ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଉପରେ ଦୌଡ଼ିବ ମେଟ୍ରୋ, ତଳେ ଫ୍ଲାଏଓଭର : ଜୟଦେବ ବିହାରରୁ ନନ୍ଦନକାନନ ୩ ଥାକିଆ ଯାତାୟାତ

ଭୁବନେଶ୍ୱର ୧୪/୦୯: ଉପରେ ଦୌଡ଼ୁଥିବ ମେଟ୍ରୋ ଟ୍ରେନ । ତା’ ତଳକୁ  ଫ୍ଲାଏଓଭରରେ ଚାଲିଥିବ ଗାଡ଼ିମୋଟର । ଆଉ ତା’ ତଳକୁ ଭୂପୃଷ୍ଠକୁ ଛୁଇଁଥିବା ରାସ୍ତାରେ ଗାଡ଼ିମଟର, ପଥଚାରୀ ସବୁ ଚାଲିଥିବେ । ମଝିରେ ମଝିରେ ଫିଟିଥିବ ଭୂତଳ ରାସ୍ତା । ମାଟି ତଳେ ଭୂତଳ ବଜାର, ପାର୍କିଂ ବି ରହିବ । ଇଏ ହେଉଛି ସ୍ମାର୍ଟ ଭୁବନେଶ୍ୱର ପାଇଁ ଗମନାଗମନର ଅତ୍ୟାଧୁନିକ ପରିକଳ୍ପନା । 

ଭୁବନେଶ୍ୱର ମେଟ୍ରୋ ରେଳ ଓ ଜୟଦେବବିହାର-ନନ୍ଦନକାନନ ରାସ୍ତାକୁ ନେଇ ଏମିତି କିଛି ନୂଆ ଯୋଜନା ହୋଇଛି । ଏ ପ୍ରକଳ୍ପ ସାକାର ହେଲେ, ନାଗପୁର ମେଟ୍ରୋ ରେଳକୁ ବି ପଛରେ ପକାଇ ଦେବ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ । ରାସ୍ତା, ଫ୍ଲାଏଓଭର ଉପରେ ଯାଇଛି ନାଗପୁର ମେଟ୍ରୋ ରେଳ, ଯାହାକି ଗିନିଜ ବୁକ୍‌ରେ ନାଁ ଯୋଡ଼ିଛି । କିନ୍ତୁ, ଭୁବନେଶ୍ୱରରେ ତା’ଠାରୁ ମେଗା ଯୋଜନା କରାଯାଇଛି ।

ବିଶ୍ୱାସଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯୋଜନାଟି ଏମିତି- ମେଟ୍ରୋ ଯିବ । ଫ୍ଲାଏଓଭର ବି ହେବ । ଜୟଦେବବିହାର-ନନ୍ଦନକାନନ ରାସ୍ତା ହେବ ତିନି ଥାକିଆ । କିଛି ଜାଗାରେ ୪ ଥାକିଆ ବି ହୋଇପାରେ । ଜୟଦେବବିହାର-ନନ୍ଦନାକନନ ରାସ୍ତାର ସବୁଠୁ ଉପରେ ନିର୍ମାଣ ହେବ ରେଳପଥ, ସେଥିରେ ଧାଇଁବ ମେଟ୍ରୋ ଟ୍ରେନ । ତା’ ତଳକୁ ରହିବ ଫ୍ଲାଏଓଭର । ଏହା ତଳକୁ ରହିବ ରାସ୍ତା । 

ନୂଆ ପରିକଳ୍ପନା ଅନୁସାରେ ରାସ୍ତାରୁ ପ୍ରାୟ ୮ ମିଟର (ପ୍ରାୟ ୨୬.୨୪ ଫୁଟ୍‌) ଉପରେ ରହିବ ଫ୍ଲାଏଓଭର । ତା’ ଉପରେ ଯିବ ମେଟ୍ରୋ । ମାଟିରୁ ୧୪ ମିଟର ଉପରେ (ପ୍ରାୟ ୪୬ ଫୁଟ) ମେଟ୍ରୋ ରେଳ ପଥ ରହିବ । ଏସବୁ ଦିଗକୁ ଲକ୍ଷ୍ୟ କରି ମେଟ୍ରୋ ପାଇଁ ଡିପିଆର୍‌ରେ କିଛି ପରିବର୍ତ୍ତନ କରାଯିବ ।

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ କଟକ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ମେଟ୍ରୋ ରେଳ ପଥ ପାଇଁ ଡିପିଆର୍‌ ପ୍ରସ୍ତୁତି ସରିଛି । ମାତ୍ର ଏହା ପୂର୍ବରୁ ଜୟଦେବବିହାର-ନନ୍ଦନକାନନ ରାସ୍ତାରୁ ଟ୍ରାଫିକ ଭିଡ଼ କମାଇବା ପାଇଁ  ୬ଟି ଫ୍ଲାଏଓଭର (ରାଜଭବନ ଛକରୁ ନନ୍ଦନକାନନ), ୨ଟି ଭୂତଳ ବଜାର ଓ ୨ଟି ଭୂତଳ ରାସ୍ତା ଯୋଜନା ହୋଇଥିଲା । ହେଲେ ମେଟ୍ରୋ ପ୍ରକଳ୍ପର ଡିପିଆର୍‌ରେ ଏ ବାବଦରେ କିଛି ବି ଉଲ୍ଲେଖ କରାଯାଇନାହିଁ । ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ମେଟ୍ରୋ ପ୍ରକଳ୍ପ ପାଇଁ ରାଜଭବନରୁ ନନ୍ଦନକାନନକୁ ପ୍ରସ୍ତାବିତ ଫ୍ଲାଏଓଭର, ଭୂତଳ ବଜାର ଯୋଜନା ବାତିଲ ହୋଇଗଲା ବୋଲି ଅନୁମାନ କରାଯାଉଥିଲା ।

ମାତ୍ର ରାଜ୍ୟ ସରକାର ଏ ଦିଗରେ ଗଭୀର ଚିନ୍ତା କରିବା ପରେ ପୂର୍ତ୍ତ ବିଭାଗ ସହ ଆଲୋଚନା କରିଛନ୍ତି । ମିଳିଥିବା ସୂତ୍ର ଅନୁସାରେ ନିଷ୍ପତ୍ତି ହୋଇଛି, ମେଟ୍ରୋ  ପ୍ରକଳ୍ପ ହେବ ଓ ପୂର୍ବ ପ୍ରସ୍ତାବିତ ଫ୍ଲାଏଓଭର, ରାସ୍ତା, ଭୂତଳ ରାସ୍ତା ପ୍ରକଳ୍ପ ବି ହେବ । ଅବଶ୍ୟ ଏଥିପାଇଁ ମେଟ୍ରୋ ପ୍ରକଳ୍ପ ଡିପିଆରରେ କିଛି ପରିବର୍ତ୍ତନ କରାଯିବ । ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ୨୦୨୪ ଏପ୍ରିଲରୁ ଆରମ୍ଭ ହେବ । ସରିବ ୨୦୨୮ ମାର୍ଚ୍ଚ ଶେଷ ସୁଦ୍ଧା । ୨୦୨୮ରୁ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ  ଲକ୍ଷ୍ୟ ରହିଛି।

ରାଜଧାନୀର ସବୁଠୁ ବ୍ୟସ୍ତ ଓ ଭିଡ଼ ରୁଟ ରାଜଭବନ- ନନ୍ଦନକାନନ ପର୍ଯ୍ୟନ୍ତ ୧୬ କିଲୋମିଟର ରାସ୍ତା ପାଇଁ ପୂର୍ବରୁ ମେଗା ଯୋଜନା ହୋଇଥିଲା । ଏହି ରାସ୍ତାର ୬ଟି ପ୍ରମୁଖ ସ୍ଥାନରେ ଫ୍ଲାଏଓଭର ନିର୍ମାଣ ଯୋଜନା ରହିଛି । ପ୍ରଥମ ଫ୍ଲାଏଓଭର ପାୱାର ହାଉସ ଛକରୁ ଆରମ୍ଭ ହୋଇ ଶାସ୍ତ୍ରୀନଗର ଓ ପଟେଲ ମାର୍ଗ ଟ୍ରାଫିକ ଛକ ପାଖ ତଳ ରାସ୍ତାରେ ମିଶିବ । ଅଳ୍ପ କିଛି ବାଟ ଯିବା ପରେ ଆଉ ଏକ ଫ୍ଲାଏଓଭର ଆରମ୍ଭ ହେବ । ନୂଆପଲ୍ଲୀ ବେହେରା ସାହି-ନିକୋ ପାର୍କ ସଂଯୋଗ କରୁଥିବା ଛକ ଉପର ଦେଇ କଳିଙ୍ଗ ଷ୍ଟାଡିୟମ ସାମ୍ନା ଫୁଟଓଭର ବ୍ରିଜ୍‌ ପୂର୍ବରୁ ରାସ୍ତାରେ ମିଶିବ ଏହି ଫ୍ଲାଏଓଭର ।

 କଳିଙ୍ଗ ଷ୍ଟାଡିୟମ ସାମ୍ନା ରାସ୍ତାରେ ମାଟି ତଳେ ହେବ ଭୂତଳ ବଜାର । ଷ୍ଟାଡିୟମ ସାମ୍ନାରୁ ଭେଙ୍କଟେଶ୍ୱରସ୍ୱାମୀ ମନ୍ଦିର (ପୁରୁଣା ତିରୁମାଲା ତିରୁପତି ଦେବସ୍ଥାନମ କଲ୍ୟାଣ ମଣ୍ଡପ) ପାଖ ପର୍ଯ୍ୟନ୍ତ ଏହି ଭୂତଳ ବଜାର ରହିବ । ଗାଡ଼ି ପାର୍କିଂ ପାଇଁ ମଧ୍ୟ ସେଠାରେ ବ୍ୟବସ୍ଥା ରହିବ । ପୁରୁଣା ତିରୁମାଲା ତିରୁପତି ଦେବସ୍ଥାନମ କଲ୍ୟାଣ ମଣ୍ଡପ ପାଖରୁ ଉଠିବ ଆଉ ଏକ ଫ୍ଲାଏଓଭର, ଯାହାକି ଜୟଦେବବିହାର ଫ୍ଲାଏଓଭର ଉପରେ ଉପରେ ଯିବ । ଏହା ମେ’ ଫେୟାର ଛକ ପାଖରେ ରାସ୍ତାକୁ ଛୁଇଁବ । ଜନତା ମଇଦାନ ସାମ୍ନା ରାସ୍ତା ତଳେ ଆଉ ଏକ ବିଶାଳ ଅତ୍ୟାଧୁନିକ ଭୂତଳ ବଜାର ରହିବ । କଳିଙ୍ଗ ହସ୍ପିଟାଲ ଛକ ପୂର୍ବରୁ ଅରଣ୍ୟ ଭବନ ପାଖରୁ ପୁଣି ଏକ ଫ୍ଲାଏଓଭର ରେଳ ସଦନ ପର୍ଯ୍ୟନ୍ତ ଯିବ। ଡମଣା ଛକ ପାଖରୁ ଆଉ ଏକ ଫ୍ଲାଏଓଭର ଉଠି ପଟିଆ ଛକ ପୂର୍ବରୁ ତଳ ରାସ୍ତାରେ ମିଶିବ । ଏହି ରାସ୍ତାରେ କିଛି ବାଟ ଆଗକୁ ବଢ଼ିବା ପରେ ପଟିଆ ଛକ ପୂର୍ବରୁ ଭୂତଳ ରାସ୍ତା ଫିଟିବ । ପରେ କିଟ୍‌ ଛକ (ମ୍ୟାଗେନଟିକ୍‌ ସ୍କୋୟାର) ପାଖରୁ ଆଉ ଏକ ଭୂତଳ ରାସ୍ତା ବାହାରିବ । ଏହି ଭୂତଳ ରାସ୍ତା ରଘୁନାଥପୁର ବ୍ରିଜ୍‌ ପୂର୍ବରୁ ଉପର ରାସ୍ତା ସହ ସଂଯୋଗ ହେବ । 

ଅପରପକ୍ଷରେ ମେଟ୍ରୋ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟବିହାର ଛକ, ଜୟଦେବବିହାର, ଜାଭିୟର ଛକ, ରେଳ ସଦନ, ଡ୍ରିଷ୍ଟିକ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ୍‌ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଫୁଲପୋଖରୀ ଦେଇ ତ୍ରିଶୁଳିଆ ଛକରେ ପହଞ୍ଚିବ । ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬ କିଲୋମିଟର ମେଟ୍ରୋ ପଥ ପ୍ରାୟତଃ ମେଡିଆନ୍‌ ଉପରେ ନିର୍ମାଣ ହେବ ।  ପ୍ରିକାଷ୍ଟ ଟେକ୍ନୋଲୋଜିରେ ନିର୍ମାଣ କାର୍ଯ୍ୟ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.