ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଏସିଆ କପ୍‌ ୨୦୨୩ର ଚାମ୍ପିୟନ ହେଲା ଭାରତ; ୮ଥର ଜିତିଲା ଟାଇଟଲ୍‌

କଲମ୍ବୋ,୧୭/୦୯: ଏସିଆ କପ୍‌ ୨୦୨୩ର ଚାମ୍ପିୟନ ହୋଇଛି ଭାରତ। ଶ୍ରୀଲଙ୍କାର ସହଜ ବିଜୟ ଲକ୍ଷକୁ ମାତ୍ର ୬.୧ ଓଭରରେ ପୂରା କରିଛି ଟିମ୍‌ ଇଣ୍ଡିଆ। ମଇଦାନରେ କେବଳ ଇଶାନ କିଶନ ୨୨ ରନ୍ ଓ ଶୁବମନ ଗିଲ୍‌ ୨୭ ରନ୍‌ କରି ଅପରାଜିତ ରହି ଏହି ବିଜୟ ଲକ୍ଷ୍ୟକୁ ହାସଲ କରିଛି। ଚୁଡ଼ାନ୍ତ ତଥା ଫାଇନାଲ ମ୍ୟାଚ୍‌ ଶ୍ରୀଲଙ୍କାର କଲୋମ୍ବୋ ସ୍ଥିତ ଆର.ପ୍ରେମଦାସା ଷ୍ଟାଡିମୟରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ତେବେ ସହଜ ବିଜୟ ଲକ୍ଷକୁ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାକୁ ୧୦ ଓ୍ବିକେଟରେ ହରାଇ ଚାମ୍ପିୟନ ହୋଇଛି।  ଏଥିସହ ଭାରତ ଅଷ୍ଟମ ଥର ଏସିଆ କପ୍ ଟାଇଟଲ୍ ଜିତିଛି। ଏହା ପୂର୍ବରୁ ୨୦୧୮ରେ ଭାରତ ବାଂଲାଦେଶକୁ ହରାଇ ଶେଷ ଥର ଚାମ୍ପିଅନ ହୋଇଥିଲା। ଏହିପରି ୫ ବର୍ଷ ପରେ ଭାରତ ଟାଇଟଲ୍ ଜିତିଛି। 

ରବିବାର ଫାଇନାଲ୍ ମୁକାବିଲାରେ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ଆଣ୍ଠେଇଥିଲା ଘରୋଇ ଶ୍ରୀଲଙ୍କା। ଦଳ ମାତ୍ର ୧୫.୨ ଓଭରରେ ୫୦ ରନରେ ଅଲଆଉଟ୍ ହୋଇଛି। ଦିନିକିଆ କ୍ରିକେଟ୍ ଇତିହାସରେ ଏହା ଶ୍ରୀଲଙ୍କାର ସର୍ବନିମ୍ନ ଦ୍ଵିତୀୟ ସ୍କୋର ଥିଲା। କୁଶଳ ମେଣ୍ଡିସ (୧୭) ଓ ଦୁଶନ ହେମନ୍ତା (୧୩) ରନ କରିବାକୁ ସକ୍ଷମ ହୋଇଥିଲେ। ଅନ୍ୟ ୫ ଜଣ ବ୍ୟାଟର ଖାତା ବି ଖୋଲି ପାରି ନଥିଲେ। ଜବାବରେ ଭାରତ ୬.୧ ଓଭରରେ ବିନା ଓ୍ଵିକେଟ୍‌ରେ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଇଶାନ କିଷନ ୨୨ ଓ ଶୁଭମନ ଗିଲ୍ ୨୭ ରନ କରି ଅପରାଜିତ ରହି ଦଳକୁ ଜିତାଇଛନ୍ତି। ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ସିରାଜ ନିଜର ଦିନିକିଆରେ ଶ୍ରେଷ୍ଠ ପ୍ରଦର୍ଶନ କରି ୨୧ ରନ ଦେଇ ୬ଟି ସଫଳତା ପାଇଛନ୍ତି। ଏଥିସହ  ହାର୍ଦ୍ଦିକ ପାଣ୍ଡ୍ୟା ୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। 

ବିଜୟ ଲକ୍ଷ୍ୟ ପିଛା କରି ଭାରତର ଦୁଇ ଓପନର ଶୁଭମନ ଗିଲ୍ ଓ ଇଶାନ କିଷନ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରିଥିଲେ। ଉଭୟ ଅବିଭାଜିତ ପ୍ରଥମ ଓ୍ଵିକେଟ୍ରେ ୫୨ ରନ ଯୋଡ଼ି ୬ ଓଭରରେ ଭାରତକୁ ୧୦ ଓ୍ଵିକେଟ୍ରେ ଜିତାଇଛନ୍ତି। ଇଶାନ କିଷନ ୨୨ ଓ ଶୁଭମନ ଗିଲ୍ ୨୭ ରନ କରି ଅପରାଜିତ ରହିଛନ୍ତି। ଗିଲ୍ ବିଜୟ ସୂଚକ ରନ କରିଛନ୍ତି। 


  • Asia cup 2023
  • Team India
  • Copyright © 2022 - Summa Real Media Private Limited. All Rights Reserved.