ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅସ୍ତ୍ରୋପଚାର ପରେ ଭାଗିରଥିଙ୍କ ଗୋଟିଚାଳନା, ବନ୍ଧୁମିଳନ ନା ବିରୋଧୀ ଗୋଷ୍ଠୀଙ୍କୁ ଏକଜୁଟ୍‌ !

ଆନନ୍ଦପୁର,୨୭/୧୧: ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ମାସାଧିକ କାଳ ଭୁବନେଶ୍ୱରରେ ରହିବା ପରେ ଫକୀରପୁରସ୍ଥିତ ବାସ ଭବନକୁ ଫେରିଛନ୍ତି । ଫେରିବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରୁଛନ୍ତି । ତେବେ ରବିବାର ନିଜ ବାସଭବନରେ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନକୁ ନେଇ ଚର୍ଚ୍ଚା ଜୋର ଧରିଛି । 

କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଏକଜୁଟ୍‌ ହୋଇଥିଲେ । କର୍ମୀଙ୍କ ସହ କିଛି ବିରୋଧୀ ଗୋଷ୍ଠୀର କର୍ମୀ ବି ନଜରକୁ ଆସିଥିଲେ। ତେଣୁ ବନ୍ଧୁମିଳନ ଆଳରେ ଦଳୀୟ ବିରୋଧୀଙ୍କୁ ଏକଜୁଟ୍‌ କରିବା ପାଇଁ ଏଭଳି ବନ୍ଧୁ ମିଳନର ଆୟୋଜନ ହୋଇଥିବା କୁହାଯାଉଛି । ଯଦିଓ ବିଧାୟକ ମାସାଧିକ କାଳ କର୍ମୀଙ୍କ ଠାରୁ ଦୂରରେ ରହିଥିବା ଏବଂ ସେମାନଙ୍କୁ ଦେଖିବା ଲାଗି ଏଭଳି ବନ୍ଧୁ ମିଳନର ଆୟୋଜନ କରାଯାଇଥିବା ନିଜେ ପ୍ରକାଶ କରିଛନ୍ତି । କିନ୍ତୁ ଏତେ ସଂଖ୍ୟକ କର୍ମୀଙ୍କୁ ଦେଖି କିଛି ଅଲଗା ହାୱା ଚାଲିଥିବା ଚର୍ଚ୍ଚା ହେଉଛି । 

କାର୍ଯ୍ୟକ୍ରମରେ ଜିଲ୍ଲା ଦଳୀୟ ପର୍ଯ୍ୟବେକ୍ଷକ ସୁବ୍ରେତ ଛାଟୋଇ, ଯୁବ ନେତା ଦେବପ୍ରିୟ ପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ହାଟଡିହି ବ୍ଲକ୍‌ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ସମ୍ପାଦକ ସତ୍ୟବ୍ରତ ରାମ, ଆନନ୍ଦପୁର ବ୍ଲକ ସଭାପତି ରାମ ଚନ୍ଦ୍ର ପଲେଇ, ପୌର ଉପାଧ୍ୟକ୍ଷ ଦୁର୍ଗାଚରଣ ଦଳେଇ ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଓ ହଜାରେରୁ ଊଦ୍ଧ୍ୱର୍ କର୍ମୀ ଏହି ବନ୍ଧୁ ମିଳନରେ ଏକଜୁଟ ହୋଇଥିଲେ । କିନ୍ତୁ ଦଳୀୟ ସଂଗଠନକୁ ସୁଦୃଢ କରିବାକୁ ଶପଥ ନେଇଥିଲେ । ତେଣୁ ଏହା ବନ୍ଧୁମିଳନ କି ନିର୍ବାଚନୀ ପ୍ରସ୍ତୁତି ତାହା ଦେଖିବାକୁ ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.