ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ନାବାଳିକାଙ୍କୁ ନିର୍ଯାତନା ଦେଉଥିଲେ ଅଭିନେତ୍ରୀ ରିୟା, ବିୟର ବୋତଲରେ ପିଟୁଥିଲେ ସ୍ୱାମୀ

ଭୁବନେଶ୍ୱର, ୧୦/୦୭ : ଓଲିଉଡ୍‌ ଅଭିନେତ୍ରୀ ରିୟା ଦେଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ତାଙ୍କ ପାଖରେ ଘରୋଇ ସହାୟିକା ଭାବେ କାମ କରୁଥିବା ଜଣେ ନାବାଳିକାଙ୍କୁ ସେ ନିର୍ଯାତନା ଦେଉଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ବିନା ଦରମାରେ କାମ କରାଇବା ସହ ମାଡ଼ ମାରୁଥିଲେ ବୋଲି ନାବାଳିକା ଜଣଙ୍କ ଅଭିଯୋଗ କରିଛନ୍ତି । ଖାଲି ରିୟା ନୁହେଁ ତାଙ୍କ ସ୍ୱାମୀ ମଧ୍ୟ ବିୟର ବୋତଲରେ ନାବାଳିକାଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । 

ନାବାଳିକା ମାମା (ଛଦ୍ମନାମ)ଙ୍କ ଘର ସାଲେପୁର ଅଞ୍ଚଳରେ । ତାଙ୍କ ଘର ପାଖର ମାଧୁରୀ ବିଶିଙ୍କୁ କିଛି ମାସ ତଳେ ନାବାଳିକା କହିଥିଲେ ତାଙ୍କ ପାଇଁ କାମ ବୁଝିବା ପାଇଁ । ମାଧୁରୀ ଭୁବନେଶ୍ୱରରେ ରହୁଥିଲେ । ନାବାଳିକାଙ୍କୁ ଆଣି ରିୟାଙ୍କ କଟକ ଘରେ ଘରୋଇ ସହାୟିକା ଭାବେ କାମରେ ରଖିଥିଲେ । ମାସକୁ ୮ ହଜାର ଟଙ୍କା ଦେବେ ବୋଲି କଥା ଛିଡ଼ିଥିଲା । ନାବାଳିକା ଘରର ସବୁ କାମ କରୁଥିଲେ । ଛୋଟ ଛୋଟ ଭୁଲ୍‌ ପାଇଁ ରିୟା ଓ ତାଙ୍କ ସ୍ୱାମୀ ତାଙ୍କୁ ନିସ୍ତୁକ ମାଡ଼ ମାରୁଥିଲେ । ନାବାଳିକା ମୁଣ୍ଡରେ ପରିବାର ବୋଝ ଥିବାରୁ ସବୁ ମାଡ଼ ଗାଳି ସହି ସେଠାରେ ପଡ଼ି ରହିଥିଲେ । ସାମାନ୍ୟ କଥାକୁ ନେଇ ୨ଦିନ ତଳେ ଅଧିକ ନିର୍ଯାତନା ଦେଇଥିଲେ । ନାବାଳିକାକୁ ରିୟା ଶହେ ଥର ଉଠ୍‌ବସ୍‌ କରାଇବା ସହ ସହ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ । ନିଶାସକ୍ତ ଅବସ୍ଥାରେ ରିୟାଙ୍କ ସ୍ୱାମୀ ତାଙ୍କ ମୁଣ୍ଡକୁ ବିୟର ବୋତଲରେ ବାଡ଼େଇଥିଲେ । 

ଏଭଳି ନିର୍ଯାତନା ସହି ନ ପରି ନାବାଳିକା ଜଣଙ୍କ ଗତକାଲି ରିୟାଙ୍କ ପରିବାର ଶୋଇଥିବା ସମୟରେ ଘର ଛାଡ଼ି ଭୁବନେଶ୍ୱରରେ ରହୁଥିବା ମାଧୁରୀଙ୍କ ଘରକୁ ଆସିଥିଲେ । ହେଲେ ମାଧୁରୀ ଘରେ ନଥିଲେ । ତାଙ୍କ ଘର ବାହାରେ ବସି ନାବାଳିକା ଜଣଙ୍କ କାନ୍ଦୁଥିଲେ । ଏହି ସମୟରେ ଜଣେ ମହିଳାଙ୍କ ତାଙ୍କୁ ଉଦ୍ଧାର କରି ଚାଇଲ୍ଡ ଲାଇନ୍‌କୁ ଖବର ଦେଇଥିଲେ । ଚାଇଲ୍ଡ ଲାଇନ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ । ଆଜି ଏନେଇ ଚାଇଲ୍ଡ ଲାଇନ୍‌ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ପୁଲିସ୍‌ ଜିରୋ ଏତଲା ଗ୍ରହଣ କରିଛି । ଉକ୍ତ ମାମଲା କଟକକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି । ଆଜି ସନ୍ଧ୍ୟାରେ ଲେଡି ପ୍ରୋଟେକ୍ଟ ଟିମ୍‌ ଥାନାକୁ ଯାଇ ଘଟଣା ବିଷୟରେ ଆଇଆଇସିଙ୍କ ସହ ଆଲୋଚନା କରିଛନ୍ତି । ରିୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.