ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଜିନ୍ନାଙ୍କୁ 'ଇଣ୍ଡିଆ' ନାଁରେ କି ଆପତ୍ତି ଥିଲା? ସେ କାହିଁକି ଏହାକୁ ବିଭ୍ରାନ୍ତିକର ମନେ କରୁଥିଲେ?

Image courtesy: BBC

ନୂଆଦିଲ୍ଲୀ,୦୯/୦୯: ହିନ୍ଦୁସ୍ତାନ, ଇଣ୍ଡିଆ କିମ୍ବା ଭାରତ ଆପଣ ନିଶ୍ଚିତ ଭାବରେ ଏହି ତିନୋଟି ନାମ ଭାରତ ପାଇଁ ବ୍ୟବହୃତ ହେଉଥିବା ଦେଖିଥିବେ। ଯଦିଓ ସରକାରୀଭାବେ ଏହାର ନାମ ଇଣ୍ଡିଆ ରହିଛି, କିନ୍ତୁ ଏବେ ଇଣ୍ଡିଆ ବଦଳରେ ଦେଶର ନାଁକୁ କେବଳ 'ଭାରତ' ରଖିବାକୁ ପ୍ରବଳ ଦାବି ରହିଛି। ତେବେ ଏହି ଦାବି ପୂର୍ବରୁ ମଧ୍ୟ ହୋଇଥିଲା, କିନ୍ତୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ବିଭାଜନ ସମୟରେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନା 'ଇଣ୍ଡିଆ' ନାଁକୁ ନେଇ ଆପତ୍ତି କରିଥିଲେ। ସେ ଏହାକୁ ବିଭ୍ରାନ୍ତକାରୀ ବୋଲି ବିବେଚନା କରିଥିଲେ।

ଐତିହାସିକମାନେ ଲେଖିଛନ୍ତି ଯେ ପ୍ରଥମ ଦିନରୁ 'ଇଣ୍ଡିଆ'କୁ ନେଇ ଦେଶରେ ବିବାଦ ଲାଗି ରହିଥିଲା। ବ୍ରିଟିଶମାନେ ଉପମହାଦେଶରେ ସେମାନଙ୍କର ସାମ୍ରାଜ୍ୟର ନାମକରଣ କରିବାକୁ 'ଇଣ୍ଡିଆ' ଶବ୍ଦ ଚୟନ କରିଥିଲେ ଯାହା ପ୍ରକୃତରେ ଏକ ଗ୍ରୀକ୍ ଶବ୍ଦ ଅଟେ। ବ୍ରିଟିଶମାନେ ଏହି ନାଁ ଦେଇଥିଲେ, ଯାହା ଉପନିବେଶ ଯୁଗର ପ୍ରତୀକ, ସମ୍ବିଧାନ ସଭାରେ ଏହାର ବ୍ୟବହାରକୁ ନେଇ ଆପତ୍ତି ଉଠାଯାଇଥିଲା। 

ଜବାହାରଲାଲ ନେହେରୁ ଓ ମହମ୍ମଦ ଅଲ୍ଲୀ ଜିନ୍ନା

ପଢ଼ନ୍ତୁ: ଶାହରୁଖଙ୍କ ଆକ୍ଟିଂକୁ ଖୁବ୍‌ ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା , ‘ଯବାନ’କୁ ନେଇ କଲେ ଟ୍ୱିଟ୍

ଐତିହାସିକ ଜନ୍ କି ତାଙ୍କ ପୁସ୍ତକ 'ଇଣ୍ଡିଆ: ଏ ହିଷ୍ଟ୍ରୀ' ରେ ଲେଖିଛନ୍ତି ଯେ 'ଇଣ୍ଡିଆ' ଶବ୍ଦ ଉପରେ କୌଣସି ବିବାଦ ନଥିଲା, କାରଣ ମହମ୍ମଦ ଅଲି ଜିନ୍ନା ନୂଆ ମୁସଲିମ ଦେଶ ପାଇଁ ଇସଲାମିକ ନାଁ 'ପାକିସ୍ତାନ' ବାଛିଥିଲେ। ଜନ କି ଲେଖିଛନ୍ତି ଯେ ସ୍ବାଧୀନତାର ଅୟମାରମ୍ଭ ବେଳକୁ 'ଭାରତ' ଏକ ଭଲ ନାଁ ଥିଲା, କାରଣ 'ଇଣ୍ଡିଆ' ଶବ୍ଦକୁ ନେଇ ଔପନିବେଶିକ ମାନେ ଉପହାସ ଦ୍ୱାରା 'ଭାରତ' ଶବ୍ଦ ଅଧିକ ପ୍ରଭାବିତ ହୋଇଥିଲା।  ତାଙ୍କ କହିବାନୁସାରେ, ସମଗ୍ର ସଂସ୍କୃତ ସାହିତ୍ୟର କୌଣସି ସ୍ଥାନରେ 'ଇଣ୍ଡିଆ' ଉଲ୍ଲେଖ କରାଯାଇ ନାହିଁ ବୋଲି କଥାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ବୌଦ୍ଧ କିମ୍ବା ଜୈନ ଗ୍ରନ୍ଥରେ ମଧ୍ୟ 'ଇଣ୍ଡିଆ' ଉଲ୍ଲେଖ ନାହିଁ। ଏହା ବ୍ୟତୀତ ଦକ୍ଷିଣ ଏସିଆରେ କଥିତ ଅନ୍ୟ କୌଣସି ଭାଷାରେ ନାହିଁ ଏହି ଶବ୍ଦ ଉଲ୍ଲେଖ ନାହିଁ।

ଜନ୍ କିଙ୍କ ଅନୁଯାୟୀ, 'ମହମ୍ମଦ ଅଲି ଜିନ୍ନା ବିଶ୍ୱାସ କରୁଥିଲେ ଯେ କୌଣସି ଦେଶ ବ୍ରିଟିଶ ସରକାର ଦେଇଥିବା' ଇଣ୍ଡିଆ 'ନାମ ଗ୍ରହଣ କରିବାକୁ ଚାହୁଁନାହାଁନ୍ତି। ଅବଶ୍ୟ, ଯେତେବେଳେ ଶେଷ ବ୍ରିଟିଶ ଭାଇସରାୟ ଲର୍ଡ ମାଉଣ୍ଟବ୍ୟାଟେନ୍ ନେହେରୁଙ୍କ ସେହି ଦାବିକୁ ସ୍ବୀକାର କରିଥିଲେ, ଯେଉଁଥିରେ ଦେଶକୁ 'ଇଣ୍ଡିଆ' ବୋଲି କୁହାଯିବ, ସେତେବେଳେ ସେ ତାଙ୍କର ଭୁଲ ବୁଝିପାରିଥିଲେ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ 'ମାଉଣ୍ଟବ୍ୟାଟେନ୍ଙଙ୍କ ଅନୁଯାୟୀ ଯେତେବେଳେ ଜିନ୍ନା ଜାଣିବାକୁ ପାଇଲେ ଯେ ସେମାନେ (ନେହେରୁ ଏବଂ କଂଗ୍ରେସ ପାର୍ଟି) ଇଣ୍ଡିଆ ବୋଲି କହୁଛନ୍ତି, ସେତେବେଳେ ସେ ବହୁତ ରାଗି ଯାଇଥିଲେ। ଏହି ଶବ୍ଦର ବ୍ୟବହାର ଉପମହାଦେଶର ଶ୍ରେଷ୍ଠତାର ଅନୁଭବ ଦେବ, ଯାହାକୁ ପାକିସ୍ତାନ କେବେ ଗ୍ରହଣ କରି ନଥିଲା। 

ଐତିହାସିକ ଜନ୍ କିଙ୍କ କହିବାନୁସାରେ, ମହମ୍ମଦ ଅଲି ଜିନ୍ନାଙ୍କ ଆପତ୍ତିର ଏକ ପ୍ରମୁଖ କାରଣ ହେଉଛି, ସିନ୍ଧୁ ନଦୀ ଆଖପାଖ ଅଞ୍ଚଳକୁ' ଇଣ୍ଡିଆ' ବୋଲି କୁହାଯାଉଥିଲା, ଯାହାର ଅଧିକାଂଶ ଅଂଶ ପାକିସ୍ତାନରେ ଥିଲା। ଐତିହାସିକ ଆୟେଶା ଜାଲାଲଙ୍କ ଅନୁଯାୟୀ, ବିଭାଜନ ପରେ ଉଭୟ ଭାରତ ଏବଂ ପାକିସ୍ଥାନ ୟୁନିଅନର ଗଭର୍ଣ୍ଣର-ଜେନେରାଲ ଭାବରେ କାର୍ଯ୍ୟ ଜାରି ରଖିବାକୁ ମାଉଣ୍ଟବ୍ୟାଟେନ୍ ପ୍ରସ୍ତୁତ ଥିଲେ। ଆୟସା ଜଲାଲ ଲେଖିଛନ୍ତି ଯେ, ମୁସଲିମ୍‌ ଲିଗ୍‌ ନେତା ପାକିସ୍ତାନକୁ ଏକ ଭିନ୍ନ ଏବଂ ସ୍ବତନ୍ତ୍ର ଦେଶ ଭାବେ ବଜାୟ ରଖିବାରେ ନିଜ କ୍ଷମତାକୁ ନେଇ ଚିନ୍ତିତ ‌ଥିଲେ। ସେ କଂଗ୍ରେସର ଉଦ୍ଦେଶ୍ୟରେ ଅବିଶ୍ୱାସ ପ୍ରକାଶ କରିବା ସହ ମୁସଲିମ ଲିଗ୍ ଇଣ୍ଡିଆ ଦ୍ୱାରା 'ୟୁନିଅନ୍' ଆଖ୍ୟା ଗ୍ରହଣକୁ ବିରୋଧ କରି ଚାଲିଥିଲେ।


ପଢ଼ନ୍ତୁ: ଆଫ୍ରିକୀୟ ସଂଘକୁ ଜି-୨୦ରେ ସାମିଲ କରିବାକୁ କଣ କଲା ଭାରତ ? ରାଜି ହେବାକୁ ବାଧ୍ୟ ହେଲା ଚୀନ୍‌

କ'ଣ 'ଇଣ୍ଡିଆ' ଏକ ବିଭ୍ରାନ୍ତିକର ନାଁ? 

'ଇଣ୍ଡିଆନ୍ ଏକ୍ସପ୍ରେସ'ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଦକ୍ଷିଣ ଏସୀୟ ଆଇନ ପ୍ରଫେସର ମାର୍ଟିନ ଲାଓ ତାଙ୍କ ଅନୁସନ୍ଧାନରେ' ଇସଲାମ ଆଣ୍ଡ ଦ କନଷ୍ଟିଟ୍ୟୁସନ୍‌ ଫାଉଣ୍ଡେସନ୍‌ ଅଫ୍‌ ପାକିସ୍ଥାନ'ରେ ଏକ ଚିଠି ବିଷୟରେ ଉଲ୍ଲେଖ କରିଛନ୍ତି। ଜିନ୍ନାଙ୍କ ତରଫରୁ ଏହି ଚିଠି ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ୍ ଲର୍ଡ ମାଉଣ୍ଟବ୍ୟାଟେନ୍‌ଙ୍କୁ ଲେଖାଯାଇଥିଲା। ଏହି ଚିଠିରେ ଜିନ୍ନା ଅଭିଯୋଗ କରିଛନ୍ତି ଯେ 'ଇଣ୍ଡିଆ' ନାମ 'ବିଭ୍ରାନ୍ତକାରୀ' ଏବଂ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ। 

ସେପ୍ଟେମ୍ବର ୧୯୪୭ ରେ, ଲଣ୍ଡନରେ ଭାରତୀୟ କଳାର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ମାଉଣ୍ଟବ୍ୟାଟେନ୍ ମହମ୍ମଦ ଅଲି ଜିନ୍ନାଙ୍କୁ ଏହି ପ୍ରଦର୍ଶନର ସମ୍ମାନିତ ସଭାପତି ହେବାକୁ ନିମନ୍ତ୍ରଣ କରିଥିଲେ। ଲାଓ ଲେଖିଛନ୍ତି ଯେ 'ଇଣ୍ଡିଆ' ନାଁର ବ୍ୟବହାର ହେତୁ ମହମ୍ମଦ ଅଲି ଜିନ୍ନା ଏହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ମାଉଣ୍ଟବ୍ୟାଟେନ୍‌ଙ୍କୁ ଲେଖିଛନ୍ତି, "ଦୁଃଖର ବିଷୟ ଯେ, କିଛି ରହସ୍ୟମୟ କାରଣରୁ ହିନ୍ଦୁସ୍ତାନ 'ଇଣ୍ଡିଆ' ଶବ୍ଦକୁ ଗ୍ରହଣ କରିଛି, ଯାହା ନିଶ୍ଚିତ ଭାବରେ ବିଭ୍ରାନ୍ତକାରୀ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ଦ୍ୱନ୍ଦ୍ୱ ସୃଷ୍ଟି କରିବା।" ଭାରତ ବିଭାଜନ ପୂର୍ବରୁ ମଧ୍ୟ ମୁସଲମାନମାନେ ଏହି ଲିଗକୁ ବିରୋଧ କରିଥିଲେ। 'ୟୁନିଅନ୍ ଅଫ୍ ଇଣ୍ଡିଆ' ଉପରେ ଆପତ୍ତି ଉଠିଥିଲା। ଯଦିଓ ଏହାର କାରଣ ବିଷୟରେ ସାମାନ୍ୟ ବର୍ଣ୍ଣନା କରାଯାଇ ନାହିଁ। 

ନାମ ପରିବର୍ତ୍ତନ ପାଇଁ ଆଇନଗତ ପ୍ରଚେଷ୍ଟା: 

ସେପ୍ଟେମ୍ବର ୧୯୪୯ରେ, ବିଭାଜନର ଦୁଇ ବର୍ଷ ପରେ, ଯେତେବେଳେ ଭାରତର ସମ୍ବିଧାନ ସଭା ସମ୍ବିଧାନର ଡ୍ରାଫ୍ଟ ଉପରେ ବିତର୍କ ଆରମ୍ଭ କଲା, ସେତେବେଳେ ଦେଶ ପାଇଁ 'ହିନ୍ଦୁସ୍ତାନ' ନାମ ଉପରେ ବି ବିଚାର କରାଯାଉଥିଲା, କିନ୍ତୁ ଏହାକୁ ଖାରଜ କରାଯାଇଥିଲା। ଭାରତୀୟ ସମ୍ବିଧାନର ଧାରା ୧ ରେ ଇଂରାଜୀ ସଂସ୍କରଣରେ 'ଇଣ୍ଡିଆ' ଏବଂ 'ଭାରତ'ର ବ୍ୟବହାର ଏବଂ ହିନ୍ଦୀ ସଂସ୍କରଣରେ 'ଭାରତ' ଶବ୍ଦ ବ୍ୟବହାର କରାଯାଇଛି। ବୋଧହୁଏ ବର୍ତ୍ତମାନ ପର୍ଯ୍ୟନ୍ତ 'ଇଣ୍ଡିଆ' ନାଁକୁ ନେଇ କୌଣସି ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିନଥିଲା। ଏହା ଗଣମାଧ୍ୟମରେ ମଧ୍ୟ ବ୍ୟବହାର ହେବା ଆରମ୍ଭ କରିଥିଲା। ତେବେ ରାଜନୈତିକ ଉତ୍ଥାନ-ପତନ ଭିତରେ ଇଣ୍ଡିଆ ବଦଳରେ 'ଭାରତ' ନାମ ବଜାୟ ରଖିବାକୁ ଅନେକ ଥର ଦାବି ଉଠିଛି।

You can also read:

‘ଇଣ୍ଡିଆ-ଭାରତ’ ନାମକରଣକୁ ନେଇ ମିଳିଲା ଆଉ ଏକ ସନ୍ଦେଶ, ଜି -20ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମ୍ନାରେ ରହିଲା ‘ଭାରତ’ ଲେଖା ନାମ ଫଳକ…


 

  • india
  • Bharat
  • Name conflict
  • Mohammad ali jinnah
  • Jawaharlal neheru
  • Copyright © 2022 - Summa Real Media Private Limited. All Rights Reserved.