ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

୧୬୦ କେଜି ଓଜନର ମହିଳା ଖଟରୁ ଉଠିବା ବେଳେ ତଳେ ପଡ଼ିଗଲେ , ଘର ଲୋକ ଉଠାଇ ପାରିଲେନି …ଦମକଳ ବାହିନୀକୁ ଡ଼କାଗଲା

ଠାଣେ : ୧୬୦ କିଲୋଗ୍ରାମ୍‌ ଓଜନର ଜଣେ ମହିଳା ସକାଳେ ଶେଯରୁ ଉଠିବାକୁ ଚେଷ୍ଟା କରୁଥିବା ବେଳେ ତଳେ ଖସି ପଡ଼ିଲେ। ମହିଳାଙ୍କ ପରିବାର ଲୋକେ ତାଙ୍କୁ ଅନେକ ଚେଷ୍ଟା କରି ତଳୁ ଉଠାଇ ପାରିଲେନି , ନଗର ନିଗମର ସାହାଯ୍ୟ ମାଗିଲେ। ନଗର ନିଗମର ଜଣେ ଅଧିକାରୀ କହିଛନ୍ତି ମହିଳାଙ୍କୁ ଉଠାଇବା ପାଇଁ ଫାୟର ଟିମ୍‌କୁ ଡ଼କାଇବାକୁ ପଡ଼ିଲା।

ମୃତ୍ୟୁ ପରେ ଜୀବନର ବାସ୍ତବିକତା ; ଆମେରିକୀୟ ଡାକ୍ତର ଖୋଲିଲେ ଅନେକ ରହସ୍ୟ

ସୂଚନା ଅନୁସାରେ, ଘଟଣାଟି ମହାରାଷ୍ଟ୍ରର ଠାଣେରେ ଘଟିଛି। ଏଠାରେ ନଗର ନିଗମର ଜଣେ ଅଧିକାରୀଙ୍କୁ କହିବାନୁସାରେ, ଗୁରୁବାର ମହାରାଷ୍ଟ୍ରର ଠାଣେ ସହରରେ ୧୬୦ କିଲୋଗ୍ରାମ ଓଜନର ଜଣେ ଅସୁସ୍ଥ ମହିଳା ଶେଯରୁ ଖସି ପଡ଼ିଥିଲେ। ଏହାପରେ ତାଙ୍କ ପରିବାର ତାଙ୍କୁ ଉଠାଇବାକୁ ଅଗ୍ନିଶମ ବିଭାଗର ସାହାଯ୍ୟ ମଗାଗଲା। 

୬୨ ବର୍ଷିୟା ଜଣେ ମହିଳା ନିଜର ଅସୁସ୍ଥତା କାରଣରୁ ଶଯ୍ୟାଶାୟୀ ଥିଲେ , ୱାଘବିଲ ଅଞ୍ଚଳରେ ଥିବା ନିଜର ଫ୍ଲାଟରେ ରହୁଥିଲେ। ସେଦିନ ସମୟ ସକାଳ ୮ଟା ପାଖାପାଖି ହେବ ସେ ଶେଯରୁ ଉଠିବାକୁ ଚେଷ୍ଟା କରୁଥିବା ବେଳେ ତଳେ ପଡ଼ିଗଲେ। ମହିଳାଙ୍କ ପରିବାର ଲୋକେ ତାଙ୍କୁ ଉଠାଇ ପୁଣି ଶେଯରେ ଶୁଆଇବାକୁ ଅସମର୍ଥ ହୋଇଥିଲେ। କାରଣ ମହିଳାଙ୍କ ଓଜନ ବହୁତ ଅଧିକ ଥିଲା। ପରିବାରର ସବୁ ସଦସ୍ୟ ଚେଷ୍ଟା କରିବି ତାଙ୍କୁ ତଳୁ ଉଠାଇ ପାରି ନଥିଲେ। ଶେଷରେ ନିରୁପାୟ ହୋଇ ଅଗ୍ନିଶମ ବାହିନକୁ ସଂପର୍କ କରିଥିଲେ। 

ସୂଚନା ପାଇ ଆଞ୍ଚଳିକ ବିପର୍ଯ୍ୟୟ ପରିଚାଳନା ବିଭାଗ (ଆରଡିଏମସି ) ର ଏକ ଟିମ୍‌ ସଂପୃକ୍ତ ଫ୍ଲାଟ୍‌ରେ ପହଞ୍ଚି ଥିଲା , ମହିଳାଙ୍କୁ ଉଠାଇ ଶେଯରେ ଶୁଆଇ ଦେଇଥିଲା। ଅଧିକାରୀଙ୍କ ମୁତାବିକ , ଖସି ପଡ଼ିବା ଦ୍ୱାରା ମହିଳାଙ୍କୁ କୌଣସି ଆହତ ଲାଗି ନାହିଁ। ସେ ଭଲ ଅଛନ୍ତି। 

ମଣିଷ ଭାବେ ତ ଭଲ , ଲିଡରସିପ୍ କ୍ୱାଲିଟି କିନ୍ତୁ ନାହିଁ … ପରାଗଙ୍କ ଉପରେ ମସ୍କଙ୍କର ଜଜମେଣ୍ଟ

Copyright © 2022 - Summa Real Media Private Limited. All Rights Reserved.