ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଦେଶର ନାଗରିକ ଇଣ୍ଡିଆ କିମ୍ବା ଭାରତ କହିବାକୁ ସ୍ବାଧୀନ, ୨୦୧୬ରେ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୦୫/୦୯: ଇଣ୍ଡିଆ ନା ଭାରତ ? ଏ ଚର୍ଚ୍ଚା ଏବେ ଜୋର ଧରିଛି । ଯଦିଓ ଏହାକୁ ନେଇ ଶାସକ ବିଜେପି ଏବଂ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ତୁତୁ ମେଁମେଁ ଜାରି ରହିଛି ହେଲେ ଏମିତି ଚର୍ଚ୍ଚା ୭ ବର୍ଷ ପୂର୍ବେ ହୋଇଥିଲା । ଅର୍ଥାତ ୨୦୧୬ରେ ଏହା ଉପରେ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ କରିଥିଲେ ସୁପ୍ରିମକୋର୍ଟ । ଇଣ୍ଡିଆ କିମ୍ବା ଭାରତ କହିବା ପାଇଁ ପ୍ରତ୍ୟେକ ନାଗରିକ ସ୍ବାଧୀନ ବୋଲି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

ଇଣ୍ଡିଆ ବନାମ ଭାରତ: ଶ୍ରୀଲଙ୍କାରୁ ଥାଇଲାଣ୍ଡ ଯାଏଁ….ଏସବୁ ଦେଶର ବଦଳିସାରିଛି ନାଁ

୨୦୧୫ରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା । ଯେଉଁଥିରେ ଇଣ୍ଡିଆ ପରିବର୍ତ୍ତେ ଦେଶର ନାଁ ଔପଚାରିକ ଭାବେ ଭାରତ ଗଣତନ୍ତ୍ର କରିବାକୁ ଦାବି ହୋଇଥିଲା ।ସେବେ କେନ୍ଦ୍ର ସରକାର କହିଥିଲେ ଯେ, ସମ୍ବିଧାନର ଅନୁଚ୍ଛେଦ-୧ରେ ଏଭଳି ପରିବର୍ତ୍ତନ ଉପରେ ବିଚାର କରିବାକୁ ନେଇ କୌଣସି ପରିସ୍ଥିତି ସୃଷ୍ଟି ହୋଇନାହିଁ । ଜନସ୍ବାର୍ଥ ମାମଲାକୁ ଖାରଜ କରିବା ସହ ସୁପ୍ରିମକୋର୍ଟ କହିଥିଲେ ଯେ, ଦେଶର ନାଗରିକ ଇଣ୍ଡିଆ କିମ୍ବା ଭାରତ କହିବାକୁ ସ୍ବତନ୍ତ୍ର । 

ସେବନିବୃତ ଜଷ୍ଟିସ୍ ଟି ଏସ ଠାକୁର ଏବଂ ଜଷ୍ଟିସ୍ ୟୁ ୟୁ ଲଳିତଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିବା ସହ କହିଥିଲେ ଭାରତ କିମ୍ବା ଇଣ୍ଡିଆ ଏଥିରୁ ଯିଏ ଯାହା ଚାହିଁବ କହିପାରିବ । ମହାରାଷ୍ଟ୍ରର ନିରଞ୍ଜନ ଭଟଓ୍ବାଲ ଏହି ଆବେଦନ କରିଥିଲେ । ଆବେଦନକୁ ଖାରଜ କରିବା ସହ ସୁପ୍ରିମକୋର୍ଟ କହିଥିଲେ., ପିଆଇଏଲ ଗରିବ ଲୋକମାନଙ୍କ ପାଇଁ । ଆପଣଙ୍କୁ କଣ ଲାଗୁଛି ଆମ ପଖାରେ ଆଉ କିଛି କାମ ନାହିଁ ?

ଅନ୍ୟପଟେ ଦେଶର ଗୃହମନ୍ତ୍ରାଳୟ ଜନସ୍ବାର୍ଥ ମାମଲାକୁ ବିରୋଧ କରିଥିଲେ । ଯେବେ ସମ୍ବିଧାନ ପ୍ରଣୟନ ହୋଇଥିଲା ଦେଶା ନାଁ ଉପରେ ଚର୍ଚ୍ଚା ହୋଇଥିଲା । ଏହି ସମୟରେ ଭାରତବର୍ଷ, ଭାରତଭୂମି, ଭାରତ ଦାଟ ଇଜ୍‌ ଇଣ୍ଡିଆ ଏବଂ ଇଣ୍ଡିଆ ଦାଟ ଇଜ୍‌ ଭାରତ ଭଳି ନାମ ଉପରେ ବିଚାର ହୋଇଥିଲା ବୋଲି ଗୃହମନ୍ତ୍ରାଳୟ କହିଥିଲା । 

ବର୍ତ୍ତମାନ ସମୟରେ ବିରୋଧୀ ଅଭିଯୋଗ କରିଛନ୍ତି ଯେ, ଜି-୨୦ରେ ରାତ୍ରିଭୋଜନ ଲାଗି ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯାଇଛି । ଯାହାକି ପୂର୍ବରୁ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ଲେଖାଯାଉଥିଲା । ତେବେ ଦେଶର ନାଁ ପୂର୍ବଭଳି ଇଣ୍ଡିଆ ଏବଂ ଭାରତ ରହିବ ନାଁ କେବଳ ଭାରତ ରହିବ, ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ୨୦୧୬ର ଏହି ଆବେଦନ ପୁଣି ଥରେ ମୁଖ୍ୟ ଆକର୍ଷଣ ପାଲଟିଛି ।

You can also read: ଦିବଂଗତ ପୋଲିସ ଅଧିକାରୀଙ୍କୁ ସମ୍ମାନ, ରାଜପଥର ନାଁ ରୋନିଲ ସିଂହ ମେମୋରିଆଲ ହାଇଓ୍ବେ

  • India Vs Bharat
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.