ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ରେଣୁକାସ୍ବାମୀ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କଲା ବେଙ୍ଗାଲୁରୁ ପୋଲିସ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରେଣୁକାସ୍ବାମୀ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛି ବେଙ୍ଗାଲୁରୁ ପୋଲିସ । ଅଭିନେତା ଦର୍ଶନ ଥୁଗୁଦୀପା ପୋଷାକରୁ ଏବଂ ପବିତ୍ରା ଗୌଡାଙ୍କ ଜୋତାରୁ ରକ୍ତର ଦାଗ ମିଳିଥିବା ଚାର୍ଜସିଟରେ ଦର୍ଶାଇଛି ପୋଲିସ । ପ୍ରତ୍ୟେକ୍ଷଦର୍ଶୀ ସମେତ ୨୩୦ ପ୍ରମାଣକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏହି ଚାର୍ଜସିଟ୍‌କୁ ପୋଲିସ ବୁଧବାର ବେଙ୍ଗାଲୁରୁର ଏକ କୋର୍ଟରେ ଦାଖଲ କରିଛି । ୩୩ ବର୍ଷୀୟ ରେଣୁକାସ୍ବାମୀଙ୍କ ହତ୍ୟା ମାମଲାରେ ଗତ ଜୁନ୍‌ ୧୧ରେ ଦର୍ଶନ ଥୁଗୁଦୀପାଙ୍କୁ ଗିରଫ କରାଯାଇଥିଲା । ଦର୍ଶନଙ୍କ ପ୍ରଶଂସକ ରେଣୁକାସ୍ବାମୀ ଅଭିନେତାଙ୍କ ସହଅଭିନେତ୍ରୀ ଏବଂ ବନ୍ଧୁ ପବିତ୍ରା ଗୌଡାଙ୍କୁ ଅଶ୍ଳୀଳ ଭିଡିଓ ପଠାଉଥିଲେ । ତାଙ୍କୁ ମଧ୍ୟ ଏହି ମାମଲାରେ ପୋଲିସ ଗିରଫ କରିଥିଲା । 

 ଆଜି କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ପୋଲିସ ଫରେନ୍ସିକ ରିପୋର୍ଟ, ଅଭିନେତା ଓ ଅଭିନେତ୍ରୀଙ୍କ ପୋଷାକ ଓ ଜୋତାରେ ଲାଗିଥିବା ରକ୍ତର ଦାଗ ସଂପର୍କରେ ଉଲ୍ଲେଖ କରିଛି । ଏଥିରେ ଘଟଣାସ୍ଥଳର ଏକ ଫଟୋ ମଧ୍ୟ ଦିଆଯାଇଛି । ସେପଟେ ରେଣୁକାସ୍ବାମୀଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ତାଙ୍କୁ ନୃଶଂସ ଭାବେ ପିଟି ପିଟି ହତ୍ୟା କରାଯାଇଥିଲା । ଏପରିକି ତାଙ୍କୁ ମାରିବା ଲାଗି ବିଜୁଳୀ ଝଟ୍‌କା ଦିଆଯାଇଥିଲା । 

ତାଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ଥିବା ବେଳେ ତାଙ୍କ ଶରୀରରୁ ଗୋଟିଏ କାନ ଏବଂ ଟେଷ୍ଟିକିଲ୍‌ (ଅଣ୍ଡକୋଷ) ଗାଏବ ଥିଲା । ତେବେ ରେଣୁକାସ୍ବାମୀ ହତ୍ୟା ମାମଲାରେ ଦର୍ଶନ ଓ ପିବତ୍ରାଙ୍କ ବ୍ୟତୀତ ଅନ୍ୟ ୧୫ ଜଣଙ୍କୁ ପୋଲିସ ଗିରଫ କରିଥିଲା । ସେପଟେ ଅଭିନେତା ଦର୍ଶନଙ୍କୁ ସେପ୍ଟମ୍ବର ୯ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡ଼ିଛି ।

  • Bengaluru
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.