ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଦନ୍ତା ଆକ୍ରମଣରେ ଛୁଆ ହାତୀର ମୃତ୍ୟୁ

Published By : Prameya | February 13, 2024 1:46 PM

ବଣାଇ, ୧୩/୦୨ : ଦନ୍ତା ଆକ୍ରମଣରେ ଛୁଆ ହାତୀର ମୃତ୍ୟୁ। କୋଇଡା ରେଞ୍ଜର ଗଣୁଆ ଫରେଷ୍ଟ ମାଲଦା ଜଙ୍ଗଲରେ ଏଭଳି ଘଟଣା ଘଟିଛି। ଦନ୍ତା ହାତୀ ଆକ୍ରମଣରେ ଛୁଆ ହାତୀର ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ସେପଟେ ଭରତପୁର ଜଙ୍ଗଲରେ ବୋମା ଫୁଟି ଗୁରୁତର ହୋଇଥିବା ଦନ୍ତା ହାତୀର ମୃତ୍ୟୁ ଘଟିଛି। ବାରହା ଶିକାର ପାଇଁ କଖାରୁ କିମ୍ବା ସପୁରୀ ଭିତରେ କୌଣସି ବିସ୍ଫୋରକ ସାମଗ୍ରୀ ଖାଇ ହାତୀ ଗୁରୁତର ହୋଇଥିଲା। ହାତୀର ଜିଭ ଛିଣ୍ଡି ଯାଇଥିଲା। ଦାନ୍ତଗୁଡିକ ଭାଙ୍ଗି ହାତୀର ପାଟିରେ ଘା’ ସୃଷ୍ଟି ହୋଇଥିଲା। OUATର ବିଶେଷଜ୍ଞ ଏବଂ ନନ୍ଦକାନନର ଡାକ୍ତରୀ ଟିମ୍ ଆଣ୍ଟି ବାୟୋଟିକ ଏବଂ ସାଲାଇନ୍ ଦେଇ ତାର ଚିକିତ୍ସା ଜାରି ରଖିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.