ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ରାସ୍ତାରୁ ଉଠାଇ ନେଇ ମହିଳାଙ୍କୁ ଗଣଦୁଷ୍କର୍ମ, ଜୀବନ ବଞ୍ଚାଇବାକୁ ନିର୍ବସ୍ତ୍ର ହୋଇ ଦୌଡ଼ିଲେ ପୀଡ଼ିତା

ଜୟପୁର, ୧୦/୦୯: ମହିଳାଙ୍କୁ ରାସ୍ତାରୁ ଉଠାଇ ନେଇ ମାଡ଼ମାରିବା ପରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ଏଭଳି ହୃଦୟବିଦାରକ ଘଟଣା ଘଟିଛି ରାଜସ୍ଥାନର ଭିଲଓ୍ବାଡାରେ । ମର୍ଣ୍ଣିଂଓ୍ବାକରେ ଯାଉଥିବା ବେଳେ  ମହିଳାଙ୍କୁ ରାସ୍ତାରୁ ଉଠାଇ ନେଇଥିଲେ ଦୁର୍ବୃତ୍ତ । ବାଇକରେ ମହିଳାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ପରେ ଗଣଦୁଷ୍କର୍ମ କରିଥିବା ନେଇ ମହିଳା ଜଣଙ୍କ ପୋଲିସକୁ କହିଛନ୍ତି ।  ତେବେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ସେ ଜାଣିଥିବା କହିଛନ୍ତି ।

ପାର୍ଲର ଭିତରେ ଯୁବତୀଙ୍କୁ ଛୁରାମାଡ଼; କଟକ ପୁରୀଘାଟ ଅଞ୍ଚଳରେ ଚାଞ୍ଚଲ୍ୟ

ସେପଟେ ଅଭିଯୋଗ ପାଇବା ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ୪୨ ବର୍ଷୀୟ ଛୋଟୋ ଏବଂ ୩୦ ବର୍ଷୀୟ ଗିରିଧାରୀକୁ ପୋଲିସ ଗିରଫ କରିଛି । ମହିଳାଙ୍କ ଅଭିଯୋଗ କ୍ରମେ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତାଙ୍କୁ ଫୋନ କରି ଆସିବାକୁ କହିଥିଲା । ହେଲେ ସେ ମନା କରିଦେଇଥିଲେ । ଏହା ପରେ ସୁଯୋଗ ଦେଖି ତାଙ୍କୁ ରାସ୍ତାରୁ ଉଠାଇନେଇଥିଲେ ଅଭିଯୁକ୍ତ । ଅଜ୍ଞାତସ୍ଥାନକୁ ନେଇଯିବା ପରେ ସେମାନେ ପ୍ରଥମେ ତାଙ୍କୁ ମାଡ଼ମାରିଥିଲେ । ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ହେଲେ ସେ କୌଶଳକ୍ରମେ ସେଠାରୁ ଖସି ପଳାଇଆସିବାକୁ ସମର୍ଥ ହୋଇଥିଲେ । 

ସେଠାରୁ ସେ ନିଜ କପଡ଼ା ଆଣିପାରିନଥିଲେ । କିଛି ବାଟ ନିର୍ବସ୍ତ୍ର ହୋଇ ଆସିବା ପରେ ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ତାଙ୍କୁ କେହି ସହାୟତା କରିନଥିବା ନେଇ ପୀଡ଼ିତାଜଣଙ୍କ ଅଭିଯୋଗ କରିଛନ୍ତି । କିଛି ସମୟ ପରେ ସ୍ଥାନୀୟ ବାସିନ୍ଦା ତାଙ୍କୁ କପଡ଼ା ଦେଇଥିଲେ । ଏହା ସହ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କ ଠାରୁ ବୟାନ ରେକର୍ଡ କରିଥିଲା । 

ପରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେପଟେ ଘଟଣାସ୍ଥଳରେ ଫରେନ୍ସିକ ଅଧିକାରୀ ପହଞ୍ଚି ତଥ୍ୟ ଯୋଗଡ କରୁଥିବା ନେଇ ଭିଲଓ୍ବାଡାର ଏଏସପି ବିମଲ ସିଂହ କହିଛନ୍ତି । ସେପଟେ ଏହି ଘଟଣା ବିରୋଧରେ ଏସପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଅନେକ ଲୋକ ବିରୋଧ ପ୍ରଦର୍ଶନ କରିଛନ୍ତି । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଲୋକେ ଧାରଣାରେ ବସିଥିବା ଜଣାପଡ଼ିଛି ।  

You can also read: ଯୁବକଙ୍କ ଚା'ରେ ନିଶା ଦେଇ ଲୁଟ୍, ଟଙ୍କା ସୁନା ନେଇ ଚମ୍ପଟ୍ ମାରିଲେ ଅଟୋ ଚାଳକ

  • rajasthan
  • Copyright © 2022 - Summa Real Media Private Limited. All Rights Reserved.