ପ୍ରମୂଖ ଖବର
  • କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ, ନିକଟରେ ଯୋଗ ଦେଇଛନ୍ତି କଂଗ୍ରେସ ଦଳରେ…
  • ||
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ହ୍ୟାଟ୍ରିକ୍‌ ମେଡାଲ ଆଣିବେ କି ମନୁ ? ଆଜି ୨୫ମି. ପିସ୍ତଲ ଫାଇନାଲ୍‌ରେ ପଦକ ଲଢ଼ିବେ

ପ୍ୟାରିସ୍‌,୦୩/୦୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ୨ଟି ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିବା  ଭାରତର ଷ୍ଟାର୍‌ ସୁଟର ମନୁ ଭାକରଙ୍କ ସ୍ୱପ୍ନର ଯାତ୍ରା ଜାରି ରହିଛି । ଶୁକ୍ରବାର ସେ ମହିଳା ୨୫ମିଟର ପିସ୍ତଲ  ଇଭେଣ୍ଟର ଫାଇନାଲ୍‌ରେ ପ୍ରବେଶ କରି ଆଉ ଏକ  ପଦକ ଆଶା ଉଜ୍ଜୀବିତ ରଖିଛନ୍ତି । ଶନିବାର ସେ  ପଦକ ଲଢ଼େଇରେ ଅବତୀର୍ଣ୍ଣ ହେବେ । ଏଥର ତାଙ୍କଠୁ ଏକ ବଡ଼ ପଦକ ଆଶା କରାଯାଉଛି । 

ମହିଳା ପିସ୍ତଲ ଇଭେଣ୍ଟର ଯୋଗ୍ୟତା  ରାଉଣ୍ଡ୍‌ରେ ମନୁ ଓ ଈଶା ସିଂହଙ୍କ ଉପରେ  ସମସ୍ତଙ୍କ ନଜର ରହିଥିଲା । ପୂର୍ବରୁ ୧୦ମିଟର  ଏୟାର ପିସ୍ତଲ୍‌ ଏବଂ ୧୦ମିଟର ଏୟାର ପିସ୍ତଲ  ମିକ୍ସଡ୍‌ ଟିମ୍‌ରେ ବ୍ରୋଞ୍ଜ ପଦକ ଭେଟି ଦେଇଥିବା  ମନୁ ଆଜି ମଧ୍ୟ ଲକ୍ଷ୍ୟଚ୍ୟୁତ ହୋଇ ନଥିଲେ । ସେ ଯୋଗ୍ୟତା ରାଉଣ୍ଡ୍‌ର ପ୍ରିସିସନ୍‌ ଓ ରାପିଡ୍‌ରେ  ମୋଟ ୫୯୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି  ଫାଇନାଲ୍‌ରେ ପ୍ରବେଶ କରିଥିଲେ । ମାତ୍ର ଈଶା  ୫୮୧ପଏଣ୍ଟ ସହ ୧୮ତମ ସ୍ଥାନରେ ରହି ବିଦାୟ  ନେଇଥିଲେ । ଅଲିମ୍ପିକ୍ସ କ୍ରୀଡ଼ା ଇତିହାସରେ ମନୁ  ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସରେ  କ୍ରମାନ୍ୱୟରେ ୩ଟି ଇଭେଣ୍ଟର ଫାଇନାଲ୍‌ରେ  ପ୍ରବେଶ କରି ଇତିହାସ ରଚିଛନ୍ତି । ଏଥର ସେ  ପଦକର ରଙ୍ଗ ବଦଳାଇବାକୁ ଲକ୍ଷ୍ୟ ରଖିଛନ୍ତି । 

ମହିଳା ପିସ୍ତଲ ଇଭେଣ୍ଟରେ ୨ଟି ପର୍ଯ୍ୟାୟ  (ପ୍ରିସିସନ୍‌, ରାପିଡ୍‌)ରେ ୩ଟି ଲେଖାଏଁ ସିରିଜ  ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପ୍ରିସିସନ୍‌ରେ ମନୁ  ଯଥାକ୍ରମେ ୯୭, ୯୮, ୯୯ ସ୍କୋର ସହ (ମୋଟ  ୨୯୪) ତୃତୀୟ ସ୍ଥାନ ଅଧିକାର କରିଥିଲେ । ଈଶା ଯଥାକ୍ରମେ ୯୫, ୯୬, ୧୦୦ ସ୍କୋର ସହ  (ମୋଟ ୨୯୧) ଦଶମ ସ୍ଥାନରେ ରହିଥିଲେ ।  ଏହାପରେ ରାପିଡ୍‌ରେ ମନୁ ପ୍ରଥମ ସିରିଜରେ  ୧୦୦ ଏବଂ ପରବର୍ତ୍ତୀ ୨ଟି ସିରିଜରେ ୯୮ ସ୍କୋର  ଲେଖାଏଁ ସଂଗ୍ରହ କରି ଦ୍ୱିତୀୟ ସ୍ଥାନରେ ରହି  ଫାଇନାଲ୍‌ରେ ପହଞ୍ଚିଥିଲେ। ଉଭୟ ସିରିଜରେ  ମନୁ ଶୀର୍ଷ ସ୍ଥାନ ଅଧିକାର କରିଥିବା ହଙ୍ଗେରୀର  ଭେରୋନିକା ମେଜର (୫୯୨)ଙ୍କୁ ମାତ୍ର ୨ପଏଣ୍ଟ  ପଛୁଆ ରହିଥିଲା । ମେଜର ଅଲିମ୍ପିକ୍ସ ରେକର୍ଡ଼ର ସମକକ୍ଷ ହୋଇଥିଲେ । 

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.