ

Published By : Prameya | March 4, 2024 11:17 AM

କେନ୍ଦୁଝର/ଭୁବନେଶ୍ୱର,୦୪/୦୩: ତେଲକୋଇ  ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରେମାନନ୍ଦ  ନାଏକ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସେ ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ବିଜେପିରେ ମିଶିବା ପରେ ଦଳ ତାଙ୍କୁ  ଟିକେଟ୍‌ ଦେବ ନାଁ ଡାକ୍ତର ଚାକିରି ଛାଡି ବିଜେପିରେ ମିଶି ସଙ୍ଗଠନ ସଜାଡୁଥିବା ଡାକ୍ତର ଫକୀର ନାଏକ ପ୍ରାର୍ଥୀ ହେବେ ସେ ନେଇ ରାଜନୀତି ଚଳଚଞ୍ଚଳ ହୋଇପଡିଛି । ପ୍ରେମାନନ୍ଦ ନାଏକ ଇଞ୍ଜିନିୟରିଂ ଚାକିରି ଛାଡି ୨୦୦୯ରେ ତେଲକୋଇ ଆସନରୁ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ।  

୨୦୧୪ରେ ଟିକଟ୍‌ରୁ ବଞ୍ଚିତ ହେବା ପରେ ମଧ୍ୟ  ପ୍ରେମାନନ୍ଦ ବିଜେଡିରେ ରହିଥିଲେ । ୨୦୧୯ରେ  ବିଜେଡି ସୁପ୍ରିମୋ ପ୍ରେମାନନ୍ଦଙ୍କ ଉପରେ ଆସ୍ଥା ରଖି ପୁଣି ଦଳୀୟ ପ୍ରାର୍ଥୀ କରିଥିଲେ । ୬ ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଧର୍ନୁଜୟ ସିଦ୍ଧୁଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ବିଧାୟକ ହେବା ପରେ ନବୀନ ପଟ୍ଟନାୟକଙ୍କ  ୫ମ ପାଳିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଭାବେ ପ୍ରେମାନନ୍ଦ ଦାୟିତ୍ୱ ତୁଲାଇଥିଲେ । ପ୍ରେମାନନ୍ଦଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଧର୍ନୁଜୟ ସିଦ୍ଧୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଛାଡି  ବିଜେଡିରେ ଯୋଗ ଦେବା ପରେ ତେଲକୋଇ  ନିର୍ବାଚନ ମଣ୍ଡଳୀରେ ସମାନ୍ତରାଳ ସଙ୍ଗଠନ  ଆରମ୍ଭ ହୋଇଯାଇଥିଲା । ପ୍ରେମାନନ୍ଦ ଦଳୀୟ  କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ଅକ୍ଟୋବର ୧୨  ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫାପତ୍ର  ପଠାଇଥିଲେ । ଏଥର ଧର୍ନୁଜୟ ବିଜେଡିରୁ  ଲଢ଼ିବା ପାଇଁ ଲବିରେ ରହିଥିବା ବେଳେ  ପ୍ରେମାନନ୍ଦ ବିଜେପିରୁ ଲଢିଲେ ପୁଣି ଦୁଇ  ପ୍ରତିନ୍ଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବେ । 

ସୋମବାର ବିଜେପିରେ ମିଶିବେ ଭଦ୍ରକ ରାଜନୀତିର ଦୁଇ ହେଭିୱେଟ ନେତା । ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ । ଉଭୟ ନେତା ସମର୍ଥକଙ୍କ  ସହ ଭୁବନେଶ୍ୱର ଆସି ବିଜେପି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ସାମିଲ ହେବେ । ବିଜେପିରେ ଯୋଗ ଦେବା ପୂର୍ବରୁ ଶ୍ରୀ ପଲେଇ ରବିବାର  ସନ୍ଧ୍ୟାରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.