ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଦୁଷ୍କର୍ମ ମାମଲାରେ ଦୋଷୀ ଗୁରମିତ ରାମ ରହିମ ପୁଣି ବାହାରିବେ ଜେଲରୁ , ୨୧ ଦିନିଆ ପାରୋଲରେ ଡେରା ମୁଖ୍ୟ

ଚଣ୍ଡିଗଡ଼ : ଡେରା ସଚ୍ଚା ସୌଦା ପ୍ରମୁଖ ଗୁରମିତ ରାମ ରହିମ ସିଂହ ପୁଣି ଥରେ ଜେଲ୍‌ରୁ ବାହାରିବେ। ଏହି ଥର ତାଙ୍କୁ ୨୧ ଦିନିଆ ପାରୋଲ ମିଳିଛି। ସୂଚନା ଯେ,୨ ସାଧ୍ୱୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗୁରମିତ ସଜା କାଟୁଛନ୍ତି। ଏହା ପୂର୍ବରୁ ଚଳିତ ବର୍ଷ ଜାନୁୟାରୀରେ ଡେରା ମୁଖ୍ୟଙ୍କୁ ୪୦ ଦିନିଆ ପାରୋଲ ମିଳିଥିଲା। ଗତ ବର୍ଷ ଅକ୍ଟୋବରରେ ମଧ୍ୟ ସେ ୪୦ ଦିନ ପାଇଁ ଜେଲ୍‌ ବାହାରକୁ ଆସିଥିଲେ। ହେଲେ ଏହି ଥର ସେ ପାରୋଲରେ ବାହାରକୁ ଆସୁଛନ୍ତି। କିଛି ଦିନ ପୂର୍ବେ ଏହି ଖବର ସାମନାକୁ ଆସିଥିଲା କି, ରାମ ରହିମ୍‌ ପୁଣି ଜେଲ୍‌ରୁ ବାହାରକୁ ଆସି ପାରନ୍ତି। 

କହି ରଖୁଛି କି, ପାରୋଲର ଅର୍ଥ କୌଣସି କଏଦୀକୁ ସ୍ୱତନ୍ତ୍ର ଉଦ୍ଦେଶ୍ୟ ପାଇଁ ଅସ୍ଥାୟୀ ଭାବେ ବା ସଜାର ଶେଷ ପୂର୍ବରୁ ଭଲ ବ୍ୟବହାର ପ୍ରଦର୍ଶନ ପରେ ମୁକ୍ତ କରିବା। ପାରୋଲରେ କୌଣସି ଦୋଷୀକୁ ଜେଲ୍‌ରୁ ଅସ୍ଥାୟୀ ଭାବେ ମୁକ୍ତ କରାଯାଇ ଥାଏ। 

ଗୁରମିତ ରାମ ରହିମ୍ ଏହି ୨୧ ଦିନର ପାରୋଲ ବେଳେ ଉତ୍ତର ପ୍ରଦେଶର ବାଗପତରେ ଏକ ଆଶ୍ରମରେ ରହିବେ। ଜାନୁୟାରୀରେ ରାମ ରହିମଙ୍କୁ ୪୦ ଦିନିଆ ପାରୋଲ ମିଳିବା ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଥିଲେ କି , ପ୍ରକ୍ରିୟା ଗୁଡ଼ିକୁ ପାଳନ କରି ପାରୋଲ ପାଇବା ଡେରା ସଚ୍ଚା ସୌଦା ମୁଖ୍ୟଙ୍କ ଅଧିକାର। 

ଉଲ୍ଲେଖନୀୟ ଯେ, ଜାନୁୟାରୀରେ ମିଳିଥିବା ଏହି ପାରୋଲ ବେଳେ ରାମ ରହିମଙ୍କର ଏକ ଭିଡ଼ିଓ ସାମନାକୁ ଆସିଥିଲା , ଯାହାକୁ ନେଇ ଖୁବ୍‌ ହଙ୍ଗାମା ସୃଷ୍ଟି ହୋଇଥିଲା। ଡେରା ପ୍ରମୁଖ ସିରସା ମୁଖ୍ୟାଳୟର ସଂପ୍ରଦାୟ ମୁଖ୍ୟ ଅନେକ ଅନଲାଇନ୍‌ ସତସଙ୍ଗ ଆୟୋଜିତ କରିଥିଲେ। ଏହାକୁ ନେଇ ମଧ୍ୟ ସୋସିଆଲ ମିଡ଼ିଆ ୟୁଜର ପ୍ରଶ୍ନ କରିଥିଲେ। ଲୋକଙ୍କ କହିବା ଥିଲା କି, ଯେଉଁ ବ୍ୟକ୍ତିଙ୍କୁ ଦୁଷ୍କର୍ମ ଭଳି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଥାଏ , ସେ ବାହାରକୁ ଆସି ସତସଙ୍ଗ କେମିତି କରି ପାରିବେ।

Copyright © 2022 - Summa Real Media Private Limited. All Rights Reserved.