ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

କୋର୍ଟ ହେମନ୍ତ ସୋରେନଙ୍କ କଷ୍ଟୋଡୀ ବଢାଇଲେ, ଏବେ ୫ଦିନ ଇଡିର ରିମାଣ୍ଡରେ ରହିବେ ପୂର୍ବତନ ସିଏମ୍

ଝାରଖଣ୍ଡ, ୭/୨ : ଇଡିର ଟିମ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଦ୍ଧି ଶେଷ ହେବା ପରେ ବୁଧବାର କୋର୍ଟରେ ହାଜର କରିଛନ୍ତି । ଏହି ସମୟରେ ଉଭୟ ପକ୍ଷ ତରଫରୁ ଯୁକ୍ତି ହୋଇଥିଲା । ଇଡି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆହୁରି ପଚରାଉଚରା କରିବା ଲାଗି କୋର୍ଟକୁ ୭ଦିନର ରିମାଣ୍ଡ ମାଗିଥିଲା । ଯାହା ଉପ‌ରେ କୋର୍ଟ ୫ଦିନର ରିମାଣ୍ଡ ଅବଦ୍ଧି ସ୍ବୀକୃତି ଦେଇଛନ୍ତି ।

ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପକ୍ଷରୁ ଓକିଲ କହିଛନ୍ତି କି, ଇଡି ୭ଦିନର ରିମାଣ୍ଡ ମାଗିଥିଲା । ଯାହା ପରେ ଆମେ ତାହାକୁ କଡ଼ା ବିରୋଧ କରି କହିଥିଲୁ କି ଏବେ ଆଉ ରିମାଣ୍ଡର ଜରୁରୀ ନାହିଁ । କାରଣ ହେମନ୍ତ ସୋରେନଙ୍କୁ ପ୍ରଥମରୁ ହିଁ ୨୦ ଜାନୁଆରୀରେ ୮ଘଣ୍ଟା ଏବଂ ୩୧ ଜାନୁଆରୀରେ ୮ଘଣ୍ଟାର ପଚରାଉଚରା କରାଯାଇସାରିଛି । ଏହି ୫ଦିନରେ ତାଙ୍କୁ ୧୨୦ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରାଯାଇ ସାରିଛି । ଏଥିଲାଗି ଆଗକୁ କୌଣସି ରିମାଣ୍ଡର ମାମଲା ନାହିଁ । 

ହେମନ୍ତ ସୋରେନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରାଞ୍ଚିର ପିଏମଏମଏ କୋର୍ଟରେ ହାଜର କରାଯାଇଥିଲା । ଯେତେବେଳେ ସେ ତାଙ୍କ ଗାଡ଼ିରୁ ବାହାରକୁ ବାହାରିଥିଲେ ସେତେବେଳେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ସେ ହାତ ହଲାଇ ଅଭିବାଦନ କରିଥିଲେ । ହେମନ୍ତ ସୋରେନଙ୍କୁ ଇଡି ୮ଘଣ୍ଟାର ଲମ୍ବା ପଚରାଉଚରା ପରେ ୩୧ଜାନୁଆରୀରେ ଗିରଫ କରି ନେଇଥିଲା । ସେ ଇଡିର କଷ୍ଟୋଡୀରେ ରାଜଭବନ ପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫା ଦେଇଥିଲେ । ପୂର୍ବ ଦିନରେ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ଇଡି ଉପରେ ଗମ୍ଭୀର ଅଭିଯୋଗ ଲଗାଇଥିଲେ । କଳ୍ପନା କହିଥିଲେ କି ହେମନ୍ତ ସୋରେନ ଫ୍ଲୋର ଟେଷ୍ଟ ଲାଗି ବିଧାନସଭା‌ରେ ଉପସ୍ଥିତ ହୋଇପାରିନଥିଲେ, ଏଥିଲାଗି ଇଡି କୋର୍ଟରେ ଘୋର ବିରୋଧ କରିଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.