ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମନ୍ତ୍ରୀ ପଦକୁ ନେଇ ଅସନ୍ତୋଷ, ଅପେକ୍ଷାରେ ଅଛନ୍ତି ଅଜିତ ପାଓ୍ବାର ଏବଂ ଏକନାଥ ସିନ୍ଦେ !

Image Courtesy: hindustantimes

ମୁମ୍ବାଇ: ନରେନ୍ଦ୍ର ମୋଦୀ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସମେତ ୭୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ସେଥିମଧ୍ୟରୁ ୩୦ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ଏଥର ଲୋକସଭାରେ ବିଜେପି କେବଳ ୨୪୦ ଆସନ ପାଇଥିବାରୁ ଏନଡିଏର ସହଯୋଗୀ ଦଳ ସରକାର ଗଠନରେ ମୁଖ୍ୟ ଭୂମିକା ନେଇଛନ୍ତି । ବିଶେଷ କରି ଟିଡିପି ଏବଂ ଜେଡିୟୁ କିଙ୍ଗମେକର ସାଜିଛନ୍ତି । ଏହି ଦୁଇ ଦଳ ବ୍ୟତୀତ ଅନ୍ୟମାନେ ମଧ୍ୟ ମୋଦୀଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ପଦ ପାଇଛନ୍ତି ଏବଂ ଅନ୍ୟ କେତେକ ଦଳ କ୍ୟାବିନେଟ ପାହ୍ୟା ପାଇଁ ଅପେକ୍ଷା କରିବେ ବୋଲି କହିଛନ୍ତି । ଏହି ତାଲିକାରେ ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ଦଳ ଶିବସେନା ଏବଂ ଅଜିତ ପାଓ୍ବାରଙ୍କ ଏନସିପି ରହିଛି।  ଯଦିଓ ଶିବସେନା ଏକ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଗ୍ରହଣ କରିଛି କିନ୍ତୁ କ୍ୟାବିନେଟ ପାହ୍ୟା ପାଇଁ ଆଶା ରଖିଛି । 

ସେପଟେ ଏନସିପିକୁ ସ୍ବାଧୀନ ରାଷ୍ଟ୍ର ମନ୍ତ୍ରୀ ପଦ ଦେବାକୁ ବିଜେପି ଅଫର କରିଥିଲେ ବି ଅଜିତ ପଓ୍ବାରଙ୍କ ଦଳ ଏହାକୁ ପ୍ରତ୍ୟାଖାନ କରିଛି । ବିଳମ୍ବ ହେଲେ ମଧ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ ଦଳରୁ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ହେବେ ବୋଲି ଅଜିତ ପାଓ୍ବାର ଅପେକ୍ଷା କରିଛନ୍ତି । ଏଥର ମଧ୍ୟ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଅଧିକ ବିଜେପି ସାଂସଦ ସ୍ଥାନ ପାଇଛନ୍ତି । ୧୪ ଏନଡିଏ ସହଯୋଗୀଙ୍କ ମଧ୍ୟରୁ ୯ ଦଳର ୧୧ ସାଂସଦଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି । ବାକି ୫ ଦଳ କ୍ୟାବିନେଟରୁ ବାଦ ପଡ଼ିଛନ୍ତି । ତେବେ ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ଗତ ନିର୍ବାଚନ ଭଳି ଏଥର ଏନଡିଏ ଭଲ ପ୍ରଦର୍ଶନ କରିପାରି ନାହିଁ । 

୪୮ରୁ ଏନଡିଏ କେବଳ ୧୭ ଆସନ ପାଇଛି । ସେଥିମଧ୍ୟରୁ ବିଜେପି ୯, ଶିବସେନା ୭ ଏବଂ ଏନସିପି ଗୋଟିଏ ଆସନରେ ବିଜୟୀ ହୋଇଛି । ୨୦୧୯ ନିର୍ବାଚନରେ ବିଜେପି ଏକାକୀ ୨୩ ଆସନ ହାତେଇଥିବା ବଳେ ଅବିଭାଜିତ ଶିବସେନା ଖାତାକୁ ୧୮ ଆସନ ଯାଇଥିଲା । ଏଥର ମହାରାଷ୍ଟ୍ରରୁ ୫ ସାଂସଦଙ୍କୁ ମନ୍ତ୍ରୀ ପଦ ମିଳିଛି । ସେଥିମଧ୍ୟରୁ ବିଜେପିର ୪ ଏବଂ ଶିବସେନାକୁ ଖାତାକୁ ଯାଇଛି ଗୋଟିଏ ରାଷ୍ଟ୍ର ମନ୍ତ୍ରୀ ପଦ ।

ସେପଟେ ଏନସିପିର ପ୍ରଫୁଲ ପଟେଲଙ୍କୁ ସ୍ବାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବରେ ଶପଥ ନେବାକୁ କୁହାଯାଇଥିଲେ ବି ଦଳ ଏହାକୁ ପ୍ରତ୍ୟାଖାନ କରିଛି । କାରଣ ସେ ପୂର୍ବରୁ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ଥିବାରୁ ଏବେ ତଳ ପୋଷ୍ଟ ନେବାକୁ ରାଜି ହୋଇନାହାନ୍ତି । ଏହା ପୂର୍ବରୁ ରବିବାର ଏନସିପି ମୁଖ୍ୟ ଅଜିତ ପାଓ୍ବାର କହିଥିଲେ ଯେ, ଆମ ପାଖରେ ଦୁଇ ଜଣ ସୁନୀଲ ତାଟକାରେ ଏବଂ ପ୍ରଫୁଲ ପଟେଲ ସାଂସଦ ଅଛନ୍ତି । ଆଗାମୀ ଦିନରେ ଆଉ ଦୁଇ ରାଜ୍ୟସଭା ସାଂସଦ ହେବେ। ଏଭଳି ସ୍ଥିତିରେ ଆମେ କ୍ୟାବିନେଟ ମନ୍ତ୍ରୀ ପାଇଁ ଆଶା ରଖିଛୁ । କିନ୍ତୁ ଏଥିପାଇଁ ଆମେ ଅପେକ୍ଷା କରିବୁ ବୋଲି ସେ କହିଥିଲେ । 

ଅନ୍ୟପଟେ ଏକନାଥ ସିନ୍ଦେ ୩ଟି ମନ୍ତ୍ରୀ ପଦ ମାଗିଥିଲେ । ଗୋଟିଏ କ୍ୟାବିନେଟ ଏବଂ ଦୁଇଟି ଜୁନିୟର ପୋଷ୍ଟ ମାଗିଥିଲେ ସିନ୍ଦେ । କିନ୍ତୁ ତାଙ୍କୁ କେବଳ ଗୋଟିଏ ଏମଓଏସ୍‌(ମିନିଷ୍ଟର ଅଫ ଷ୍ଟେଟ୍‌) ମିଳିଛି । ଏହାକୁ ନେଇ ସିନ୍ଦେ କ୍ୟାମ୍ପରେ ଅସନ୍ତୋଷ ରହିଛି । ଆଗାମୀ ସମୟରେ ତାଙ୍କ ଦଳର ସାଂସଦଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପଦ ମିଳିବ ବୋଲି ସେ ଆଶା ରଖିଛନ୍ତି ।  ସେପଟେ ସର୍ବାଧିକ ମନ୍ତ୍ରୀ ପଦ (୮୧)ରୁ କେବଳ ୯ଟି ସିଟ୍‌ ଖାଲି ଥିବା ବେଳେ ବିଜେପି ଏନସିପି ଏବଂ ଶିବସେନାକୁ କିଭଳି ଖୁସି କରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

  • Narendra Modi
  • pm narendra modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.