ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସୁଭଦ୍ରା ଯୋଜନା ଫର୍ମ ପୂରଣ ପାଇଁ ନେଉଥିଲେ ଲାଞ୍ଚ, ମୋ ସେବା/ଜନ ସେବା କେନ୍ଦ୍ରର ଲାପଟପ୍ ଜବତ

ରାଇରଙ୍ଗପୁର,୭।୯: ସୁଭଦ୍ରା ଯୋଜନା ଫର୍ମ ପୂରଣ ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ । ରାଇରଙ୍ଗପୁର ସହର ସ୍ଥିତ ୱାର୍ଡ ନମ୍ୱର ୧୩ର ସିଗନାଲ ସାହିରେ ସୁଭଦ୍ରା ଯୋଜନା ଫର୍ମ ପୂରଣ ପାଇଁ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀଙ୍କ ପାଖରୁ ୫୦ ଟଙ୍କା ଲେଖାଏଁ ଲାଞ୍ଚ ଆଦାୟ କରୁଥିବା ଶୁକ୍ରବାର ଅଭିଯୋଗ ହୋଇଥିଲା । ପରେ ଘଟଣାର ସତ୍ୟାସତ୍ୟ ଜାଣିବା ଲାଗି ରାଇରଙ୍ଗପୁର ସିଡିପିଓଙ୍କ ତତ୍ତ୍ୱlବଧାନରେ ସିଗନାଲ ସାହି ଓ ନୂଆ ଗାଁର ମହିଳା ପରିଦର୍ଶିକା ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ହିତାଧିକାରୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ଉପସ୍ଥିତିରେ ତଦନ୍ତ କରିବା ପରେ ଜଣାପଡ଼ିଥିଲା ଯେ, କୌଣସି ଅଙ୍ଗନବାଡ଼ି କର୍ମୀଙ୍କର ଏଥିରେ ସମ୍ପୃକ୍ତି ନାହିଁ । ମାତ୍ର ନିକଟସ୍ଥ ମୋ ସେବା କେନ୍ଦ୍ର/ଜନସେବା କେନ୍ଦ୍ରରେ କାର୍ଯ୍ୟରତ କମ୍ପ୍ୟଟର ଅପରେଟରମାନେ ସୁଭଦ୍ରା ଫର୍ମ ପୂରଣ ପାଇଁ ଅଳ୍ପ କିଛି ହିତାଧିକାରୀଙ୍କଠାରୁ ଅର୍ଥ ରାଶି ଆଦାୟ କରିଥିବା ଜଣାପଡ଼ିଛି । 

ଘଟଣା ଜଣାପଡ଼ିବା ପରେ ଆଦାୟ ହୋଇଥିବା ଅର୍ଥ ରାଶି ସୁଭଦ୍ରା ଯୋଜନାରେ ସମ୍ପୃକ୍ତ ହିତାଧିକାରୀମାନଙ୍କୁ ଫେରାଇ ଦେବାର ବ୍ୟବସ୍ଥା କରାଯାଇଥିଲା । ଏହି ଘଟଣା ଆଧାରରେ ରାଇରଙ୍ଗପୁର ଟାଉନ ଥାନାର ଆଇଆଇସି ଶ୍ରୀ ସୂଚନ୍ଦ୍ର ମହାଳିକଙ୍କ ତତ୍ତ୍ୱାବଧାନରେ ଟାଉନ ଥାନା ସବଇନ୍ସପେକ୍ଟର ଶ୍ରୀ ଆଲୋକ କୁମାର ସିଂ ଘଟଣାସ୍ଥଳରେ ପହଞ୍ଚି ମୋ ସେବା/ଜନସେବା କେନ୍ଦ୍ରରୁ ଗୋଟିଏ ଲ୍ୟାପଟପ୍ ସହ ଗୋଟିଏ ମନିଟର ଓ ସି.ପି.ୟୁ. ଜବତ କରିଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.