ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

IPLରେ ହିଟ୍‌, ICC ଇଭେଣ୍ଟରେ ଫ୍ଲଫ୍‌ ? ଫାଇନାଲ ମ୍ୟାଚ୍‌ ହାରିବା ପରେ ରୋହିତ ଶର୍ମାଙ୍କୁ ନେଇ ଚର୍ଚ୍ଚା

Image Courtesy: livemint

ଅହମ୍ମଦାବାଦ: ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଟିମ୍‌ ବିଶ୍ବକପ ଫାଇନାଲରେ ଶୋଚନୀୟ ପରାଜୟର ସାମ୍ନା କରିଛି । ୬ ଓ୍ବିକେଟରେ ମ୍ୟାଚ୍‌ ଜିତିବା ସହ ଷଷ୍ଠ ଥର ଲାଗି ବିଶ୍ବକପ ଟାଇଟଲ ହାତେଇଛି ଅଷ୍ଟ୍ରେଲିଆ । ଆଜିର ମ୍ୟାଚ୍‌ରେ ରୋହିତ ବାହିନୀ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଯଦିଓ ୯ଟି ଲିଗ ମ୍ୟାଚ୍‌ ଏବଂ ଗୋଟିଏ ସେମି ଫାଇନାଲରେ ଭାରତୀୟ ଟିମ୍‌ ଦମଦାର ବିଜୟ ହାସଲ କରିଥିଲା ହେଲେ ଏକଥାକୁ ସ୍ବୀକାର କରିବାକୁ ପଡ଼ିବ ଯେ ରୋହିତ ଶର୍ମା ଫାଇନାଲ ମୁକାବିଲାରେ ଫ୍ଲଫ୍‌ ସାବ୍ୟସ୍ତ ହୋଇଛନ୍ତି ।

ବିରାଟ କୋହଲିଙ୍କ ପରେ କ୍ରିକେଟର ୩ଟି ଫର୍ମାଟରେ ଅଧିନାୟକ ହେବା ପରଠାରୁ ସେ ଗୋଟିଏ ବି ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ ଜିତାଇ ପାରିନାହାନ୍ତି । ଏହାକୁ ନେଇ କୁହାଯାଇପାରେ ଯେ, ରୋହିତ ଶର୍ମା କେବଳ ଆଇପିଏଲରେ ହିରୋ ହେଲେ ଭାରତୀୟ ଟିମ୍‌ କଥା ଆସିଲେ ସେ ପଛରେ ରହିଯାଉଛନ୍ତି ।

ନିଜ ନେତୃତ୍ଵରେ ଭାରତକୁ ତୃତୀୟ ବିଶ୍ଵକପ୍ ଟ୍ରଫି  ଜିତାଇବାରେ ବିଫଳ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା । ୨୦୨୩ ବିଶ୍ଵକପ୍ ହାରିବା ପରେ ସ୍ପଷ୍ଟ ଭାବେ କୁହାଯାଇ ପାରିବ ଯେ, ରୋହିତ ଶର୍ମା କେବଳ ଆଇିଏଲର ଶ୍ରେଷ୍ଠ ଅଧିନାୟକ, ଆଇସିସି ଟୁର୍ଣ୍ଣାମେଣ୍ଟରେ ନୁହେଁ । ରୋହିତଙ୍କ ନେତୃତ୍ଵରେ ଭାରତୀୟ ଦଳ ୩ ଆଇସିସି ଟୂର୍ଣ୍ଣାମେଣ୍ଟ ଖେଳି ସବୁଥିରେ ପରାଜିତ ହୋଇଛି ।

 ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ନିୟମିତ ଭାବେ ତିନୋଟି ଫର୍ମାଟର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ। ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ସର୍ବପ୍ରଥମେ ଆଇସିସି ଟୁର୍ଣ୍ଣାମେଣ୍ଟ ୨୦୨୨ର ଟି-୨୦ ବିଶ୍ଵକପ୍‌ ଖେଳିଥିଲା। ଏଥିରେ ଭାରତ ସେମି ଫାଇନାଲ୍‌ରେ ଇଂଲଣ୍ଡ ପାଖରୁ ୧୦ ଓ୍ଵିକେଟ୍‌ରେ ପରାଜିତ ହୋଇଥିଲା।  ଏହାପରେ ୨୦୨୩ ଜୁନରେ ରୋହିତଙ୍କ ନେତୃତ୍ଵରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଫାଇନାଲ୍ ପାଇଁ ମଇଦାନକୁ ଓହ୍ଲାଇଥିଲା। ହେଲେ ଦଳ ଏଥର ମଧ୍ୟ ନିରାଶ କରିଥିଲା। ଅଷ୍ଟ୍ରେଲିଆ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍‌ରେ ଭାରତକୁ ୨୦୯ ରନରେ   ହରାଇଥିଲା। 

ଏହି ପରି ଭାବେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ଵରେ ଦ୍ଵିତୀୟ ଥର ଆଇସିସି ଟି-୨୦ ବିଶ୍ବକପରେ ଟାଇଟଲ୍ ଜିତିପାରି ନଥିଲା । ଶେଷରେ ୨୦୨୩ ବିଶ୍ଵକପରେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଶୋଚନୀୟ ପରାଜୟ ଭୋଗିଛି । ଅଷ୍ଟ୍ରେଲିଆ ଟାଇଟଲ୍ ମୁକାବିଲାରେ ୬ ଓ୍ଵିକେଟ୍ ଓ ୪୨ ବଲ୍ ବାକି ଥାଇ ଭାରତକୁ ହରାଇଛି । ଆଉ ଷଷ୍ଠ ଥର ପାଇଁ ଦିନିକିଆ ବିଶ୍ବକପ୍‌ ଟାଇଟଲ ହାତେଇଛି ଅଷ୍ଟ୍ରେଲିଆ । 

 ଅନ୍ୟପଟେ ଆଇପିଏଲ୍‌ କଥା କହିଲେ ରୋହିତ ଶର୍ମା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ଵ ନେଇ ପାଞ୍ଚ ଥର ଚାମ୍ପିଅନ କରାଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ସର୍ବପ୍ରଥମେ ୨୦୧୩ରେ ରୋହିତଙ୍କ ନେତୃତ୍ଵରେ ଟ୍ରଫି ଜିତିଥିଲା । ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଚାମ୍ପିଅନ ହୋଇଥିଲା। ଏହିପରି ରୋହିତ ଶର୍ମା ଆଇପିଏଲ୍‌ରେ ୫ଟି ଟାଇଟଲ୍ ଜିତିଛନ୍ତି । ହେଲେ ଭାରତ ପାଇଁ ଖେଳିବା ବେଳେ ରୋହିତ ଶର୍ମା କାହିଁକି ଫ୍ଲଫ୍‌ ହେଉଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଯାଇଛି ।

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.