ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ମକାର ଉଚିତ ମୂଲ୍ୟ ପାଉନାହାନ୍ତି ଚାଷୀ, ମଣ୍ଡି ବ୍ୟବସ୍ଥା କରିବାକୁ ଦାବୀ

କୋକସରା, ୨୦/୧୧ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକ ରେ ବ୍ୟାପକ ମାତ୍ରା ରେ ମକାଚାଷ ବିଗତ କିଛିବର୍ଷ ହେବ କରାଯାଇଛି।  ତେବେ ମଣ୍ଡି ବ୍ୟବସ୍ଥା ନ ଥିବାରୁ  ଚାଷୀମାନେ ମକା ବିକ୍ରି କରି ଉଚିତ ମୂଲ୍ୟ ପାଇ ପାରୁ ନାହାନ୍ତି। 

 କୋକସରା ବ୍ଲକ ରେ ୨୨ ପଞ୍ଚାୟତ ମଧ୍ୟରୁ ଅନେକ ପଞ୍ଚାୟତ ରେ ଧାନ ଚାଷ ପାଇଁ ଜଳସେଚନ ର କୌଣସି ସୁବିଧା  ନାହିଁ।  ମକାଚାଷ ଅଳ୍ପ ବୃଷ୍ଟିପାତ ରେ  ହେଉଥିବା କାରଣରୁ ଅଣ ଜଳସେଚିତ ଗୋତୋମୁଣ୍ଡା, ସାନ ପୋଡ଼ାଗୁଡା, ଆମପାଣି, ବଡ଼ ପୋଡ଼ାଗୁଡା, ମହିମା ପଞ୍ଚାୟତ କୁ ଲାଗି ରହିଥିବା ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକ ରେ ଅନେକ ଚାଷୀମାନେ ମକାଚାଷକୁ ପରିବାର ପ୍ରତିପୋଷଣର ମାଧ୍ୟମ ଭାବେ ବାଛି ନେଇଛନ୍ତି।

 ତେବେ ମକାଚାଷ କରି ଭଲ ଦୁଇ ପଇସା ରୋଜଗାର ରଖିଥିବା ଚାଷି ଙ୍କୁ ଅମଳ ହୋଇଥିବା ମକା ବିକ୍ରି କରିବା ପାଇଁ ସରକାରି ସ୍ତରରେ କୌଣସି ବଜାର ବ୍ୟବସ୍ଥା ନାହିଁ। ଏହି  କାରଣରୁ ପଡୋଶୀ ଜିଲ୍ଲା ନବରଙ୍ଗପୁର,ଉମରକୋଟ ଅଞ୍ଚଳର  ଦଲାଲମାନେ କିମ୍ବା ସ୍ଥାନୀୟ କିଛି ଲାଭଖୋର ସାହୁକାର ଙ୍କ ଙ୍କୁ ସରକାରୀ ଧାର୍ଯ୍ୟ ଦର କୁ କମ ରେ ମକା ବିକ୍ରି କରୁଥିବା କହିଛନ୍ତି ଚାଷୀ।

  ବ୍ଲକ ଉଦ୍ୟାନ କୃଷି ବିଭାଗରୁ ମିଳିଥିବା ସୂଚନା ମତେ କୋକସରା ବ୍ଲକ ରେ ମୋଟ ୧୮ ଶହ ହେକ୍ଟର ରେ ମକାଚାଷ ହୋଇଥିବା ବେଳେ ଚାଷୀ ଙ୍କୁ କୃଷି  ବିଭାଗ ପକ୍ଷରୁ ମକା ବିହନ ଯୋଗାଇ ଦିଆଯାଇଛି ଓ ମକା ମଣ୍ଡି ଖୋଲିବାକୁ ଜିଲ୍ଲା ପ୍ରଶାସନ ନିକଟରେ ମଧ୍ୟ ପ୍ରସ୍ତାବ ଦିଆଯାଇଛି ବୋଲି ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ  କହିଛନ୍ତି। ତେବେ ବ୍ଲକ ରେ ବେସରକାରୀ ଭାବେ ୫ ହଜାର ରୁ ଉର୍ଦ୍ଧ ଜମି ରେ ମକାଚାଷ ହୋଇଥିବା ଅନୁମାନ କରାଯାଏ। ମକା ବିକ୍ରି ପାଇଁ ସରକାରୀ ସ୍ତରରେ କୌଣସି ବଜାର ବ୍ୟବସ୍ଥା କିମ୍ବା ମଣ୍ଡି ନାହିଁ ଫଳରେ ଚାଷୀ ଅମଳ କରିବା ପରେ ମକା କୁ ୧୬୦୦ ରୁ ୧୭୦୦ ଶହ ଦର ରେ ଦଲାଲ ଙ୍କ ଜରିଆରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି। ଚାଷୀ ମାନେ ମକା କୁ ଶୁଖାଇବା ପାଇଁ ନିଜ ଖଳା ଓ ବିଜୁ ଏକ୍ସପ୍ରେସ ୱେ  ରାସ୍ତା କଡ଼ ରେ ରଖିଛନ୍ତି।ଏନେଇ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଆଗାମୀ ଦିନରେ ମକାଚାଷୀ ଙ୍କ ବିକ୍ରି ସୁବିଧା ପାଇଁ ବଜାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଛନ୍ତି।

 

Copyright © 2022 - Summa Real Media Private Limited. All Rights Reserved.