ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଳ ଗୋଟାଉଛି ବିଜେପି, ବ୍ରଜରାଜନଗରରେ ନୂଆ ମୁହଁକୁ ପ୍ରାଧାନ୍ୟ...

ଝାରସୁଗୁଡ଼ା,୦୨/୦୩: ଦୁଇ ଦଶନ୍ଧି ହେଲା ବ୍ରଜରାଜନଗର ବିଧାନସଭା କ୍ଷେତ୍ରରେ ବିଜେପି ନିଜର ସାଂଗଠନିକ ସ୍ଥିତିକୁ ମଜଭୁତ କରି ଆସିଛି । ପ୍ରଥମ ଥର ଲାଗି ସିପିଆଇ ଓ କଂଗ୍ରେସର ଗଡ଼ରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୨୦୧୪ରେ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୯ରେ ବିଜେପି ହାତରୁ ଏହି ଆସନକୁ ବିଜେଡ଼ି ଛଡ଼ାଇ ନେଇଥିଲା । ୨୦୨୨ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଅମାନତ ହରାଇ ତୃତୀୟ ସ୍ଥାନକୁ ଖସିଥିଲେ । ଏବେ ପଦ୍ମ ଶିବିର ପୁଣିଥରେ ବଳ ସାଉଁଟିବାର ପ୍ରୟାସ ଚଳାଇଛି । ନୂଆ ମୁହଁ ଏବଂ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଆଧାରରେ ବିଜୟ ସମ୍ଭାବନାକୁ ଗୁରୁତ୍ୱ ଦେଇ ନିର୍ବାଚନର ସମ୍ମୁଖୀନ ହେବାକୁ ପ୍ରସ୍ତୁତି ଚଳାଇଛି । 

୨୦୨୨ ଉପନିର୍ବାଚନରେ ବିଜେଡ଼ିର ଅଳକା ମହାନ୍ତି ବିପୁଳ ଭୋଟରେ ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ବରିଷ୍ଠ ନେତା କିଶୋର ପଟେଲ ବିଜେଡ଼ି ଠାରୁ ବଡ଼ ବ୍ୟବଧାନରେ ପରାଜିତ ହେଲେ ମଧ୍ୟ ବିଜେପିକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିଲେ । ହେଲେ ଏବେ ପରିସ୍ଥିତି ବଦଳିଛି । ରାଜନୈତିକ ସମୀକରଣ ଓ ଲୋକଙ୍କ ମୁଡ୍‌ ବି ବଦଳୁଛି । ଏଭଳି ସ୍ଥିତିରେ ବିଜେଡ଼ି ୨୦୧୯ ଅବା ୨୦୨୨ ଉପନିର୍ବାଚନ ପ୍ରଦର୍ଶନ ଦୋହରାଇବ ଏଭଳି ଆକଳନ କରିବା ଭୁଲ ହେବ । ବିଜେପି ଆଶାୟୀମାନେ ଗାଁ ଗଣ୍ଡାରେ ବୁଲି ସମର୍ଥନ ଜୁଟାଇବାର ପ୍ରୟାସରେ ଲାଗିଛନ୍ତି । 

ଏବେ ବିଜେପିରେ ବହୁ ଯୁବନେତା ପ୍ରାର୍ଥୀ ହେବା ଲାଗି ନିଜର ଲବି ଚଳାଇଥିବା ଦେଖାଯାଉଛି । ଦଳ ଭିତରେ ଭିନ୍ନ ଭିନ୍ନ ଗୋଷ୍ଠୀରେ ରହିଥିବା ଏହି ଆଶାୟୀ ମାନେ ଛକାପଞ୍ଛାରେ ମାତିଛନ୍ତି । ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ତଥା ଶିକ୍ଷକ ନେତା କିଶୋର କୁମାର ମହାନ୍ତି, ସାଂସଦ ପ୍ରତିନିଧି ରଘୁନନ୍ଦନ ପଣ୍ଡା, ଯୁବନେତା ରାଧେଶ୍ୟାମ ପ୍ରଧାନ, ସୁଜିତ ସିଂ, ବିଶ୍ୱଜିତ ଷଢ଼ଙ୍ଗୀ, ପୀତାମ୍ବର ମିଶ୍ର ପ୍ରମୁଖ ଦଳୀୟ ଟିକଟ ଲାଗି ମୁଖ୍ୟ ଦାବିଦାର ଭାବେ ଚର୍ଚ୍ଚାରେ ରହିଛନ୍ତି । ବ୍ରଜରାଜନଗର ଭଳି ଆସନକୁ ହାତେଇବା ଲାଗି ଦଳୀୟ ରଣନୀତି ଆଗକୁ କିଭଳି ରହିବ ଓ ଦଳ କିଭଳି ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଉଛି ତାହାରି ଉପରେ ପ୍ରଦର୍ଶନ ନିର୍ଭର କରିବ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.